Odisha news

ହାର୍ଟ ଆଟାକ୍ ପୂର୍ବରୁ ଶରୀରରେ ଦେଖା ଦେଇଥାଏ ଏହିସବୁ ଲକ୍ଷଣ ହୋଇ ଯାଆନ୍ତୁ ସତର୍କ

0
ଆଜିକାଲି ବ୍ୟସ୍ତ ବହୁଳ ଜୀବନ ଆମ ଶରୀର ଉପରେ ଅନେକ ପ୍ରଭାବ ପକାଇଛି । କାରଣ ଅବ୍ୟବସ୍ଥିତ ଜୀବନ ର ଖାଦ୍ୟର ପ୍ରଭାବ ଶରୀର ଉପରେ ଅନେକ ମାତ୍ରା ରେ ପଡୁଛି । ଏହାକୁ ନେଇ ଯୁବକ ମାନେ ମଧ୍ୟ ହୃଦ ଘାତ ର ଶିକାର ହେଉଛନ୍ତି । ହୃତପିଣ୍ଡ ହେଉଛି ଶରୀରର ସବୁଠୁ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ।
ହୃଦ୍ ଘାତ କଣ ?
ଯେତେବେଳେ ହାର୍ଟ ର ଯେ କୌଣସି ଭାଗ ରେ ରକ୍ତ ସଞ୍ଚାଳନ ବନ୍ଦ୍ ହୋଇଯାଏ ଏହି କାରଣରୁ ହାର୍ଟ ମସଲ୍ ଡ୍ୟାମେଜ୍ ହୋଇଥାଏ । ଯେଉଁ କାରଣରୁ ହାର୍ଟ ଆଟାକ୍ ସମସ୍ୟା ଦେଖିବାକୁ ମିଳିଥାଏ ।
କାରଣ –
– ହାର୍ଟ ଆଟାକ୍ ର ମୁଖ୍ୟ କାରଣ କରୋନରି ଅର୍ଟରି ଡିଜିଜ୍ ଅଟେ । ଏହା ଛଡ଼ା ହାର୍ଟ ଅର୍ଟରି ଅଚାନକ ସଙ୍କୁଚିତ ହୋଇଯିବା କାରଣରୁ ଏପରି ସ୍ଥିତି ଦେଖା ଯାଇଥାଏ ।
ଲକ୍ଷଣ –
 ପ୍ରଥମେ ଶରୀରରେ କିଛିଟା ପ୍ରାଥମିକ ଲକ୍ଷଣ ଦେଖା ଦେଇଥାଏ ।
– ହାର୍ଟ ଆଟାକ୍ ପୂର୍ବରୁ ଛାତିରେ ଯନ୍ତ୍ରଣା ହୋଇ ଶରୀର ବ୍ୟସ୍ତ ଲାଗିଥାଏ । ଏହାଛଡା ଛାତିର ମଝିରେ କିମ୍ବା ବାମ ହାତ ପଟରୁ ଭାରି ଭାରି ଲାଗିଥାଏ ।
– ହାର୍ଟ ଆଟାକ୍ ପୂର୍ବରୁ ସାମାନ୍ୟ ମୁଣ୍ଡ ବୁଲାଇ ଥାଏ ଓ ଦୁର୍ବଳ ଲାଗିଥାଏ ।
– ପିଠି ଓ ବେକ ରେ ଯନ୍ତ୍ରଣା ହାର୍ଟ ଆଟାକ୍ ସମସ୍ୟା ହୋଇପାରେ ଏବଂ ଏହି ସମୟରେ ଦେହ ମଧ୍ୟ ବ୍ୟସ୍ତ ବିବ୍ରତ ଲାଗିଥାଏ ।
– ହାର୍ଟ ଆଟାକ୍ ପୂର୍ବରୁ ଦେହ ବ୍ୟସ୍ତ ଲାଗି ବାଣ୍ଟି ସମସ୍ୟା ଦେଖା ଦେଇଥାଏ । ଏହାଛଡା ଛାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ ହୋଇଥାଏ ।
– ହାର୍ଟ ଆଟାକ୍ ରେ ବାରମ୍ବାର ପରିସ୍ରା ଲାଗିବା ଏକ ପ୍ରକାରର ଲକ୍ଷଣ ରେ ଗଣା ହୋଇଥାଏ । ଏହି ଲକ୍ଷଣ ସମସ୍ତ ଙ୍କ ନିକଟରେ ଦେଖା ଯାଇନାହିଁ । ଏହା ଅଳ୍ପ କିଛି ଲୋକଙ୍କ ନିକଟରେ ଦେଖା ଦେଇଥାଏ ।
Leave A Reply