Odisha news

ଗବେଷକ ପ୍ରସ୍ତୁତ କଲେ ମୋଟାପଣ ଓ ହୃଦ୍‌ରୋଗ ପାଇଁ ନୂଆ ଔଷଧ

0

ମୋଟାପଣ ଓ ହୃଦ୍‌ରୋଗ ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟି ଯାଇଛି। ଏହି ସମସ୍ୟା ପାଇଁ ଟେକ୍ସାସ୍‌ ୟୁନିଭରସିଟି ସମାଧାନର ବାଟ ଖୋଜିପାଇଛି। ବୈଜ୍ଞାନିକମାନେ ଦାବିର ସହ କହିଛନ୍ତି କି ମିଳିଥିବା ଏହି ଉପାୟରୁ ମୋଟାପଣର କାରଣ ବନୁଥିବା ଏନ୍‌ଜାଇମ୍‌କୁ ଶରୀରରେ ପ୍ରଭାବ ପକାଇବାରୁ ‌ରୋକାଯାଇ ପାରିବ। ବୈଜ୍ଞାନିକମାନେ ବହୁଦିନର ଚେଷ୍ଟା ପରେ ଏକ ଫଳପ୍ରଦ ଔଷଧ ପ୍ରସ୍ତୁତ କରିବାରେ ସମର୍ଥ ହୋଇଛନ୍ତି।

ଏ ନେଇ ୨୦୨୨ ମସିହା ଫେବ୍ରୁଆରି ମାସରେ ପ୍ରକାଶ ପାଇଥିବା ଏକ ପତ୍ରିକାରେ ଉଲ୍ଲେଖ କରାଯାଇଛି। ବୈଜ୍ଞାନିକମାନେ ଗବେଷଣାରେ ଗଛ ଓ କିଛି ଖାଦ୍ୟପଦାର୍ଥରେ ମିଳୁଥିବା ବାୟୋ ଏକ୍ଟିଭ୍‌ କମ୍ପାଉଣ୍ଡ୍‌ ଉପରେ ଗବେଷଣା କରିଛନ୍ତି। ଏହି ଗବେଷଣାରୁ ଔଷଧ ସହିତ ମୋଟାପାଣକୁ ନିୟନ୍ତ୍ରଣ କରିବାରେ ବ୍ୟାୟାମର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ବୈଜ୍ଞାନିକମାନେ ଜାଣିପାରିଛନ୍ତି।

ଜଣେ ଗବେଷକଙ୍କ କହିବାନୁସାରେ ମୋଟାପଣ, ହୃଦ୍‌ରୋଗ ଓ ଅନ୍ୟ ସ୍ବ‌ାସ୍ଥ୍ୟଗତ ସମସ୍ୟା ତାଙ୍କ ପରିବାରର ଅନେକ ସଦସ୍ୟଙ୍କ କ୍ଷେତ୍ରରେ ରହିଥିବାରୁ ସେ ବଡ଼ ହେଲେ ଏସବୁର ସମାଧାନର ବାଟ କାଢ଼ିବେ ବୋଲି ନିଷ୍ପତ୍ତି ନେଇଥିଲେ। ତାହା ସେ ଏବେ ସତ କରି ଦେଖାଇଛନ୍ତି। ସେ ଏବେ ଏପରି ଏକ ଛୋଟ ଅଣୁ ବିକଶିତ କରିବାରେ ସମର୍ଥ ହୋଇଛନ୍ତି ଯେ ଯାହାକି ମୋଟାପଣ ସହ ଲଢ଼ିବାକୁ ସମର୍ଥ ହେବ। ତାଙ୍କ ଅନୁସାରେ ଏହି ସମସ୍ୟା କେବଳ ତାଙ୍କର ନୁହେଁ, ଦୁନିଆର ଆହୁରି ଅନେକ ପରିବାରର।

Nalco
Leave A Reply