ଶରୀର କୁ ସୁସ୍ଥ ରଖିବା ପାଇଁ ଅନେକ ପ୍ରକାରର ପୋଷାକ ତତ୍ତ୍ଵ ର ଆବଶ୍ୟକତା ରହିଥାଏ । ଯେଉଁ ମାନଙ୍କ ମଧ୍ୟରେ ଫାଇବର ଗୋଟିଏ । ଫାଇବର ଦ୍ଵାରା ପାଚନ ତନ୍ତ୍ର ମଜବୁତ୍ ହୋଇଥାଏ । ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ, ହାର୍ଟ ପାଇଁ ମଧ୍ୟ ଫାଇବର ଖୁବ୍ ଉପୋଜୋଗି, ଓଜନ ହ୍ରାସ କରିବା,ସୁସ୍ଥ ତ୍ଵଚା ପାଇଁ ମଧ୍ୟ ଆବଶ୍ୟକ ।
ଗୋଟିଏ ଗବେଷଣା ରୁ ଜଣା ପଡ଼ିଛି ଯେ ଫାଇବର ରେ ଭରପୁର ଖାଦ୍ୟ ପଦାର୍ଥ , ଯେଉଁଥିରେ ଭରପୁର ମାତ୍ରାରେ କାର୍ବୋହାଇଡ୍ରେଟ ସାମିଲ ରହିଥାଏ, ବ୍ଲୁ ଜୋନ୍ସ୍ ର ପ୍ରମୁଖ ଆହାର ସାମିଲ ରହିଥାଏ । ବ୍ଲୁ ଜୋନ୍ସ୍ ରେ ବିଶ୍ୱର ଏପରି ୫ଟି ଏପରି ସ୍ଥାନ ବିଷୟରେ କୁହାଯାଇଛି ଯେ ଯେଉଁଠାରେ ଲୋକମାନେ ସୁସ୍ଥ ଜୀବନ ନେଇ ଦୀର୍ଘ ଦିନ ଧରି ବଞ୍ଚି ରହି ପାରିବେ ।
ସେହି ଭଳି ୫ଟି ସ୍ଥାନ ହେଉଛି – ଗ୍ରୀସ୍, ଇଟାଲୀ, ଜାପାନ୍, କୋଷ୍ଟାରିକା, କର୍ଲିଫୋର୍ଣିଆ ର ଲୋମା ଲିଣ୍ଡା
ଗବେଷକ ମାନଙ୍କ କହିବା ଅନୁସାରେ ପୋଷାକ ଯୁକ୍ତ ଖାଦ୍ୟ ଜଣଙ୍କୁ ସୁସ୍ଥ ଓ ଦୀର୍ଘାୟୁ କରିବାରେ ସାହାଯ୍ୟ କରିଥାଏ ।
* ବିନସ୍ – ବିନସ୍ ରେ ଅନେକ ପ୍ରକାରର ପୋଷାକ ତତ୍ତ୍ଵ ମିଳିଥାଏ । ପ୍ରୋଟିନ ଓ ଫାଇବର ରହିଥିବା କାରଣରୁ ଏହାକୁ ଖାଇବା ଦ୍ବାରା ଓଜନ ନିୟନ୍ତ୍ରଣ ହୋଇଥାଏ । ବିନସ୍ ଭଳି ମଟର, ରାଜ୍ମା , ମସୁର ଡାଲି ରେ ପ୍ରୋଟିନ , ଫୋଲେଟ,ଓ ଆଇରନ୍ ଭଳି ପୋଷାକ ତତ୍ତ୍ଵ ରହିଛି ।
* ବିଭିନ୍ନ ଶସ୍ୟ ଜାତୀୟ ଖାଦ୍ୟ – ଗୋଟା ଶସ୍ୟ ରେ ଫାଇବର ର ମାତ୍ରା ଅଧିକ ମାତ୍ରା ରେ ରହିଥାଏ । ଗହମ, ବାଜରା, ମକା, ବ୍ରାଉନ ରାଇସ୍, ଇତ୍ୟାଦି ସାମିଲ ରହିଛି । ଏଥିରେ ଫାଇବର ବ୍ୟତୀତ ପ୍ରୋଟିନ, ଭିଟାମିନ ବି, ଆଣ୍ଟି ଅକ୍ସି ଡାଣ୍ଟ , ଓ ମିନେରାଲସ୍ ଭରି ହୋଇ ରହିଛି ।
* ନଟସ୍ – ଏହିସବୁ ଥିରେ କାଜୁ, ପିସ୍ତା , ଅଖୋରୋଟ, ଚୀନା ବାଦାମ ରହିଛି । ଏଥିରେ ଫାଇବର ରହିଥିବା କାରଣରୁ ଏହା ଶରୀର ପାଇଁ ଖୁବ୍ ହିତକର ।
* ବିଭିନ୍ନ ଫଳ – ବିଭିନ୍ନ ଫଳ ମଧ୍ୟ ଶରୀର ପାଇଁ ଖୁବ୍ ହିତକର । ଏଥିରେ ନାସପାତି, ରାସ୍ ପ ବେରୀ ଇତ୍ୟାଦି ରେ ଫାଇବର ଅଧିକ ମାତ୍ରାରେ ରହିଛି । ଏଥିରେ ଭିଟାମିନ ଏ , ଫାଇବର, ଭିଟାମିନ ସି, କ୍ୟାଲସିୟମ ଓ ଜିଙ୍କ ରହିଛି ।
* ଫ୍ଲେକ୍ସ ଶିଡ – ଏହାକୁ ଅଳସି ମଧ୍ୟ କୁହାଯାଏ । ଏଥିରେ ବିଭିନ୍ନ ଖଣିଜ ପଦାର୍ଥ, ମିନେରାଲ, ଭିଟାମିନ, ଅମେଗା ୩ ଫ୍ୟାଟି ଏସିଡ ଭରି ହୋଇ ରହିଛି । ଏହା ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇ ଥାଏ ଓ ସୁସ୍ଥ ରଖିବା ସହ ଦୀର୍ଘାୟୁ କରିଥାଏ ।