ଷ୍ଟାଇଲିଷ୍ଟ ଦେଖା ଯିବା ଚକର୍ ରେ ଯଦି ଆପଣ ହାଇ ହିଲ୍ ପିନ୍ଧୁଛନ୍ତି ତେବେ ରୁହନ୍ତୁ ସତର୍କ, ହୋଇପାରେ ସ୍ବାସ୍ଥ୍ୟ ଗତ ବଡ ସମସ୍ୟା
ଆଜିକାଲି ସବୁ ଝିଅମାନେ ଷ୍ଟାଇଲିଷ୍ଟ ଦେଖାଯିବା ଚକର ରେ ନିଜକୁ ଟାଇଟ୍ ପୋଷାକ ଓ ହାଇ ହିଲ୍ ରେ ସଜାଉ ଛନ୍ତି । କିଛି ଝିଅ ତ ହାଇ ହିଲ୍ ରେ ଏତେ ଅଧିକ କମ୍ଫର୍ଟେବୁଲ୍ ଥାଆନ୍ତି ଯେ ସେମାନେ ଘଣ୍ଟା ଘଣ୍ଟା ଧରି ପିନ୍ଧି ରହି ଥାଆନ୍ତି ।ଏହାଛଡା ଏହାକୁ ପିନ୍ଧି ସେ ଖୁବ୍ ସହଜ ରେ ଚାଲିବା ସହିତ ନୃତ୍ୟ ମଧ୍ୟ କରି ଥାଆନ୍ତି । କିନ୍ତୁ ମହିଳା ମାନଙ୍କ ର ଏହି ଅଭ୍ୟାସ ୪୦ ବର୍ଷ ପରେ ସେମାନଙ୍କ ଉପରେ ଅନେକ ପ୍ରକାର ଖରାପ ପ୍ରଭାବ ପକାଇ ଥାଏ । ବିଶେଷ ଭାବରେ ସ୍ବାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ହାଇ ହିଲ୍ ମହିଳା ମାନଙ୍କ ହାଡ କୁ ପ୍ରଭାବିତ କରିଥାଏ ।
* ଷ୍ଟାଇଲିଷ୍ଟ ଦେଖା ଯିବା ଠିକ୍ , କିନ୍ତୁ ସ୍ବାସ୍ଥ୍ୟ କୁ ଅଣଦେଖା କରିବା ଉଚିତ୍ ନୁହେଁ ।ହାଇ ହିଲ୍ସ୍ ସଂପୂର୍ଣ୍ଣ ଭାବରେ ଗୋଡ କୁ ସପୋର୍ଟ ଦେଇ ନଥାଏ ଓ ଓଜନ ବଲାନ୍ସ ହୋଇ ନଥାଏ । ନେସନାଲ ଲାଇବ୍ରେରୀ ଅଫ ମେଡିସିନ ର ଗବେଷଣା ଅନୁସାରେ ଅଣ୍ଟା ଓ ତାର ତଳ ପାର୍ଶ୍ଵ କୁ ହାଇ ହିଲ୍ ଅଧିକ ପ୍ରଭାବିତ କରିଥାଏ । ଏହି କାରଣରୁ ଏହି ସ୍ଥାନର ମାଂସପେଶୀ ମଧ୍ୟ ଅଧିକ ପ୍ରଭାବିତ ହୋଇଥାଏ ।
* ହାଇ ହିଲ୍ ଗୋଡର ପେଣ୍ଡା କୁ ଅଧିକ ମାତ୍ରାରେ ଚାପ ପକାଇ ପ୍ରଭାବିତ କରିଥାଏ । ଯେଉଁ କାରଣରୁ ଯନ୍ତ୍ରଣା ସହିତ ଅର୍ଥାରାଇଟିସ ସମସ୍ୟା ଦେଖା ଯାଇଥାଏ । ଯାହାକି ଅଧିକ ବୟସ ହେବା ପରେ ମହିଳା ମାନେ ଅନୁଭବ କରି ଥାଆନ୍ତି ।
* ହାଇ ହିଲ ଯେଭଳି ତିଆରି ହୋଇଥାଏ , ସେହି ଅନୁସାରେ ଦେଖିବାକୁ ଗଲେ ହିଲ ର ସମ୍ମୁଖ ପାର୍ଶ୍ଵରେ ଖୁବ୍ କମ ସ୍ଥାନରେ ଗୋଡ ଆଙ୍ଗୁଳି ଗୁଡ଼ିକ ଆଡଯଷ୍ଟ ହୋଇ ରହିଥାଏ । ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ଗୋଟିଏ ପୋଜିସନ୍ ରେ ରହିବା ଦ୍ଵାରା ଶରୀର ର ହାଡ ଉପରେ ଖରାପ ପ୍ରଭାବ ପଡିଥାଏ ।।ଏହାଛଡା ଗୋଡ଼ରେ ଠିକ୍ ଭାବରେ ରକ୍ତ ସଞ୍ଚାଳନ ହୋଇ ପାରି ନଥାଏ ।
* ଦୀର୍ଘ ସମୟ ପର୍ଯ୍ୟନ୍ତ ହାଇ ହିଲ୍ ପିନ୍ଧିବା ଦ୍ଵାରା ଗୋଡ ର ଲିଗମେଣ୍ଟ ଉପରେ ଖରାପ ପ୍ରଭାବ ପଡିଥାଏ । ଯେଉଁ କାରଣରୁ ଚଳିବାରେ ଅସୁବିଧା ଦେଖା ଦେଇଥାଏ ।
* ହାଇ ହିଲ୍ ର ପ୍ରଭାବ ବିଶେଷ ଭାବରେ ଗୋଡ ଉପରେ ଅଧିକ ପଡ଼ିଥାଏ । ଯେଉଁ କାରଣରୁ ଗୋଡ ଠିକ୍ ଭାବରେ କାର୍ଯ୍ୟ କରି ନଥାଏ ଓ ଖୁବ୍ କମ୍ ବୟସ ରୁ ମହିଳା ମାନେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ର ସମ୍ମୁଖୀନ ହୋଇ ଥାଆନ୍ତି ।