ଆମ ହୃତ୍ପିଣ୍ଡ ଗୋଟିଏ ମସକୁଲାର ପମ୍ପ ଅଟେ , ଯାହା ଆମର ଗୋଟିଏ ମୁଠା ଆକାରର l ଏହା ଶରୀରର ସବୁଠୁ ମହତ୍ୱପୂର୍ଣ୍ଣ ଅଙ୍ଗ ଅଟେ l ହୃତ୍ପିଣ୍ଡ ମାଧ୍ୟମରେ ସମସ୍ତ କୋଷିକା କୁ ଆମ ଶରୀରର ଅକ୍ସିଜେନ ସପ୍ଲାଏ ହୋଇଥାଏ l ହାର୍ଟ ଫାଉଣ୍ଡେସନ ଅନୁସାରେ ଯଦି ହୃତ୍ପିଣ୍ଡ ରେ କୌଣସି ସମସ୍ୟା ରହିଥାଏ ତେବେ ରକ୍ତ ପ୍ରବାହ ପ୍ରଭାବିତ ହୋଇଥାଏ ଓ ଏହାଦ୍ୱାରା ହାର୍ଟ ଖାତିଗ୍ରସ୍ତ ହେବାକୁ ଲାଗିଥାଏ l
ଆସନ୍ତୁ ଆଜି ଜାଣିବା ହାର୍ଟ ଆଟାକ ଲକ୍ଷଣ କଣ –
* ଛାତିରେ ଯନ୍ତ୍ରଣା ଓ ଅସହଜ ଲାଗିବା :
ଯଦି ଆପଣଙ୍କ ଛାତିରେ ଅସହଜ ଚାପ ,ଯନ୍ତ୍ରଣା ଭଳି କିଛି ଲକ୍ଷଣ ଦେଖାଗଲା ଓ ଏହି ଯନ୍ତ୍ରଣା ଆପଣଙ୍କ ବାହୁ ,ପିଠି ,ବେକ ଷଣ୍ଢା ବ୍ୟାପିଲା ତେବେ ଆପଣ ସଚେତନ ହୋଇ ଯାଆନ୍ତୁ ଓ ଯେତେଶୀଘ୍ର ଡାକ୍ତରଙ୍କ ପରାମର୍ଶ କରନ୍ତୁ l ଏହା ହୃଦଘାତ ହେବାର କିଛି ସମୟ ପୂର୍ବର ଲକ୍ଷଣ l
* ଥକା ଲାଗିବା :
ଯଦି ବିନା ପରିଶ୍ରମ ରେ ଆପଣଙ୍କୁ ଥକା ଲାଗୁଛି ତେବେ ଏହା ହୃଦଘାତ ହେବାର ପ୍ରାରମ୍ଭିକ ଲକ୍ଷଣ ଅଟେ l ଯେତେବେଳେ ହାର୍ଟ ର ଧମନୀ ଗୁଡିକ କୋଲେଷ୍ଟ୍ରଲ କାରଣରୁ ସଂକୁଚିତ ହୋଇଯାଏ ସେତେବେଳେ ହାର୍ଟ ଆଟାକ ହେବାର ସମ୍ଭାବନା ରହିଥାଏ l
* ମୁଣ୍ଡ ବୁଲେଇବା ଓ ବାନ୍ତି ଲାଗିବା :
ଯଦି ଆପଣଙ୍କୁ ଦିନରେ ଅଧିକାଂଶ ସମୟ ମୁଣ୍ଡ ବୁଲାଉଛି ଓ ବାନ୍ତି ହେବାର ଦେଖାଯାଉଛି ତେବେ ଏହା ହୃଦଘାତ ର ଲକ୍ଷଣ ଅଟେ l ବେଳେବେଳେ ହୃତ୍ପିଣ୍ଡ ରେ କିଛି ଛୋଟ ଛୋଟ ସମସ୍ୟା ଦେଖାଦେଲେ ହୃଦଘାତ ସମ୍ଭାବନା ରହିଥାଏ l ଏହି ସମୟରେ ମସ୍ତିସ୍କ ନିକଟରେ ଆବଶ୍ୟକ ପରିମାଣ ରେ ଅକ୍ସିଜେନ ପହଞ୍ଚି ପାରେ ନାହିଁ , ଯେଉଁ କାରଣରୁ ହୃଦଘାତ ସମସ୍ୟା ଦେଖା ଦେଇଥାଏ l
* ଧଇଁସଇଁ ଲାଗିବା :
ଯଦି ଆପଣଙ୍କୁ ନିଶ୍ୱାସ ନେବାରେ କୌଣସି ପ୍ରକାରର ଅସୁବିଧାର ସମୁଖୀନ ହେବାକୁ ପଡୁଛି ତେବେ ଏହା ହୃଦଘାତ ଜନିତ ସମସ୍ୟା ହୋଇପାରେ , ତେଣୁ ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ l
Comments are closed.