ହାଟଡିହି- ୮ / ୧୧ : ଷଡଙ୍ଗ ପଞ୍ଚାୟତରେ ବିଜେପିର ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଷଡଙ୍ଗ ପଞ୍ଚାୟତର ନାଏବ ସରପଞ୍ଚଙ୍କ ସମେତ ୫୦ରୁ ଉର୍ଦ୍ଧ ଭିନ୍ନ ଦଳର କର୍ମୀମାନେ ଭାରତୀୟ ଜନତାପାର୍ଟିରେ ସାମିଲ ହୋଇଛନ୍ତି । ନସିରିପୁର ଖେଳ ପଡିଆ ଠାରେ ଶାଳଣିଆଁ ମଣ୍ଡଳ ବିଜେପି ସଭାପତି ବଳଭଦ୍ର ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ନେତା ଆଲୋକ ସେଠୀଙ୍କ ନେତୃତ୍ୱକୁ ସମର୍ଥନ କରି ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ନାଏବ ସରପ୍ୟ୍ଚ ରବିନ୍ଦ୍ର ଦାସଙ୍କ ସମେତ ୫୦ରୁ ଉର୍ଦ୍ଧ ଭିନ୍ନ ଭିନ୍ନ ଦଳର କର୍ମୀମାନେ ବିଜେପିରେ ସାମିଲ ହୋଇତôଲେ ।
ଉପସ୍ଥିତ ବିଜେପିର ନେତୃବୃନ୍ଦ ସେମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଥିଲେ । ଜିଲ୍ଲା ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବିଧାନସଭା ସଂଯୋଜକ ସୁଶାନ୍ତ ଜେନା, ବରିଷ୍ଠ ନେତା ରମାକାନ୍ତ ନାୟକ, ମଣି ନାୟକ, ରାଜେଶ ସେଠୀ,ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଆଲୋକ ଦାସ, ଅଧର ନାୟକ, ଗୋପାଳ ସେନାପତି, ବାବାଜି ମାଝୀ, ରମାକାନ୍ତ ପଢ଼ିଆରୀ, ଲକ୍ଷ୍ମୀ ଦାସ, ରବିନ୍ଦ୍ର ମଲ୍ଲିକ, ମହେନ୍ଦ୍ର ସାହୁ, ଅଟଳ ଦାସ, ପ୍ରଫୁଲ ସେନାପତି, କୈଳାଶ ଜେନା, ଚିକୁ ବେହେରା, ଆଲୋକ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।