Odisha news

ହାର୍ଡ଼ ଇମୁ୍ୟନିଟି ଓ ଜୈବିକ ଖାଦ୍ୟ

0

ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର (ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ) : ଦିନସାରା ଅବିରତ କାମ କରିବା ପାଇଁ ଶରୀରକୁ ଦରକାର ଶକ୍ତି  । ସୁଷମ ଖାଦ୍ୟ ହିଁ ଶରୀରକୁ ଶକ୍ତି ଯୋଗାଇବା ସହିତ ଆମକୁ ସତେଜ ରଖିଥାଏ  । କିନ୍ତୁ ଆଜିକାଲି ବଜାରରେ ଯେଉଁସବୁ ପନିପରିବା, ଫଳ ଆଦି ମିଳୁଛି ତାହା କେତେ ଶୁଦ୍ଧ ତାହା ଆମେ ଜାଣିନାହୁଁ  । ଚାଷ ସମୟରେ ଅଧିକ ଅମଳ ପାଇଁ ଚାଷୀମାନେ ବିଭିନ୍ନ ପ୍ରକାର କୀଟନାଶକ ଔଷଧ ପ୍ରୟୋଗ କରିଥାଆନ୍ତି  । ପନିପରିବା ଓ ଫଳମୂଳ ଚାଷ ହେବା ସମୟରେ ଯେଉଁ କୀଟନାଶକ ଔଷଧ ବ୍ୟବହାର କରାଯାଏ ତାହା ପରିବା ଉତ୍ପାଦନ ହେବା ପର୍ଯ୍ୟନ୍ତ ସେଥିରେ ରହିଥାଏ  । ଆମେ ଏଗୁଡ଼ିକୁ ଖାଇବା ପରେ ଏହା ଆମ ଶରୀର ମଧ୍ୟକୁ ଯାଇ ନାନା ରୋଗ ସୃଷ୍ଟି କରିଥାଏ  ।

କିନ୍ତୁ ଆମେ ତାହା ଜାଣିବା କଷ୍ଟକର ହୋଇଥାଏ  । ପନିପରିବା ଫଳମୂଳରେ କେତେ ପରିମାଣର ବିଷାକ୍ତ ପଦାର୍ଥ ରହିଛି ତାହା ଉପରେ ନିକଟରେ ଏକ ଗବେଷଣାତ୍ମକ ନିବନ୍ଧ ପ୍ରକାଶ ପାଇଛି । ସାଧାରଣତଃ ଯେଉଁ ଲୋକ ବିଷପାନ କରିଥାଏ ସେ ବିଷକୁ ବାହାର କରିବା ପାଇଁ ପଟାସିୟମ ପରମାଙ୍ଗାନେଟ ପାଣି ଉକ୍ତ ବ୍ୟକ୍ତିଙ୍କୁ ଦେଲେ ତାଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ  । ଅଧ୍ୟୟନରୁ ଜଣାପଡ଼ିଛି ଯେ ବର୍ତ୍ତମାନ ଅଣ-ଜୈବିକ ପନିପରିବା ପରିବର୍ତ୍ତେ ଜୈବିକ ପନିପରିବା ସ୍ୱାସ୍ଥ୍ୟ ପାଇଁ ଅଧିକ କ୍ଷତିକାରକ  । ପନିପରିବାକୁ ସତେଜ ଏବଂ ରୋଗମୁକ୍ତ କରି ରଖିବା ପାଇଁ ଅନେକ ଜୈବିକ ଫାର୍ମଗୁଡ଼ିକରେ ମାତ୍ରାଧିକ କୀଟନାଶକ ବ୍ୟବହାର କରାଯାଉଛି  । ଏବଂ ସେହି ମାତ୍ରାଧିକ କୀଟନାଶକ ମିଶା ପନିପରିବାକୁ ରାସାୟନିକ ସାର ମୁକ୍ତ ବା ଜୈବିକ ପନିପରିବାର ଟ୍ୟାଗ ଲଗାଇ ଲାଭ ପାଇଁ ବଜାରରେ ଅଧିକ ଟଙ୍କାରେ ବିକ୍ରି କରାଯାଉଛି  ।

ଅନ୍ୟ ଅର୍ଥରେ କହିଲେ ଲୋକମାନେ ଯେଉଁ ଜୈବିକ ପରିବାକୁ ବହୁତ ସୁରକ୍ଷିତ ଭାବୁଥିଲେ ତାହା ଏବେ ମିଛ ବୋଲି ପ୍ରମାଣିତ ହୋଇଯାଇଛି  । ତେବେ ଏ ସମ୍ପର୍କରେ ଭାରତୀୟ ଶସ୍ୟ ସୁରକ୍ଷା ସଂସ୍ଥାନ ପକ୍ଷରୁ ସୂଚନା ଅଧିକାରକୁ ଯେଉଁ ପ୍ରଶ୍ନ କରାଯାଇଥିଲା ତାର ଉତ୍ତରରେ ଜାଣିବାକୁ ମିଳିଛି ଯେ ରାଜଧାନୀ ଦିଲ୍ଲୀର ବଜାରରେ ବିକ୍ରି ହେଉଥିବା ଜୈବିକ ପନିପରିବାର ୩୩ ପ୍ରତିଶତ ହେଉଛି କୀଟନାଶକଯୁକ୍ତ ପନିପରିବା  । ତେବେ ଏହି ଜୈବିକ ଖାଦ୍ୟରେ କେତେ ମାତ୍ରାରେ କୀଟନାଶକ ମିିଶିଛି ସେ ସମ୍ପର୍କରେ ଜାଣିବା ପାଇଁ ଭାରତୀୟ କୃଷି ଗବେଷଣା କେନ୍ଦ୍ର ପକ୍ଷରୁ ଦିଲ୍ଲୀର ଲୋଧି ରୋଡ଼ସ୍ଥିତ ମେହେର ଚାନ୍ଦ ବଜାରରେ ଦୋକାନଗୁଡ଼ିକରୁ ଜୈବିକ ପନିପରିବାର ନମୁନା ନିଆଯାଇଥିଲା  ।

ପରୀକ୍ଷା କରାଯାଇଥିବା ଜୈବିକ ପନିପରିବାରେ ଏସିଟାମିପ୍ରିଡ଼୍, କ୍ଲେରପିରିଫସ୍, ସିପରମିଥ୍ରିନ୍, ଫ୍ଲବେନ୍ଡିଆମାଇଡ଼ ଏବଂ ପ୍ରୋଫିନୋଫୋସ୍ ପରି ବିଷାକ୍ତ କୀଟନାଶକ ମିଶିଥିବାର ଜଣାପଡ଼ିଛି  । ବିଶେଷ କରି କ୍ଲୋରଫିରିଫସ୍, ସିପରମିଥ୍ରିନ୍, ଏହି ଦୁଇଟି କୀଟନାଶକର ମାତ୍ରା ଅଧିକ ରହିଥିବାର ଦେଖାଯାଇଛି  । ମନୁଷ୍ୟ ଶରୀରରେ କ୍ଲୋରପିରିଫସ୍ର ମାତ୍ରା ଅଧିକ ରହିଲେ ବିକାଶରେ ବାଧା ସୃଷ୍ଟି ହୁଏ, ଏହି ବିଷାକ୍ତ ପଦାର୍ଥ ଲୋକର ରୋଗ ପ୍ରତିରୋଧକ ଶକ୍ତିକୁ କମାଇ ଦିଏ  । ସେହିପରି ସିପରମିଥ୍ରିନ୍ କୀଟନାଶକ ଦ୍ୱାରା ମୁଣ୍ଡବ୍ୟଥା, ଦୁର୍ବଳ ମାସଂପେଶୀ, ଶ୍ୱାସକ୍ରିୟାଜନିତ ଅସୁବିଧା ହୋଇଥାଏ  । ଜୈବିକ ପନିପରିବା ଖାଇବା ଶରୀର ପ୍ରତି ଲାଭଦାୟକ ସତ ।

କରୋନା ସଂକ୍ରମଣ ବୃଦ୍ଧି ସମସ୍ତଙ୍କ ପାଇଁ ଚିନ୍ତା ଓ ଉଦ୍ବେଗର କାରଣ ହୋଇଛି । କ୍ରମାନ୍ୱୟରେ ନମୁନା ପରୀକ୍ଷା ବଢ଼ୁଥିବାବେଳେ ସେହି ପରିମାଣର ସଂକ୍ରମିତ ମଧ୍ୟ ବଢ଼ୁଛନ୍ତି । କିନ୍ତୁ କିଛି ଖୁସିର କଥାଟି ହେଉଛି ଏହା ସଂକ୍ରମିତଙ୍କ ତୁଳନାରେ ଆରୋଗ୍ୟ ହାର ମଧ୍ୟ ଭଲ ସ୍ଥିତିରେ ରହିଛି । ବଡ଼ ଉପଲବ୍ଧି ହେଉଛି ମୃତୁ୍ୟ ସଂଖ୍ୟା ମୋଟ ସଂକ୍ରମଣର ମାତ୍ର ୨.୫ ପ୍ରତିଶତ ଭିତରେ ସୀମିତ । ଭାରତର କରୋନା ମୁକାବିଲାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଉଚ୍ଚ ପ୍ରଶଂସା କରିଛି । ଟିକା ପ୍ରସ୍ତୁତି ଲାଗି ବିଶେଷଜ୍ଞଦଳଙ୍କ ପରୀକ୍ଷା ନିରୀକ୍ଷା ସଫଳତା ପାଇବା ସହ ଶେଷ ସୋପାନରେ ପହଞ୍ଚôଛି । ଚଳିତ ବର୍ଷ ଶେଷ ସୁଦ୍ଧା ଟିକା ବଜାରରେ ଉପଲବ୍ଧ ହେବ ବୋଲି ଚିକିତ୍ସା ବିଜ୍ଞାନୀ ଆଶା ରଖିଛନ୍ତି । ଏ କ୍ଷେତ୍ରରେ ଓଡ଼ିଶା ସରକାର ସମଗ୍ର ଭାରତରେ ଆଗୁଆ ରାଜ୍ୟ ଭାବେ ନିଜକୁ ପ୍ରମାଣିତ କରିଛନ୍ତି । ସେରମ୍ ଇନଷ୍ଟିଚୁ୍ୟଟ ଦ୍ୱାରା ପ୍ରସ୍ତୁତ ଟିକାର ପ୍ରଥମ ପରୀକ୍ଷଣ ସଫଳ ହେବାପରେ ଏହା ନୂଆ ଆଶା ସଞ୍ଚାର କରିଛି ।

ଦ୍ୱିତୀୟ ପରୀକ୍ଷା ସଫଳ ହେଲେ ଏହା ହୁଏତ କୋଭିଡ଼ ଯୁଦ୍ଧରେ ଲଢ଼ିବା ପାଇଁ ଏକ ସଫଳ ଚିକିତ୍ସା ପଦ୍ଧତି ଭାବେ ଆପଣା ଯାଇପାରେ । ନ୍ୟାସନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଦ୍ୱାରା ଦିଲ୍ଲୀର ଜନଘନତ୍ୱ ଅଞ୍ଚଳ ଲୋକଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା । ଯେଉଁଥିରେ ଦିଲ୍ଳୀର ମୋଟ ଜନସଂଖ୍ୟାର ୨୩.୪୮ ପ୍ରତିଶତ ବ୍ୟକ୍ତି କରୋନା ସଂକ୍ରମିତ ହୋଇସାରିଥିବା ଜଣାପଡ଼ିଛି । ଏହି ରୋଗୀଙ୍କ ଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା । ପାଖାପାଖି ୩୧,୩୮୭ ରକ୍ତ ନମୁନା ପରୀକ୍ଷା ହୋଇଥିଲା । ସର୍ଭେର ଉଦେ୍ଦଶ୍ୟ ଥିଲା କେତେ ଜଣଙ୍କ ଠାରେ କରୋନା ଭୂତାଣୁ ବିରୋଧରେ ଲଢ଼ିବାକୁ ଆଣ୍ଟିବଡ଼ି ତଥା ରୋଗ ପ୍ରତିରୋଧୀ କ୍ଷମତା ବିକଶିତ ହୋଇଛି । ଭୂତାଣୁ ପ୍ରବେଶ କରିବା ପୂର୍ବରୁ ସାମାଜିକ ଦୂରତ୍ୱ, ମାସ୍କ ପରିଧାନ, ସ୍ୱଚ୍ଛତା ଅବଲମ୍ବନ, ଭିଡ଼ ସ୍ଥାନକୁ ନଯିବା ଭଳି ଘଟଣା ମାନିବା ସହିତ ସୁଷମ ଭୋଜନ ଓ ବିଶ୍ରାମ ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଲାଗି ଚିକିତ୍ସାବିତ୍ ମାନେ ପରାମର୍ଶ ଦେଉଛନ୍ତି ।

ଏହା ଆମକୁ ହାର୍ଟ ଇମୁ୍ୟନିଟି ତିଆରି କରିବାରେ ସହାୟକ ହୋଇପାରିବ । ଆମେ ଜାଣିନେ କାହାଠାରେ ଭୂତାଣୁ ରହିଛି । ଉଚ୍ଚରକ୍ତଚାପ, ମଧୁମେହ, କର୍କଟ ଓ ଅନ୍ୟାନ୍ୟ ଜଟିଳ ରୋଗୀଙ୍କ ଲାଗି ଏହା ଘାତକ ହୋଇପାରେ । ସେମାନଙ୍କୁ ସୁରକ୍ଷିତ ରଖିବାକୁ ପଡ଼ିବ । ସେଥିପାଇଁ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଜଟିଳ ରୋଗୀ, ବୟସ୍କ, ଗର୍ଭବତୀ, ଶିଶୁମାନଙ୍କୁ ବାହାରକୁ ନବାହାରିବା ଲାଗି ସରକାର ପରାମର୍ଶ ଦେଉଛନ୍ତି ।

ଭାରତ କଥା ଯଦି ଦେଖିବା ଦେଶର ଦୁଇଟି ସହର ଯଥା ମୁମ୍ବାଇ ଓ ଦିଲ୍ଲୀ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ମୁମ୍ବାଇର ମୋଟ ଲୋକସଂଖ୍ୟା ପାଖାପାଖି ୧.୮୪କୋଟି ହୋଇଥିବାବେଳେ ସଂକ୍ରମିତ ପାଖାପାଖି ୩୮,୦୦୦ ହେବ, ଯାହା କି ୦.୨% । ସେହିଭଳି ଦିଲ୍ଳୀର ୧.୯କୋଟି ଲୋକଙ୍କ ମଧ୍ୟରୁ ୧୭,୩୮୬ ସଂକ୍ରମିତ ହୋଇଛନ୍ତି ଯାହା କି ୦.୦୯% । ଗୋଷ୍ଠୀ ପ୍ରତିରୋଧକ ଠାରୁ ଏମାନେ ଅନେକ ଦୂରରେ । ହାରାହାରି ଭାବେ ଦେଖିଲେ ଦେଶଗୁଡ଼ିକର ସଂକ୍ରମିତ ଲୋକସଂଖ୍ୟା ମୋଟ ଜନସଂଖ୍ୟାର ଏକଅଙ୍କ ପ୍ରତିଶତ ଛୁଇଁପାରି ନାହିଁ । କରୋନା ସଂକ୍ରମିତ ହୋଇ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଠାରେ ପ୍ରତିରୋଧକ କ୍ଷମତା କେତେଦିନ ଯାଏ ରହିବ, ତାହାର କୌଣସି ଠୋସ ଆକଳନ ବାହାରି ପାରିନାହିଁ । ମାଇକେଲ ମିନା କହିଛନ୍ତି, ପିଲାମାନଙ୍କ ଠାରେ ମିଳିମିଳା, ହାଡ଼ଫୁଟି ଅତ୍ୟନ୍ତ ସାଧାରଣ ପାଲଟିଯାଇଛି । କାରଣ ଟିକା ଦ୍ୱାରା ସେମାନେ ଗୋଷ୍ଠୀ ପ୍ରତିରୋଧ ସୃଷ୍ଟି କରିପାରିଛନ୍ତି ।

କରୋନା ପାଇଁ ଏବେ କୌଣସି ଟୀକା କିମ୍ବା ଔଷଧ ବାହାରି ପାରିନାହିଁ । ତେଣୁ ନିରାପଦ ବ୍ୟବସ୍ଥା ନ ଆପଣାଇ ଯଦି ଗୋଷ୍ଠୀ ପ୍ରତିରୋଧ ପଦକ୍ଷେପ ନିଆଯାଏ, ତେବେ ଅଧିକରୁ ଅଧିକ ଲୋକ ସଂକ୍ରମିତ ହେବେ ଏବଂ ଅନେକ ଲୋକ ପ୍ରାଣ ହରାଇବେ । ନୁ୍ୟୟର୍କରେ ପ୍ରତି ଲକ୍ଷେ ଲୋକରେ ଏବେ ୨୫୦ ଲୋକ କରୋନା ଯୋଗୁ ପ୍ରାଣ ହରାଇଛନ୍ତି । ଯଦି ୬୦% ଲୋକ ସଂକ୍ରମିତ ହୁଅନ୍ତି, ତେବେ ହଜାର ହଜାର ଲୋକଙ୍କ ଜୀବନ ଯିବ ବୋଲି ମିନା କହିଛନ୍ତି । ତେଣୁ ହର୍ଡ଼ ଇମୁ୍ୟନିଟିରେ ଯଦିଓ କରୋନା ସଂକ୍ରମଣ ମୁକାବିଲାର ସୂତ୍ର ରହିଛି, ଏହା କେବେ ଓ କେମିତି ସମ୍ଭବ ହେବ, ତାହାର ସୂତ୍ର ଖୋଜିପାଇବା ମୁସ୍କିଲ ହୋଇଛି ।

 

Leave A Reply