ଭାରତୀୟ ମହିଳାଙ୍କ ନିକଟରେ ଦିନକୁ ହାର୍ଟ ଆଟାକ ବୃଦ୍ଧି ପାଇବାରେ ଲାଗିଛି, ଜର୍ଣ୍ଣାଲ ଅଫ ଆମେରିକା କଲେଜ ଅଫ କାର୍ଡିଆକ ର ଗବେଷଣା ଅନୁସାରେ ୩ରୁ ୧୩ ପରସେଣ୍ଟ ଭାରତୀୟ ମହିଳା କରୋନାରୀ ଆର୍ଟରୀ ଡିଜିଜ ରେ ପୀଡିତ ରହୁଛନ୍ତି, ସବୁଠୁ ଚିନ୍ତାର ବିଷୟ ହେଲା ଗତ ୨୦ ବର୍ଷ ହେଲା ଏହା ୩୦୦ ପ୍ରତିଶତ ବୃଦ୍ଧି ପାଇଛି l
ଭାରତୀୟ ମହିଳାଙ୍କୁ ଅତି ବେଶୀରେ ୫୯ ବର୍ଷ ଆୟୁ ମଧ୍ୟରେ ଅଧିକ ହାର୍ଟ ଆଟାକ ଆସିବାର ସମ୍ଭାବନା ରହିଛି l ଯାହାକି ବିକାଶଶୀଳ ଦେଶ ଅନୁସାରେ ଖୁବ କମ ଅଟେ , କିନ୍ତୁ ଭାରତୀୟ ମହିଳା ଙ୍କ ନିକଟରେ ଦିନକୁ ଦିନ ହାର୍ଟ ଫେଲ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି l ୨୦୦୦ ରେ ଯାହା ଥିଲା ୧.୧ ପ୍ରତିଶତ, ତାହା ୨୦୧୫ ରେ ବୃଦ୍ଧି ହୋଇ ୩ .୬ ପ୍ରତିଶତ ହୋଇଥିଲା l ଏହା ଦର୍ଶାଉଛି ଯେ ଭାରତୀୟ ମହିଳା ନିଜ ହାର୍ଟ ହେଲଥ କୁ ନେଇ ଅଧି ସତର୍କ ରହିବା ଜରୁରୀ l
ପୁରୁଷ ଙ୍କ ଠାରୁ କାହିଁକି ଅଲଗା ମହିଳା ଙ୍କ ହାର୍ଟ ଆଟାକ ଲକ୍ଷଣ –
ମହିଳାଙ୍କ ହାର୍ଟ ଅଟାକ ର ଲକ୍ଷଣ ଖୁବ ହାଲୁକା ଅଟେ, ଏବଂ ପୁରୁଷ ମାନଙ୍କ ନିକଟରେ ଦେଖା ଯାଉଥିବା ଲକ୍ଷଣ ଠାରୁ ଖୁବ ଅଲଗା ଅଟେ –
– ପୁରୁଷ ମାନଙ୍କ ନିକଟରେ ଦେଖା ଯାଉଥିବା ଲକ୍ଷଣ ମଧ୍ୟରେ ଗଭୀର ଯନ୍ତ୍ରଣା ଛାତି ଓ ପିଠି ରେ ଦେଖା ଯାଇଥାଏ l
– ଯେବେକି ମହିଳା ଙ୍କ ନିକଟରେ ଅଣ୍ଟା , ପେଟ ଓ ମୁଖ ମଣ୍ଡଳ ରେ ଯନ୍ତ୍ରଣା ହୋଇଥାଏ l
– ଏହାଛଡା ପ୍ରଶ୍ୱାସ ନେବାରେ କଷ୍ଟ, ଥକା ଲାଗିବା, ବାନ୍ତି ଲାଗିବା ଓ ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ଦେଖା ଯାଇଥାଏ l ଏବଂ ଏହି ଲକ୍ଷଣ କୁ ଆମେ ଏସିଡ଼ିଟି, ଗ୍ୟାସ ଓ ଏଙ୍ଗଜାଇଟି ବୋଲି ଭାବିଥାଉ l ତେଣୁ ହଠାତ ଏହାକୁ ଆମେ ଗ୍ୟାସ ବୋଲି ଭାବିଥାଉ l ଏବଂ ମହିଳା ଙ୍କ ର ମେନପଯ ପରେ ଅଧିକ ହାର୍ଟ ଅଟାକ ସମସ୍ୟା ଦେଖିବାକୁ ମିଳିଥାଏ l
– ୪୦ ବର୍ଷରୁ ଉର୍ଧ୍ଵ ମହିଳା ମାନେ ଅଧିକ ହାର୍ଟ ଅଟାକ ର ସମସ୍ୟା ଦେଖିବାକୁ ମିଳିଥାଏ ଓ ଲଗାତାର ଥକା ଲାଗିଥାଏ l
ଅଣଦେଖା କରନ୍ତୁ ନାହିଁ –
ମହିଳାଙ୍କ ର କିଛିଟା ଲକ୍ଷଣ ଖୁବ ଅଲଗା ହୋଇଥାଏ, ଯାହାକୁ ଅଣଦେଖା କରିପାରିବେ ନାହିଁ l ସମୟ ପୂର୍ବରୁ ମେନପୋଜ ର କାରଣ ହେଉଥିବା ହର୍ମୋନଲ ଚେଞ୍ଜ, ଗର୍ଭାବସ୍ଥା ରୁ ସମ୍ବନ୍ଧିତ ସ୍ଥିତି ଉଚ ରକ୍ତଚାପ , ମଧୁମେହ ସମସ୍ୟା ମଧ୍ୟ ହାର୍ଟ ଅଟାକ ରେ ପୀଡିତ ହୋଇଥାଆନ୍ତି l
ଏହାଛଡା ମେଣ୍ଟାଲ ଷ୍ଟ୍ରେସ ହାଇପର ଟେନ୍ସନ, ପରିବାର ଓ ଅଫିସ ମଧ୍ୟରେ ମହିଳାଙ୍କ ମେଣ୍ଟାଲ ଇସ୍ୟୁଜ ଓ କ୍ରୋନିକ ଷ୍ଟ୍ରେସ ମଧ୍ୟ ଗୋଟିଏ ବଡ଼ କାରଣ ଅଟେ l ଅଚାନକ ଭାବରେ ପ୍ରଶ୍ୱାସ ନେବାକୁ କଷ୍ଟ ହେବା ସହିତ ସାମାନ୍ୟ ଚଳପ୍ରଚଳ ହେବା ଦ୍ୱାରା ଧଇଁସଇଁ ଲାଗିବା l ପଲସ ରେଟ ସ୍ଲୋ ରହିବା ମଧ୍ୟ ଗୋଟିଏ କାରଣ l ଏହାଛଡା ପରିବାର ରେ ଯଦି କାହାର ହାର୍ଟ ସମସ୍ୟା ରହିଥାଏ ତେବେ ହାର୍ଟ ଆଟାକ ହେବାର ସମ୍ଭାବନା ରହିଥାଏ l