ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ରାଜନୀତି By Sakala Khabar Last updated Jan 17, 2022 0 Share ହିଞ୍ଜିଳିକାଟୁ-୧୭/ଜାନୁୟାରୀ/୨୦୨୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ବିଗୁଲ ବାଜିବା ପରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ସୋମବାର ଠାରୁ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୧/ଜାନୁୟାରୀ ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ ଥିବା ବେଳେ ୨୨ ତାରିଖ ଦିନ ଯାଞ୍ଚ ଏବଂ ୨୫ ତାରିଖ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯାଇପାରିବା ନେଇ ରାଜ୍ୟ ପଞ୍ଚାୟତରାଜ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ପ୍ରାର୍ଥୀ ପତ୍ର ଦାଖଲର ପ୍ରଥମ ଦିନରେ ବିଭିନ୍ନ ପଦବୀ ପାଇଁ ୪୧ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ଜାଣିବାକୁ ମିଳିଛି। ଶିକିରି ଗ୍ରାମପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଭିନ୍ନ ଗ୍ରାମ ପଞ୍ଚାୟତର ୱାର୍ଡ ସଭ୍ୟ ପାଇଁ ୪୦ ଜଣ ପ୍ରାର୍ଥୀ ନାମାଙ୍କନ ପକ୍ରିୟା ପୁରା କରିଛନ୍ତି। ସମ୍ପୃକ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କ ନିକଟରେ ପ୍ରାର୍ଥୀ ମାନେ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। “ଶାନ୍ତି ଶୃଙ୍ଖଳାର ସହ ଅବାଧ ଏବଂ ସଦ୍ଭାବନାପୂର୍ଣ୍ଣ ପରିବେଶ ଭିତରେ ପଞ୍ଚାୟତ ନିର୍ବାଚନ ସମ୍ପନ୍ନ ହେବ” ବୋଲି ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା କହିଛନ୍ତି panchayat election 0 Share