ନାଇଟ୍ରେଟ ଯୁକ୍ତ ପନିପରିବା ହାର୍ଟ କୁ ରଖିଥାଏ ସୁରକ୍ଷିତ : ରିସର୍ଚ୍ଚ
ଆଜିକାଲି ଅନହେଲଦି ଖାଦ୍ୟ ଓ ଲାଇଫଷ୍ଟାଇଲ ସମସ୍ତ ରୋଗର ମୁଖ୍ୟ କାରଣ l ଭାରତରେ ଗତ କିଛି ବର୍ଷ ହାର୍ଟ ଆଟାକ ବିପଦ ବଢ଼ିବାରେ ଲାଗିଛି, ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ହାର୍ଟ କୁ ସୁସ୍ଥ ରଖିବା ପାଇଁ ନିଜ ଡାଏଟ ରେ ନିଜ ଖାଦ୍ୟରେ ନାଇଟ୍ରେଟ ଯୁକ୍ତ ପନିପରିବା କୁ ସାମିଲ କରିବା ଜରୁରୀ l ନାଇଟ୍ରେଟ ଯୁକ୍ତ ଖାଦ୍ୟ ହାର୍ଟ କୁ ମଜବୁତ କରିବାରେ ସାହାଯ୍ୟ କରିଥାଏ l
ହେଲଦି ହାର୍ଟ ପାଇଁ ନାଇଟ୍ରେଟ କାହିଁକି ଜରୁରୀ ? =
ନାଇଟ୍ରେଟ ଯୁକ୍ତ ଖାଦ୍ୟ ଶରୀର କୁ ଯାଇ ନାଇଟ୍ରେଟ ଆକ୍ସାଇଡ ରେ ପରିବର୍ତ୍ତନ ହୋଇଯାଇଥାଏ l ନାଇଟ୍ରେଟ ଆକ୍ସାଇଡ ବ୍ଲଡ଼ ଭସେଲସ କୁ ଡାଇଲଟ କରିଥାଏ l ଯାହାକି ବ୍ଲଡ଼ ପ୍ରେସର କୁ ନିୟନ୍ତ୍ରିତ କରିଥାଏ l ଯେଉଁ କାରଣରୁ ହାର୍ଟ ଡିଜିଜ ରିସ୍କ ଖୁବ କମ ହୋଇଯାଇଥାଏ l
ଉଚ୍ଚ ରକ୍ତଚାପ ର ସମସ୍ୟା –
ଆଜିକୁ କିଛି ବର୍ଷ ପୂର୍ବରୁ ହାଇ ବିପି କୁ ଗୋଟିଏ ବୟସ୍କ ଙ୍କ ରୋଗ ବୋଲି କୁହାଯାଉଥିଲା, ପୂର୍ବରୁ ୪୦ ରୁ ୫୦ ବର୍ଷ ର ଲୋକଙ୍କ ନିକଟରେ ଉଚ୍ଚ ରକ୍ତଚାପ ଦେଖିବାକୁ ମିଳୁଥିଲା l କିନ୍ତୁ ଆଜିକାଲି ହାଇ ବିପି ପାଇଁ କୌଣସି ବୟସ ସୀମା ନାହିଁ l ଉଚ୍ଚ ରକ୍ତଚାପ କାରଣରୁ ହାର୍ଟ ଷ୍ଟ୍ରୋକ କିଡ୍ନୀ ଫେଲିଓର ଇତ୍ୟାଦି ଦେଖିବାକୁ ମିଳିଥାଏ l ହାଇ ବିପି ରେ ଧମନୀ ଗୁଡିକ ରେ ରକ୍ତ କମ ପ୍ରବାହିତ ହୋଇଥାଏ l
କେଉଁ ସବୁ ଖାଦ୍ୟ ରେ ରହିଛି ନାଇଟ୍ରେଟ –
ପାଳଙ୍ଗ – ପାଳଙ୍ଗ ରେ ଆଇରନ ଓ ଭୀତମୀନସ ରହିଛି, ଏବଂ ପାଳଙ୍ଗ ରେ ନାଇଟ୍ରେଟ ମଧ୍ୟ ରହିଛି l ପାଳଙ୍ଗ ସେବନ ଦ୍ୱାରା ବ୍ଲଡ଼ ପ୍ରେସର କଣ୍ଟ୍ରୋଲ ହୋଇଥାଏ ଓ ହାର୍ଟ ର ମାଂସପେଶୀ ମଜବୁତ ହୋଇଥାଏ l
ବିଟ ରୁଟ – ବିଟ ରୁଟ ରେ ନାଇଟ୍ରେଟ ରହିଥାଏ, ଏହାର ଜୁସ ସେବନ ଦ୍ୱାରା ଷ୍ଟେମିନା ବଢିଥାଏ ଏବଂ ହାର୍ଟ ର କାର୍ଯ୍ୟ କରିବାର କ୍ଷମତା ବଢିଥାଏ l
ପତ୍ରଯୁକ୍ତ ପରିବା – ବିଭିନ୍ନ ପ୍ରକାର ର ପତ୍ର ଯୁକ୍ତ ଶାଗ ରେ ନାଇଟ୍ରେଟ ରହିଥାଏ ମେଥି ଶାଗ, ନାଲି କୋସଳା ଶାଗ, ନେଉଟିଆ ଶାଗ ଇତ୍ୟାଦି, ଏହାକୁ ନିୟମିତ ସ୍ୱଳ୍ପ ମାତ୍ରାରେ ଖାଇବା ଦ୍ୱାରା ହାର୍ଟ ହେଲଥ ଠିକ ରହିଥାଏ l