ଥଣ୍ଡା ଦିନ ଆସିବା ମାତ୍ରକେ କିଛି ସମସ୍ୟା ବଢି ଯାଇଥାଏ l ସେଠି ମଧ୍ୟରୁ ଗୋଟିଏ ହେଉଛି ଆଣ୍ଠୁଗଣ୍ଠି ଯନ୍ତ୍ରଣା l ବିଶେଷ ଭାବରେ ଏହା ପୂର୍ବରୁ ବୟସ୍କ ମାନଙ୍କ ନିକଟରେ ଦେଖିବାକୁ ମିଳୁଥିଲା l ବର୍ତମାନ କିନ୍ତୁ ଏହା ସବୁ ଆୟୁ ବର୍ଗର ବ୍ୟକ୍ତିଙ୍କ ନିକଟରେ ଦେଖିବାକୁ ମିଳୁଛି l ଏହା ହାଡ଼ ସହିତ ଯୋଡି ହୋଇଥିବା ସମସ୍ୟା ଟିଏ l ଏମିତି ସ୍ଥିତିରେ ହାଡ଼କୁ ସୁସ୍ଥ ରଖିବା ପାଇଁ ଆମେ କ୍ୟାଲସିୟମ ଓ ଭିଟାମିନ ନିୟମିତ ଭାବରେ ଖାଇଥାଉ l ଶୀତଋତୁରେ ହେଉଥିବା ଆଣ୍ଠୁଗଣ୍ଠି ଯନ୍ତ୍ରଣା ରୁ ଘରୋଇ ଚିକିତ୍ସା କିଛି ମାତ୍ରାରେ ଆରାମ ଦେଇଥାଏ l
* ରସୁଣ :
ରସୁଣରେ କିଛି ଏପରି ତତ୍ୱ ରହିଛି ଯାହା ୟୁରିକ ଏସିଡ ସ୍ତରକୁ କମ କରିବାରେ ସାହାଯ୍ୟ କରିଥାଏ l ଗଣ୍ଠି ଯନ୍ତ୍ରଣା ପାଇଁ ରସୁଣ ସବୁଠୁ ଭଲ ଘରୋଇ ଉପଚାର l ସକାଳୁ ଉଠି ଖାଲି ପେଟରେ ୩ ପାଖୁଡା କଞ୍ଚା ରସୁଣ ଖାଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣା ରୁ ଆରାମ ମିଳିଥାଏ l
* ଆଲମଣ୍ଡ :
ଆଲମଣ୍ଡ ରେ ପ୍ରଚୁର ମାତ୍ରାରେ ଓ଼ମେଗା ୩ ଫ୍ୟାଟି ଏସିଡ ରହିଛି l ଯାହାକୁ ସେବନ କରିବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ l ପ୍ରତିଦିନ ରାତିରେ କିଛି ଆଲମଣ୍ଡ କୁ ପାଣିରେ ବତୁରାଈ ରଖନ୍ତୁ l ଏହାକୁ ସକାଳୁ ଚୋପା ଛଡାଇ ଖାଇ ପାରିବେ l
* ହଳଦୀ ଯୁକ୍ତ ଦୁଗ୍ଧ :
ଦୁଗ୍ଧରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ରହିଥାଏ l ଯାହା ହାଡ଼କୁ ଶକ୍ତ କରିଥାଏ l ତେଣୁ ଦୁଗ୍ଧ ପିଇବା ପୂର୍ବରୁ ଏଥିରେ ହଳଦୀ ମିଶାଇବା ଆବଶ୍ୟକ l ହଳଦୀରେ ଆଣ୍ଟି ଇମ୍ଫ୍ଲାମେଟୋରି ଗୁଣ ରହିଛି l ଯେଉଁ କାରଣରୁ ଗଣ୍ଠି ଯନ୍ତ୍ରଣାରୁ ଆରାମ ମିଳିଥାଏ l
* ଧଣିଆ ପାଣି :
ପ୍ରତିଦିନ ସକାଳୁ ଧଣିଆ ପାଣି ପିଇବା ଦ୍ୱାରା ଗଣ୍ଠି ଜନିତ ସମସ୍ୟା ଦୂର ହୋଇଥାଏ l ଏହାଦ୍ୱାରା ଓଜନ ହ୍ରାସ ମଧ୍ୟ ହୁଏ l ବେଳେବେଳେ ଅତ୍ୟଧିକ ଓଜନ ବୃଦ୍ଧି ଦ୍ୱାରା ମଧ୍ୟ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଆରମ୍ଭ ହୋଇଥାଏ l