Odisha news

ହାଥରସ ଘଟଣାରେ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଲା : ପୀଡିତାଙ୍କ ପରିବାର ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ୧୦୪ଥର ଫୋନରେ କଥାବାର୍ତ୍ତା

0

ନୂଆଦିଲ୍ଲୀ: ହାଥରସ ଘଟଣାକୁ ନେଇ ପ୍ରତିଦିନ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି। ଉତ୍ତରପ୍ରଦେଶ ପୁଲିସ ଗୁଣଦୁଷ୍କର୍ମର ଶିକାର ହେବା ପରେ ମୃତ୍ୟୁ ହୋଇଥିବା ହାଥରସ ପୀଡିତାଙ୍କ ଘଟଣାରେ ତଦନ୍ତ ଜାରି ରଖିଛି। ଏହାରି ଭିତରେ ପୁଲିସ ଜାଣିବାକୁ ପାଇଛି ଯେ ପୀଡ଼ିତାଙ୍କ ପରିବାର ଏବଂ ମୁଖ୍ୟ ଅଭିଯୁକ୍ତ ସନ୍ଦୀପଙ୍କ ମଧ୍ୟରେ ଫୋନରେ ଯୋଗାଯୋଗ ରହିଥିଲା।

କେବଳ ଏତିକି ନୁହେଁ ପୀଡିତାଙ୍କ ପରିବାର ଏବଂ ସନ୍ଦୀପଙ୍କ ମଧ୍ୟରେ ଫୋନରେ ଯୋଗାଯୋଗ ଗତ ବର୍ଷ ଅକ୍ଟୋବରରୁ ଆରମ୍ଭ ହୋଇଥିବା ଜଣାପଡ଼ିଛି। ପୀଡିତାଙ୍କ ପରିବାର ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ୧୦୪ଥର ଫୋନରେ କଥାବାର୍ତ୍ତା ହୋଇଥିଲା।

ହାଥରସ ଘଟଣାରେ ୟୁପି ପୁଲିସ ଅଭିଯୁକ୍ତ ଏବଂ ପୀଡିତାଙ୍କ ପରିବାରର କଲ୍ ରେକର୍ଡ ଯାଞ୍ଚ କରିବା ପରେ ଜଣାପଡ଼ିଥିଲା କି ଗତ ବର୍ଷ ଅକ୍ଟୋବର ୧୩ ରେ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଅଧିକାଂଶ କଲ ଚନ୍ଦପା ଅଞ୍ଚଳରୁ କରାଯାଇଛି। ଯାହା ପୀଡିତାଙ୍କ ଗାଁଠାରୁ ମାତ୍ର ୨ କିଲୋମିଟର ଦୂରରେ ରହିଥିଲା।

ଏଥିମଧ୍ୟରୁ ୬୨ ଟି କଲ ପୀଡିତା ପରିବାର କରିଥିବାବେଳେ ଅଭିଯୁକ୍ତ ସନ୍ଦୀପ ୪୨ଥର କଲ କରିଛି। ୟୁପି ପୁଲିସର ଯାଞ୍ଚରୁ ଜଣାପଡିଛି ଯେ ପୀଡିତାଙ୍କ ପରିବାର ଏବଂ ଅଭିଯୁକ୍ତ ସନ୍ଦୀପଙ୍କ ମଧ୍ୟରେ ଫୋନରେ ନିୟମିତ କଥାବାର୍ତ୍ତା ଜାରି ରହିଥିଲା। ଅଭିଯୁକ୍ତ ସନ୍ଦୀପଙ୍କ ନିକଟକୁ ପୀଡିତାଙ୍କ ଭାଇଙ୍କ ତରଫରୁ ବି ୧୦୦ରୁ ଅଧିକ ଥର କଲ ଯାଇଥିବା ଯାଞ୍ଚ ରିପୋର୍ଟରୁ ଜଣାପଡ଼ିଛି।

ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ (ଏସଆଇଟି) ର ତଦନ୍ତ ମଧ୍ୟ ଶେଷ ପର୍ଯ୍ୟାୟରେ ଅଛି। ବୁଧବାର ଦିନ ଏସଆଇଟି ଏହାର ରିପୋର୍ଟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ଦାଖଲ କରିପାରେ। ଗୃହ ସଚିବ ଭଗବାନ୍ ସ୍ବରୂପଙ୍କ ନେତୃତ୍ୱରେ ଡିଜି ଚନ୍ଦ୍ର ପ୍ରକାଶ ଏବଂ ଏସପି ପୁନମ ଏହି ଘଟଣାର ତଦନ୍ତ କରୁଛନ୍ତି।

Nalco
Leave A Reply