ଭାରତୀୟ ଆୟୁର୍ବେଦ ର ଚମତ୍କାର ଅନେକ ବର୍ଷରୁ ରହିଛି ଏହା ଆମେ ଶୁଣିଛୁ , ଜାଣିଚୁ ଓ ପଡ଼ିଛୁ , କିନ୍ତୁ ବର୍ତମାନ ବିଶ୍ୱ ଗବେଷକ ମାନଙ୍କ ମତରେ ଭାରତୀୟ ଆୟୁର୍ବେଦ ର ୫ ଟି ହାର୍ବସ୍ କୁ ନିୟମିତ ସେବନ କରିବା ଦ୍ୱାରା ରହିବା ସମସ୍ତ ରୋଗରୁ ମୁକ୍ତ l ଏହା ଆମକୁ ନିରୋଗୀ ରଖିବାରେ ସାହାଯ୍ୟ କରିଥାଏ l ବିଶ୍ୱ ଗବେଷକ ଙ୍କ ମତ ଅନୁସାରେ ଯଦି ଜଣେ ବ୍ୟକ୍ତି ନିଜକୁ ରୋଗ ମୁକ୍ତ ରଖିବାକୁ ଚାହୁଁଛି ତେବେ ନିୟମିତ ଆୟୁର୍ବେଦ ସେବନ କରିବା ଆବଶ୍ୟକ l
ଏଭଳି କିଛି ଆୟୁର୍ବେଦ ହର୍ବସ ରହିଛି ଯାହା ଆମକୁ ସମ୍ପୂର୍ଣ୍ଣ ନିରୋଗୀ ରଖିଥାଏ l ଆସନ୍ତୁ ଜାଣିବା ସେଗୁଡିକ କଣ ?
– ଲିମ୍ବ –
ଅନେକ ପ୍ରକାର ରୋଗ ରେ ଲିମ୍ବ ର ପ୍ରୟୋଗ ହୋଇଥାଏ l ଆୟୁର୍ବେଦ ରେ ପାଖାପାଖି ୭୫% ଫର୍ମୁଲେସନ ର ଅଂଶ ଲିମ୍ବ ଅଟେ l ଏଥିରେ ଆଣ୍ଟି ସେପ୍ଟିକ , ଆଣ୍ଟି ଫାଙ୍ଗଲ ଓ ଆଣ୍ଟି ଭାଇରାଲ ଗୁଣ ରହିଛି l ଯାହା ଶରୀର ରୁ ଟକ୍ସିନ କୁ ବାହାର କରିଥାଏ l ଯଦି ଆପଣ ନିୟମିତ ୪-୫ ଟି ଲିମ୍ବ ପତ୍ର ସେବନ କରିବେ ତେବେ ବିଭିନ୍ନ ତ୍ୱଚା ସମ୍ବନ୍ଧିୟ୍ ସମସ୍ୟା ଦୂର ହୋଇଥାଏ ଓ ଓଜନ ହ୍ରାସ ହୋଇଥାଏ l ଶରୀର ର ଇମ୍ୟୁନିଟି ବୃଦ୍ଧି ହୋଇଥାଏ l
– ଅଶ୍ୱଗନ୍ଧା –
ଅଶ୍ୱଗନ୍ଧା ର ବ୍ୟବହାର ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା କୁ ଦୂର କରିଥାଏ l ସେକ୍ସୁଆଲ ହେଲଥ ପାଇଁ ଖୁବ ଲାଭ ଦାୟକ ଅଟେ ଅଶ୍ୱଗନ୍ଧା l ଇମ୍ୟୁନ ସିଷ୍ଟମ ମଜବୁତ ହୋଇଥାଏ l ଏହାକୁ ସେବନ ଦ୍ୱାରା ମାନସିକ ଚାପ ଦୂର ହୋଇଥାଏ l ଅଶ୍ୱଗନ୍ଧା ଓଜନ ନିୟନ୍ତ୍ରଣ ସହିତ ନିଦ କୁ ଠିକ କରିଥାଏ l ଆପଣ ଏହାର ପାଉଡର , ଟାବ ଲେଟ ଓ ସିରାପ ଭାବରେ ସେବନ କରି ପାରିବେ l
– ବ୍ରାହ୍ମି –
ବ୍ରାହ୍ମୀ ରେ ଆଣ୍ଟି ଅକ୍ସିଡାଣ୍ଟ ଓ ଆଣ୍ଟି ଇମ୍ଫଲା ମେଟାରୀ ଗୁଣ ରହିଛି l ଯାହାକି ମସ୍ତିଷ୍କ କୁ ତୀବ୍ର କରିଥାଏ ଓ ସ୍ମରଣ ଶକ୍ତି ବୃଦ୍ଧି କରିଥାଏ l ଡିପ୍ରେସନ ଓ ଚିନ୍ତା ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l ରକ୍ତ ସଫା ହୋଇଥାଏ l
– ସତାବରୀ –
ଆୟୁର୍ବେଦ ର ରାଣୀ ହେଉଛି ସତାବରୀ , ଯେଉଁଥିରେ ସେପୋନିନ ରହଥାଏ l ଯାହାକି ଶରୀର ରେ ଆଣ୍ଟି ଅକ୍ସି ଡାଣ୍ଟ ଗୁଣ ବୃଦ୍ଧି କରିଥାଏ l ଏହାକୁ ସେବନ କରିବା ଦ୍ୱାରା ଇମ୍ୟୁନିଟି ଷ୍ଟ୍ରଙ୍ଗ ହୋଇଥାଏ ଓ ମହିଳା ମାନଙ୍କର ଗର୍ଭ ଧାରଣ ରେ ସୁବିଧା ହୋଇଥାଏ l ପାଚନ ତନ୍ତ୍ର ରେ ସୁଧାର କରିଥାଏ ସତାବରୀ l ବ୍ଲଡ଼ ସୁଗାର ନିୟନ୍ତ୍ରଣ କରି ସ୍କିନ ଏଜିଙ୍ଗ ରେ ସୁଧାର ଆଣିଥାଏ ସତାବରୀ l
– ମଞ୍ଜିଷ୍ଠା –
ମଞ୍ଜିଷ୍ଠା ଇମ୍ୟୁନ ସିଷ୍ଟମ କୁ ମାଜବୁତ କରିଥଏ l ଲିଭର, ସ୍କିନ ଓ କିଡ଼ନୀ କୁ ସଫା ରଖିବାରେ ସାହାଯ୍ୟ କରିଥାଏ ମଞ୍ଜିଷ୍ଠା l ଏହା ସ୍କିନ କୁ ସୁସ୍ଥ ରଖିଥାଏ l ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ ମଞ୍ଜିଷ୍ଠା l