Odisha news

ଶୀତ ଦିନେ ଶରୀରକୁ ଗରମ ରଖିବା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ, ରୋଗ ବି ଦୂର ହେବ

0

ଶୀତ ଦିନେ ହେଉଥିବା ହାଡ଼ ଭଙ୍ଗା ଶୀତରୁ ବଞ୍ଚିବା ପାଇଁ ଲୋକମାନେ ଗରମ କପଡ଼ା ପିନ୍ଧିଥାନ୍ତି । କିନ୍ତୁ ଶୀତଦିନେ ଶରୀରକୁ ବାହାରୁ ଗରମ ରଖିବା ସହ ଭିତରୁ ମଧ୍ୟ ଗରମ ରଖିବା ନିହାତି ଆବଶ୍ୟକ । କାରଣ ଯଦି ଆପଣ ଶରୀର ଭିତରୁ ଦୁର୍ବଳ ରହିବେ, ତେବେ ଶରୀର ଉପରେ ଯେତେ ପୋଷାକ ପିନ୍ଧିଲେ ମଧ୍ୟ ସେଥିରେ ଶରୀର ଗରମ ହେବ ନାହିଁ । ତେବେ ଶୀତ ଦିନେ ଶରୀରକୁ କିଭଳି ଭାବରେ ଭିତରୁ ଶକ୍ତ ଏବଂ ଗରମ ରଖିବେ, ଆସନ୍ତୁ ଜାଣିବା ।

୧. ଶୀତ ଦିନେ ଫାଇବର, ପ୍ରୋଟିନ୍‌, କ୍ୟାଲ୍‌ସିୟମ, ପୋଟାସିୟମ୍‌, ଜିଙ୍କ, ଆଇରନ, ଫସ୍‌ଫରସ୍‌ ଏବଂ ଥିୟାମିନ୍‌ ଥିବା ଖାଦ୍ୟ ଭରପୂର ମାତ୍ରାରେ ଖାଇବା ଦରକାର ।
୨. ଶୀତ ଦିନେ ଶୁଖିଲା ଖାଦ୍ୟ ସେବନ କରନ୍ତୁ । ଏଥିରେ ଭିଟାମିନ୍‌ ଇ, ବି-କମ୍ପ୍ଲେକ୍ସ, ଓମେଗା ଏସ୍‌, ଜିଙ୍କ୍‌, ଫ୍ଲୋରିଡ୍‌, କ୍ୟାଲସିୟମ ଏବଂ ସୁସ୍ଥକର ପ୍ରୋଟିନ୍‌ ରହିଥାଏ । ଯାହାକି ଶରୀରକୁ ଗରମ ରଖିବା ସହ ଶରୀରକୁ ସୁସ୍ଥ ରଖିଥାଏ । ଶୀତ ଦିନେ ଆପଣ କାଜୁ ବାଦାମ୍‌, ଅଖ୍‌ରୋଟ୍‌ ଇତ୍ୟାଦି ଖାଇ ପାରିବେ

Image result for kaju and akhrot
Daraz.pk

୩. ଶୀତ ଦିନେ ପ୍ରତିଦିନ ଅଣ୍ଡା ଖାଇବା ଆରମ୍ଭ କରନ୍ତୁ । ଏହା ଶରୀରକୁ ଗରମ ରଖିଥାଏ । ଏଥିରେ ଭିଟାମିନ୍‌ ଏ, ବି-୧୨, ବି-୬, କ୍ୟାଲ୍‌ସିୟମ୍‌, ଆଇରନ୍‌, ପଟାସିୟମ୍‌, ସେଲେନିୟମ୍‌, ଫ୍ୟାଟି ଏସିଡ୍‌ ଏବଂ ପ୍ରୋଟିନ୍‌ ରହିଥାଏ, ଯାହା ଶରୀରକୁ ଗରମ ରଖିବା ସହ ରୋଗମୁକ୍ତ ରଖିଥାଏ ।
୪.ଏହି ଋତୁରେ ରସାଳ ଫଳ ଖାଇବା ଦେହ ପ୍ରତି ହିତକର । ଲେମ୍ବୁ, କମଳା, ମୌସୁମୀ, ଅଙ୍ଗୁର ଇତ୍ୟାଦି ଏହି ଦିନେ ଖାଇବା ଦ୍ୱାରା ଶରୀରରେ ଜଳୀୟଅଂଶ ଠିକ୍‌ ରହିବା ସହ ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ ।

Leave A Reply

Your email address will not be published.