Odisha news

ଓରାଳିରେ ବିଜେପିର ମିଶ୍ରଣ ପର୍ବ, ୫୦ରୁ ଉର୍ଦ୍ଧ ଭିନ୍ନଦଳର କର୍ମୀ ସାମିଲ

0

ହାଟଡ଼ିହି,   : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଓରାଳି ପଞ୍ଚାୟତରେ ଆଜି ୫୦ରୁ ଉର୍ଦ୍ଧ ଭିନ୍ନ ଭିନ୍ନ ଦଳର ଛାମୁଆନେତା ଓ କର୍ମୀ ବିଜେପିରେ  ସାମିଲ ହୋଇଛନ୍ତି । ଓରାଳି ମଠ ପଡିଆ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଆଲୋକ ସେଠୀଙ୍କ ଆହ୍ୱାନକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଆସ୍ଥା ପ୍ରକଟକରି ଓରାଳି ପଞ୍ଚାୟତର ବିଭିନ୍ନ ଦଳର ମନୋଜ ବେହେରା, ଲଳିତ ଓଝା, ମଧୁ ଜେନା, ପ୍ରଭାତ ନାୟକ, ଗଦାଧର ଜେନା, ଅବିନାଶ ଜେନା, ରବିନ୍ଦ୍ର ଜେନା, ବିଜୟ ଗେନା, ରମେଶ ଜେନା, ପ୍ରକାଶ ଜେନା, ପୁର୍ଣ୍ଣଚନ୍ଦ୍ର ଜେନା, ଗଣେଶ ନାୟକ,ନାରାୟଣ ଜେନା, ପ୍ରକାଶ ସେଠୀ, ସମ୍ପଦ ଜେନା, ସତ୍ୟଜିତ ପଣ୍ଡା, ତପନ ଜେନା, ଜୀବନଜ୍ୟୋତି ଜେନାମୁକେଶ ଜେନାଙ୍କ ସମେତ ୫୦ରୁ ଉର୍ଦ୍ଧ ଛାମୁଆ ନେତା ଓ କର୍ମୀମାନେ ଆଜି ବିଜେପିରେ ସାମିଲ ହୋଇଥିଲେ । ବିଜେପିର ନେତାମାନେ ସେମାନଙ୍କୁ ଦଳୀୟ ଟୋପି ପିନ୍ଧାଇ ଓ ଫୁଲତୋଡା ଦେଇ ଦଳକୁ ସ୍ୱାଗତ କରିଥିଲେ । ବଞ୍ଚୋ ମଣ୍ଡଳ ସଭାପତି ଶଶିକାନ୍ତ ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଜିଲ୍ଲା ବିଜେପି ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର, ବରିଷ୍ଠ ନେତା ହେମନ୍ତ ପେରେଇ, ମଧୁସୁଦନ ରାଉତ, ସୁଶାନ୍ତ ଜେନା, ଯୁବମୋର୍ଚ୍ଚା ସଭାପତି ହିମାଦ୍ରୀ ବଳିୟାରସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Nalco
Leave A Reply