Odisha news

ଗବେଷଣା ର ଖୁଲାସା : ଅଧ୍ୟୟନ ରୁ ଜଣା ପଡିଲା ଯେ ବିନା ଶାରୀରିକ ପରିଶ୍ରମରେ ମଧ୍ୟ ଓଜନ ହ୍ରାସ କରିହେବ

0

ଓଜନ ହ୍ରାସ କରିବା ସହଜ କାମ ନୁହେଁ l ଏଥିପାଇଁ କଠୋର ପରିଶ୍ରମ କରିବାକୁ ପଡିଥାଏ l କିନ୍ତୁ ଆମ ମାନଙ୍କ ମଧ୍ୟରୁ କିଛି ଏଭଳି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ କୌଣସି ପ୍ରକାରର ପରିଶ୍ରମ କରିବାକୁ ଇଛା କରି ନଥାଆନ୍ତି , କିନ୍ତୁ ସେମାନେ ସବୁବେଳେ ଚାହିଁ ଥାଆନ୍ତି କିପରି ତାଙ୍କର ଓଜନ ହ୍ରାସ ହେବ l ଏପରି ସ୍ତିତି ରେ ପ୍ରଶ୍ନ ଉଠିଥାଏ ଯେ କିପରି ବିନା ଜିମ ଓ ୱାର୍କଆଉଟ ଦ୍ୱାରା ଓଜନ ହ୍ରାସ କରିହେବ l

ନିକଟରେ କିଛି ମେଦ ବହୁଳ ବ୍ୟକ୍ତିଙ୍କୁ ନେଇ ଗୋଟିଏ ଅଧ୍ୟୟନ ହୋଇଥିଲା l ଯେଉଁଥିରେ ଗବେଷକ ମାନେ ସେମାନଙ୍କୁ ୩୦ଦିନ ପର୍ଯ୍ୟନ୍ତ ସନ୍ତୁଳିତ ଓ ପୋଷାକ ଯୁକ୍ତ ଖାଦ୍ୟ ଦେଇ ଅନୁଧ୍ୟାନ କରିଥିଲେ l ତା ସହିତ ସେମାନଙ୍କୁ ଅଧିକ ପରିମାଣ ରେ ଶୋଇବାକୁ ଦିଆ ଯାଇଥିଲା l ଯେପରିକି ରାତିରେ ୮ ରୁ ୯ ଘଣ୍ଟା l ଶୋଇବା ସମୟରେ ସେମାନଙ୍କ ନିକଟରୁ ମୋବାଇଲ କୁ ଦୁରେଇ ରଖା ଯାଇଥିଲା, କିଛିଦିନ ପରେ ଯେତେବେଳେ ସେମାନଙ୍କ ଓଜନ କରାଯାଇ ଥିଲା ସେମାନେ ସମସ୍ତେ ଉଚିତ ପରିମାଣ ର ଓଜନ ହ୍ରାସ କରିଥିଲେ l

ଗବେଷଣା ରୁ କଣ ସାମ୍ନା କୁ ଆସିଲା :

– ଯେତେବେଳେ ଆପଣ ଥଣ୍ଡା ତାପମାତ୍ରା ରେ ଶୋଇ ଥାଆନ୍ତି,ସେତେବେଳେ ଆପଣଙ୍କ ମେଟାବୋଲିଯିମ ବୃଦ୍ଧି ହୋଇଥାଏ ଓ ଏହି ସମୟରେ ଆପଣ ଅଧିକ କ୍ୟାଲୋରୀ ବର୍ନ କରି ଥାଆନ୍ତି l ଏହି ଗବେଷଣା ରେ ଜଣା ପଡିଥିଲା ଯେ ରାତିରେ ଥଣ୍ଡା ଲାଗିବା ଦ୍ୱାରା ହେଲଦି ବ୍ରାଉନ ଫ୍ୟାଟ ର ମାତ୍ରା ବଢି ଯାଇଥାଏ l ତେଣୁ ଏହି ସମୟରେ ବିନା କମ୍ବଳ ଓ ଚାଦର ରେ ଶୋଇବା ଦ୍ୱାରା କ୍ୟାଲୋରୀ ବର୍ନ ହୋଇ ଓଜନ ହ୍ରାସ ହୋଇଥାଏ l

– ଅଧ୍ୟୟନ ରୁ ଜଣା ପଡିଛି ଯେ ପ୍ରତିଦିନ ରାତିରେ ମାତ୍ର ଅତ୍ୟଧିକ ଗୋଟିଏ ଘଣ୍ଟା ଶୋଇବା ଦ୍ୱାରା ବିନା ପରିଶ୍ରମ ରେ ୨୭୦ କ୍ୟାଲୋରୀ ପ୍ରତିଦିନ କମିବ l ଗୋଟିଏ ବର୍ଷରେ ୯  ଓଜନ ହ୍ରାସ ହୋଇ ପାରିବ l

– ଖାଲି ପେଟରେ ରାତିରେ ଶୋଇବା ଠିକ ନୁହେଁ l କିଛି ଲୋକ ଥାଆନ୍ତି ଯେଉଁମାନେ ଓଜନ ହ୍ରାସ ପାଇଁ ରାତିରେ ଖାଲି ପେଟରେ ଶୋଇ ଥାଆନ୍ତି l କିନ୍ତୁ ଗବେଷଣାରୁ ଜଣା ପଡିଛି ଯେ ଆପଣ ରାତିରେ ଶୋଇବା ପୂର୍ବରୁ ପ୍ରୋଟିନ ସେକ ପିଇ ଶୋଇ ପାରିବେ l ଏହାଦ୍ୱରା ଆପଣଙ୍କ ଓଜନ ହ୍ରାସ ରେ ଲାଭ ମିଳିବ l

– ଏହି ଅଧ୍ୟୟନ ଅନୁସାରେ ଯେଉଁ ଲୋକମାନେ ଅନ୍ଧାରରେ ସୋଇ ଥାନ୍ତି ସେମାନଙ୍କ ଓଜନ ହ୍ରାସ ୨୧ ପ୍ରତିଶତ କମ ହୋଇଥାଏ, ସାମାନ୍ୟ ଆଲୋକରେ ଶୋଉ ଥିବା ଲୋକଙ୍କ ତୁଳନା ଏ l ତେଣୁ ରାତିରେ ଶୋଇବା ସମୟରେ ସାମାନ୍ୟ ଆଲୋକ ଲଗାଇ ଶୋଇବା ଉଚି l

Leave A Reply