Odisha news

ଆଜି ହେଉଛି ପବିତ୍ର ଚୈତ୍ର ପୂର୍ଣିମା ଓ ହନୁମାନ ଜୟନ୍ତୀ : ଏହି  ଦୁର୍ଲଭ ସଂଯୋଗରେ କରନ୍ତୁ ଏହିସବୁ  ବସ୍ତୁକୁ ଦାନ

0

ହିନ୍ଦୁ ଧର୍ମରେ ଚୈତ୍ର ପୁର୍ଣିମା ର ବହୁତ ମହତ୍ୱ ରହିଛି, ଏହିଦିନ ଭଗବାନ ନାରାୟଣ ଓ ମାତା ଲକ୍ଷ୍ମୀଙ୍କ ର ବିଶେଷ ପୂଜାର୍ଚନା ହୋଇଥାଏ, ଏହାଛଡା ଏହିଦିନ ହନୁମାନ ଜୟନ୍ତୀ ପାଳିତ ହୋଇଥାଏ, ତେଣୁ ଭଗବାନ ଓ ଭକ୍ତଙ୍କ କୃପା ଲାଭ ପାଇଁ କିଛିଟା ବସ୍ତୁ ନିହାତି ଦାନ କରିବା ଜରୁରୀ l

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ଚୈତ୍ର ପୁର୍ଣିମାରେ ୩ଟି ,ମହାସଂଯୋଗ ଘଟୁଛି, ଯାହାଦ୍ୱାରା ଦାନ ପୁଣ୍ୟ ର ମହତ୍ୱ ଅଧିକ ବଢ଼ିଯାଇ ଥାଏ l
–  ପୁର୍ଣିମା ତିଥିରେ ମଙ୍ଗଳ-ଶନି ଙ୍କ ଯୁତି ହେବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରଭାବଶାଳୀ ସଂଯୋଗ ଅଟେ, ଯାହାକି କଠିନ କାର୍ଯ୍ୟରେ ସଫଳତା ଦେଇଥାଏ l

– ପୁର୍ଣିମା ତିଥି ରେ ସର୍ବାର୍ଥ ସିଦ୍ଧି ଯୋଗ ରହିବ ଖୁବ ଶୁଭ ଅଟେ, ତେଣୁ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହିଦିନ ଟି ଶୁଭ ଅଟେ l

– ଯଦି ପୁର୍ଣିମା ତିଥିରେ ରବି ଯୋଗ ପଡିଥାଏ ତେବେ ଜୀବନରୁ ନକରତ୍ମକ ଶକ୍ତି ର ଦୂର ହୋଇଥାଏ, ଏବଂ ସମାଜରେ ମାନସମ୍ମାନ ପ୍ରାପ୍ତି ହୋଇ ଥାଏ l

ଚୈତ୍ର ପୁର୍ଣିମା ରେ କରନ୍ତୁ ଏହିସବୁ ବସ୍ତୁକୁ ଦାନ =
– ଚୈତ୍ର ପୁର୍ଣିମା ରେ ଅନ୍ନ ଦାନ ଖୁବ ପବିତ୍ର ଅଟେ l ଏହାଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ l

– ଚୈତ୍ର ପୁର୍ଣିମା ଦିନ ଜଳ ଦାନ ଓ ଜଳ ପୁର୍ଣ ମାଠିଆ ଦାନ କରିବା ଶୁଭ ହୋଇଥାଏ l

– ଆଜିର ଦିନରେ ଯଦି ବସ୍ତ୍ର ଦାନ କରିବା ତେବେ ଖୁବ ଶୁଭ ହୋଇଥାଏ, ଘରୁ ଦରିଦ୍ରତା ଦୂର ହୋଇଥାଏ l

– ମିଠା ଜିନିଷ ଚୈତ୍ର ପୁର୍ଣିମା ରେ ଦାନ କରିବା ଶୁଭ ଅଟେ, ଯାହା ପରିବାରରେ ସମ୍ପର୍କ କୁ ମଜବୁତ କରିଥାଏ l

– ଚୈତ୍ର ପୁର୍ଣିମା ଦିନ ଫଳ ଓ ଭୋଜନ ଦାନ ଶୁଭ ଅଟେ, ଏହାଦ୍ୱାରା ଘରର ସୁଖ ସମୃଦ୍ଧି ସ୍ଥିର ରହିଥାଏ l

– ଚୈତ୍ର ପୁର୍ଣିମାରେ ମନ୍ଦିରରେ ଦୀପ ଦାନ କରିବା ଶୁଭ ଅଟେ ,ଜୀବନରୁ ଅନ୍ଧକାର ଦୂର ହୋଇଥାଏ l

Leave A Reply