ଭାରତକୁ ଡାଇବିଟିଜ ର କ୍ୟାପିଟାଲ କୁହାଯାଇଥାଏ ବୋଲି ଏହା ଆମେ ସମସ୍ତେ ଜାଣିଛୁ l ପ୍ରତିବର୍ଷ ହଜାର ହଜାର ଲୋକ ମଧୁମେହ ରେ ପୀଡିତ ହୋଇ ଥାଆନ୍ତି l ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ବିଶେଷ ଭାବରେ ଭାରତ ରେ ୪୦ ବର୍ଷ ପରେ ଅତ୍ୟଧିକ ମଧୁମେହ ରେ ପୀଡିତ ହେବାର ଦେଖିବାକୁ ମିଳିଥାଏ l ଏହା ପଛରେ କଣ ରହିଛି ବିଶେଷ କାରଣ l
* ଅଧ୍ୟୟନ ରୁ କୁହାଯାଇଛି ଯେ ଅନେକ କ୍ଷେତ୍ରରେ ଡାଇବିଟିଜ ଜେନେଟିକ ହୋଇଥାଏ , ଯେପରିକି ଅନେକ ପରିବାରରେ ଡାଇବିଟିଜ ପିତାମାତା ଙ୍କ ନିକଟରୁ ସନ୍ତାନ ମାନଙ୍କୁ ମିଳିଥାଏ l ଏବଂ ଏହାଦ୍ୱାରା ହାଇପର ଟେନ୍ସନ ମଧ୍ୟ ଗୋଟିଏ ବଡ଼ କାରଣ ଅଟେ l
* ୪୦ ଶହ ବର୍ଷପରେ ଡାଇବିଟିଜ ରେ ପ୍ରଭାବିତ ହେବାର ଗୋଟିଏ ବଡ଼ କାରଣ ହେଉଛି ଭାରତୀୟ ଙ୍କ ଜୀବନ ଶୈଳୀ, ଯେପରିକି ଖାଇବା , ଶୋଇବା, କାର୍ଯ୍ୟ ଦକ୍ଷତାକୁ ବିଶେଷ ଭାବରେ ବୁଝାଇଥାଏ l ଏବଂ ଏହିସବୁ ଅଭ୍ୟାସ ଭାରତୀୟ ମାନଙ୍କୁ ଡାଇବିଟିଜ ଓ ହାଇପର ଟେନ୍ସନ ରେ ପୀଡିତ କରିଥାଏ l ଯାହାକୁ ଜାଣିବା ଆମ ପକ୍ଷରେ କଷ୍ଟକର ହୋଇଥାଏ l
* ଭାରତୀୟ ମାନଙ୍କ ଜୀବନଶୈଳୀ ବିଶେଷ ଭାବରେ ଖାଇବା ପିଇବା ଓ ଶୋଇବା କୁ ନେଇ ପ୍ରଭାବିତ ହୋଇଥାଏ l ତେଣୁ ଯାହାର ଗୋଟିଏ କାରଣ ହେଉଛି ବର୍ଦ୍ଧିତ ଓଜନ l ବର୍ଦ୍ଧିତ ଓଜନ କାରଣରୁ ଅନେକ ଲୋକେ ମଧୁମେହ ଓ ଉଚ୍ଚ ରକ୍ତଚାପ ର ଶିକାର ହୋଇ ଥାଆନ୍ତି l ଯାହାକି ବିଶେଷ ଭାବରେ ଭାରତୀୟ ମାନଙ୍କ ନିକଟରେ ଦେଖିବାକୁ ମିଳିଥାଏ l
* ଭାରତୀୟ ଙ୍କୁ ଏହି ଅଧ୍ୟୟନ ରେ ବିଶେଷ ଭାବରେ ଅଳସୁଆ ବୋଲି ଦର୍ଶା ଯାଇଥିଲା l ଯାହାକି ତାଙ୍କୁ ଫିଜିକାଲ ଆକ୍ଟିଭିଟି ଠାରୁ ଦୁରେଇ ରଖିଥାଏ l ନିୟମିତ ଭାବରେ ଯଦି ଜଣେ ବ୍ୟକ୍ତି କିଛି ଫିଜିକାଲ ଆକ୍ଟିଭିଟି କରିଥାଏ ତେବେ ତାର ଇନ୍ସୁଲିନ ପ୍ରତିରୋଧକ ବୃଦ୍ଧି ପାଇଥାଏ l ଏବଂ ମଧୁମେହ ରକ୍ତଚାପ କୁ ସନ୍ତୁଳିତ ରଖିଥାଏ l
* ୪୦ ବର୍ଷ ପରେ ଆମେ ନିଜ ଖାଦ୍ୟ ପ୍ରତି ବିଶେଷ ଦୃଷ୍ଟି ଦେବା ଜରୁରୀ l ତେଣୁ କାର୍ବୋହାଡ଼ରେଟ ଯୁକ୍ତ ଖାଦ୍ୟ, ସୋଡିୟମ ଯୁକ୍ତ ଖାଦ୍ୟ, ପ୍ରୋସେସଡ଼ ମିଟ , ମିଠା ଜିନିଷ ଠାରୁ ଦୁରେଇ ରହିବା ଜରୁରୀ l
* ଏହି ଅଧ୍ୟୟନ ରେ ମଦ୍ୟପାନ ଓ ଧୁମ୍ରପାନ ଠାରୁ ମଧ୍ୟ ଦୁରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି l ଡାଇବିଟିଜ ଓ ହାଇପର ଟେନ୍ସନ ର ଗୋଟିଏ ବଡ଼ କାରଣ ମଦ୍ୟପାନ ଓ ଧୁମ୍ରପାନ କୁ ଦର୍ଶା ଯାଇଛି l ଯାହାଦ୍ୱାରା ଭାରତୀୟ ମାନେ ଅଧିକ ପ୍ରଭାବିତ ହୋଇ ଥାଆନ୍ତି l