ଯେଉଁ ବର୍ଷ ବଙ୍ଗଳାଦେଶ ଗୋଟିଏ ନୂଆ ଦେଶ ହୋଇଥିଲା, ଓ ସେ ପାକିସ୍ତାନ ନିକଟରୁ ସ୍ୱାଧୀନତା ପାଇଥିଲା, ସେହିବର୍ଷ ଜାନୁଆରୀ ୩୦ ତାରିଖ ଜାନୁଆରୀ ମାସ ୧୯୭୧ ରେ ଭାରତର ପ୍ରଥମ ଥର ବିମାନ ଅପହରଣ ଘଟଣା ଘଟିଥିଲା, ଇଣ୍ଡିଆନ ଏୟାରଲାଇନ୍ସ ର ଫୋକର ଫ୍ରେଣ୍ଡସିପ ବିମାନ ଗଙ୍ଗା ଶ୍ରୀନଗରରୁ ଜାମୁ ଯାଉଥିଲା, ବିମାନ ରେ ଦୁଇଜଣ ଯୁବକ ସବାର ଥିଲେ, ସେମାନଙ୍କ ନାମ ଥିଲା ହସିମ କୁରେସି ଓ ଅସରାଫ କୁରେସି ଥିଲେ l ଉଭୟ ପ୍ରଥମ ଥର ବିମାନ ଯାତ୍ରା କରୁଥିଲେ, କିନ୍ତୁ ସେମାନଙ୍କ ଭୟର କାରଣ କିଛି ଅଲଗାଥିଲା l ସେମାନେ ଏହି ବିମାନ ର ଅପହରଣକାରୀ ଥିଲେ, ଠିକ ୧୧ ଟା ୩୦ ସମୟ ରେ ବିମାନ ଟି ଉଡାଣ ଭରିଥିଲା, ଓ ଜାମୁ ଯାଇଥିଲା l କିନ୍ତୁ କିଛି ସମୟ ପରେ ଏହି ଘଟଣା ଭାରତର ଇତିହାସ ରେ ଲିପିବଦ୍ଧ ହୋଇଗଲା l
କିପରି ହେଲା ବିମାନ ଅପହରଣ ?
ବିବିସି ର ଗୋଟିଏ ରିପୋର୍ଟ ଅନୁସାରେ ଅନୁସା ନାନ୍ଦକୁମାର ଓ ସନ୍ଦୀପ ସାକେତ ନିଜ ପୁସ୍ତକ ‘ଦି ୱାର ଦ୍ୟlଟ ମେଡ଼ ଆର ଏଣ୍ଡ ଏଡବ୍ଲ୍ୟୁ ‘ ଲେଖିଛନ୍ତି କି ହାସିମ ଅସାରଫ ଆଡକୁ ଦେଖିଥିଲା, ଏବଂ ଉଭୟ ମୁଣ୍ଡ ହଲାଇଥିଲେ , ଏହାପରେ କଲମା ପଢିଥିଲେ ଓ ନିଜର ବ୍ୟାଗ ରୁ ପିସ୍ତଲ ଓ ହ୍ୟାଣ୍ଡ ଗ୍ରେନେଡ଼ ବାହାରକଲେ, ହାସିମ କକପିଟ ଆଡକୁ ଯାଇଥିଲେ ଓ ପିସ୍ତଲ ପାଇଲଟ ର ମୁଣ୍ଡ ଉପରେ ରଖି ଦେଇଥିଲେ, ଅସାରଫ ଯାତ୍ରୀ ମାନଙ୍କୁ ଇରବ ରହିବାକୁ କହିଥିଲେ l
ଅପହରଣ ପରେ ଉଭୟ ବିମାନ କୁ ରାଓଳପିଣ୍ଡ ପାକିସ୍ତାନ ଯିବାକୁ ଧମକ ଦେଇଥିଲେ, କିନ୍ତୁ ଯେତେବେଳେ ପାଇଲଟ କହିଥିଲା ବିମାନ ରେ ଏତେ ଇନ୍ଧନ ନାହିଁ କି ରାଓଳପିଣ୍ଡି ଯାଇପାରିବ l ଏହାପରେ ଅପହରଣକାରୀ ବିମାନ କୁ ଲହର ନେବାକୁ କହିଥିଲେ, ଏବଂ ଏଥିପାଇଁ ଅନୁମତି ମଧ୍ୟ ବିମାନବନ୍ଦର ପକ୍ଷରୁ ମିଳିଯାଇଥିଲା l ପାକିସ୍ତାନ ସରକାର କିନ୍ତୁ ଏହି ସ୍ଥିତିକୁ ନେଇ ଚିନ୍ତିତ ଥିଲେ, କାହିଁକି ନା ଯଦି ଭାରତୀୟ ବିମାନ ପାକିସ୍ତାନ ମାଟିରେ ଦୁର୍ଘଟଣା ଗ୍ରସ୍ତ ହୋଇଯାଏ ତେବେ ଅତନରସ୍ତରୀୟ ସ୍ତରରେ ଖୁବ ବଦନାମୀ ହେବ l
ପୂର୍ବରୁ ଭାରତୀୟ ଗୋଇନ୍ଦା ବିଭାଗ “ର” ଏହା ଉପରେ ନଜର ରଖିଥିଲା, ଭାରତୀୟ ଗୋଇନ୍ଦା ବିଭାଗ ଜାଣି ସାରିଥିଲା ଯେ ପାକିସ୍ତାନ ସଂତ୍ରାସବାଦୀ କାଶ୍ମୀର ରେ କିଛି ଆତଙ୍କବାଦୀ କାର୍ଯ୍ୟକଳାଅ କରିବାକୁ ଚାହୁଁଛନ୍ତି l ସେହି ସମୟ ରେ ସୀମା ସୁରକ୍ଷା ବାହିନୀ ର ଜଣେ ସୈନ୍ୟ ଙ୍କୁ ଭାରତୀୟ ହତିଆର ବିସ୍ଫୋଟ ତସ୍କରୀ ମାମଲା ରେ ଗିରଫ କରାଯାଇ ଥିଲା ଏହାପରେ ପଚରାଉଚରା ରେ ଜଣା ପଡିଥିଲା ଯେ ପାକିସ୍ତାନ ର ସନ୍ତ୍ରାସବାଦ ସହିତ ଜଡିତ ଅଛନ୍ତି l ଏବଂ ପାକିସ୍ତାନ ରେ ନେସନାଲ ଲିବରେସନ ଫ୍ରଣ୍ଟ ରେ ଦୁଇ ଅପହରଣକାରୀ ପ୍ଲେନ ଅପହରଣ ପାଇଁ ଟ୍ରେନିଂ ନେଇଥିଲେ l
ଲାହୋର ପହଂଚିବା ପରେ ପାକିସ୍ତାନ ପିପୁଲସ ପାର୍ଟି ର ନେତା ଜୁଲାଫିକର ଅଲ୍ଲୀ ଭୁଟୋ ଅପହରଣକାରୀ ଙ୍କ ସହିତ ସାକ୍ଷାତ କରିଥଲେ ଏବଂ ତାଙ୍କୁ ସମର୍ଥନ କରିଥିଲେ, ଯାତ୍ରୀ ମାନଙ୍କୁ ଦୁଇଦିନ ଭାରତ ପଠାଇ ଦିଆଯାଇଥିଲା, କିନ୍ତୁ ବିମାନ ଟିକୁ ISI ବମ ରେ ଉଡାଇ ଦେଇଥିଲା, ଏବଂ ଏହାପରେ ଭାରତ ଜାଣି ପାରିଲା ପାକିସ୍ତାନ ଏହି ସମସ୍ତ ଘଟଣା ର ମାଷ୍ଟରମାଇଣ୍ଡ l
ଏହାପରେ ଭାରତ ସରକାର ନିଷ୍ପତି ନେଇଥିଲେ ଯେ ପଶ୍ଚିମ ପାକିସ୍ତାନ ରୁ ପୂର୍ବ ପାକିସ୍ତାନ ଯାଉଥିବା ସମସ୍ତ ବିମାନ କୁ ଭାରତୀୟ ବିମାନବନ୍ଦର ରେ ବନ୍ଦ କରିଦିଅ ଯିବ l ଏହାର ସିଧା ପ୍ରଭାବ ୧୯୭୧ ଯୁଦ୍ଧ ଉପରେ ପଡିଥିଲା, ଏହି ଘଟଣା ପରେ ପାକିସ୍ତାନ ଭାରତ ଓଲଟା ଆରୋପ ଲଗାଇ ଥିଲା କି ଭାରତ ନିଜେ ନିଜ ବିମାନ ର ଅପହରଣ କରାଇଛି l
ପାକିସ୍ତାନ ପ୍ରଥମେ ଦୁଇ ଅପହରଣକାରୀ ଙ୍କୁ ହିରୋ ବୋଲି କହିଥିଲା, ଏବଂ ପରେ ଉଭୟଙ୍କୁ ଗିରଫ କରି ସଜା ଶୁଣାଇଥିଲା l ୧୯୮୦ ଉଭୟ ରିହା ହୋଇ ଯାଇଥିଲେ, ଓ ହଲାଣ୍ଡ ଚାଲି ଯାଇଥିଲେ l ହାସିମ ୨୦୦୦ ମସିହା ରେ ଭାରତ ଫେରିଥିଲା ଏବଂ ତାଙ୍କୁ ଦିଲ୍ଲୀ ଏୟାରପୋର୍ଟ ରୁ ଗିରଫ କରିଥିଲା l