Odisha news

ଉଲଗ୍ନ ହୋଇ ଶୋଇବାର ସ୍ୱାସ୍ଥ୍ୟଗତ ଲାଭ : ମିଳିଥାଏଶରୀରକୁ ଅନେକ ଲାଭ

ଏହା ଶୁଣିବାକୁ ଅଖାଡୁଆ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଯେ ବିନା ବସ୍ତ୍ରରେ ଶୋଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ l ସାଧାରଣତଃ ଶୋଇବା ସମୟରେ ସମସ୍ତେ ପ୍ରାୟ ଢିଲା ପୋଷାକ ପିନ୍ଧିବାକୁ ପସନ୍ଦ କରି ଥାଆନ୍ତି , କିନ୍ତୁ ବିନା ବସ୍ତ୍ରରେ ଶୋଇବା ଦ୍ୱାରା ଆପଣଙ୍କ ଶରୀରକୁ ମାନସିକ ଓ ଶାରୀରିକ ଦୃଷ୍ଟିରୁ ଅନେକ ଲାଭ ମିଳିଥାଏ l

ଆଜିକାଲି ନିଦ ସମସ୍ୟା ଉଭୟ ଯୁବକ ଓ ବୟସ୍କ ମାନଙ୍କ ନିକଟରେ ଦେଖିବାକୁ ମିଳୁଛି l ଏପରି ସ୍ଥିତିରେ ଏହି ଉପାୟ ଆପଣାଇବା ଦ୍ୱାରା ଅନେକ ଲାଭ ମିଳିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମତ ଦେଇଛନ୍ତି l ଗୋଟିଏ ଗବେଷଣାରେ ଏହା କୁହାଯାଇଛି ଯେ ବିନା ବସ୍ତ୍ରରେ ଶୋଇବା ଦ୍ୱାରା ଜୀବନର ଗୁଣବତାର ସୁଧାର ହୋଇ ପାରିବ ଓ ଜୀବନ ଶୈଳୀ ରେ ମଧ୍ୟ ସୁଧାର ଆସିବ l

– ଉଲଗ୍ନ ହୋଇ ଶୋଇବା ଦ୍ୱାରା ଉତେଜନା ସ୍ତର ହ୍ରାସ ପାଇଥାଏ ଓ ଭଲ ନିଦ ଆସିଥାଏ l ଗବେଷଣାରେ କୁହାଯାଇଛି ଯେ ମସ୍ତିସ୍କରୀ ସମସ୍ତ ଟକ୍ସିନ ବାହାରି ଯାଇଥାଏ l ଏହା ଫଳରେ ଶରୀରର ମାନସିକ ଚାପି ହ୍ରାସ ହୋଇଥାଏ ଓ ମନ ଶାନ୍ତ ରହିଥାଏ l

– ଯଦି ଠିକ ଭାବରେ ନିଦ ହୋଇଥାଏ ତେବେ ଆପଣଙ୍କ ତ୍ୱଚା ସୁସ୍ଥ ରହିଥାଏ ଓ ସେଥିରେ ଚମକ ଆସିଥାଏ l ଯେତେବେଳେ ଆପଣ ଭଲ ନିଦ୍ରାରେ ସୋଇ ଥାଆନ୍ତି ଆପଣଙ୍କ ତ୍ୱଚା ମଧ୍ୟ ରିଲାକ୍ସ ହୋଇଥାଏ l ବିନା ପୋଷାକରେ ଶୋଇବା ଦ୍ୱାରା ଆପଣଙ୍କ ଶରୀର ସହିତ ତ୍ୱଚା ମଧ୍ୟ ସତେଜ ଅନୁଭବ କରିଥାଏ l

– ଏହା ସମସ୍ତେ ଜାଣି ଛନ୍ତି ନିଦ ପୁରା ନହେଲେ ଓ ଚିନ୍ତା କାରଣରୁ ଓଜନ ବୃଦ୍ଧି ହୋଇଥାଏ l ଯେତେବେଳେ କୌଣସି ବ୍ୟକ୍ତି ଚିନ୍ତାରେ ରହିଥାଏ ,ସେତେବେଳେ ତାଙ୍କ ଶରୀର ଓ ଏଡରନାଲ ଗ୍ଲାଣ୍ଡ କାର୍ତ୍ତିସୋଲ ଛାଡ଼ିଥାଏ l ଯେଉଁ କାରଣରୁ ରକ୍ତ ପ୍ରବାହରେ ଗ୍ଲୁକୋଜ ମିଳିଥାଏ l ଏହି କାରଣରୁ ଓଜନ ବୃଦ୍ଧି ହୋଇଥାଏ l

ଉଲଗ୍ଣ ହୋଇ ଶୋଇବା ଦ୍ୱାରା ଭଲ ନିଦ ଆସିବା ସହିତ ଓଜନ ମଧ୍ୟ ହ୍ରାସ ହୋଇଥାଏ l

Comments are closed.