ହିନ୍ଦୁ ଧର୍ମରେ ପ୍ରତ୍ୟେକ ବାରର କିଛିନା କିଛି ମହତ୍ୱ ରହିଛି, ସେହିଭଳି ଶନିବାର ଦିନଟି ହେଉଛି ଶନିଦେବ ଙ୍କ ବାଟ ଏବଂ ଏହିଦିନ ମହାବୀର ହନୁମାନ ଙ୍କୁ ମଧ୍ୟ ପୂଜାର୍ଚନା କରାଯାଏ l ବିଶେଷ ଭାବରେ ଶନିବାର ଦିନଟିରେ ହନୁମାନଙ୍କୁ ପୂଜା କରିବା ସମୟ ରେ ହନୁମାନ ଚାଳିଶା ପାଠ କରାଯାଇ ଥାଏ l ଏହାଦ୍ୱାରା ଶନି ଦେବଙ୍କ କୋପ ରୁ ମୁକ୍ତି ମିଳିଥାଏ l ଏହାଦ୍ୱାରା ହନୁମାନ ଙ୍କ କୃପା ପ୍ରାପ୍ତି ମଧ୍ୟ ଥାଏ l ହନୁମାନ ଙ୍କ କୃପାରୁ ମଧ୍ୟ ସମସ୍ତ ସଙ୍କଟ ରୁ ମୁକ୍ତି ମିଳିଥାଏ l କିନ୍ତୁ ଏହି ହନୁମାନ ଚାଳିଶା ପାଠ କରିବା ସମୟ ରେ କିଛିଟା କଥାକୁ ଧ୍ୟାନ ମଧ୍ୟ ରଖିବା ଆବଶ୍ୟକ l
ହନୁମାନ ଚାଳିଶା ପାଠ କରିବାର ସମୟ –
ଧର୍ମ ଶାସ୍ତ୍ର ଅନୁସାରେ ଯଦି କୌଣସି ସାଧକ ପ୍ରତ୍ୟେକ ଦିନ କିମ୍ବା ପ୍ରତି ମଙ୍ଗଳବାର ଓ ଶନିବାର ଦିନ ୩ ପହର ହନୁମାନ ଚାଳିଶା ପାଠ କରିବା ତେବେ ହନୁମାନ ଙ୍କ ବିଶେଷ କୃପା ପ୍ରାପ୍ତ ହେବ, ଶନିବାର ଦିନ ହନୁମାନ ଚାଳିଶ ପଢିବା ସମୟ ରେ ଶନି ଙ୍କ ଶୁଭ ଦୃଷ୍ଟି ମଧ୍ୟ ଜାତକ ଉପରେ ରହିବ l
ହନୁମାନ ଚାଳିଶା ପାଠ କରିବାର ସଠିକ ନିୟମ –
– ହନୁମାନ ଚାଳିଶା ପାଠ କରିବା ପୂର୍ବରୁ ସ୍ନାନ ନିହାତି କରିବା ଜରୁରୀ, ଏବଂ ହନୁମାନଙ୍କୁ ଧ୍ୟାନ କରିବା ଜରୁରୀ l
– ସେହି ସମୟ ରେ ମନକୁ ଶୁଦ୍ଧ ରଖିବା ନିହାତି ଆବଶ୍ୟକ , ଏହି ସମୟରେ ମନରେ ଓ ମସ୍ତିଷ୍କ ରେ କୌଣସି ପ୍ରକାରର ନକାରାତ୍ମକ ଭାବନା ରଖିବା ଉଚିତ ନୁହେଁ l
– ସନ୍ଧ୍ୟା ସମୟ ରେ ହନୁମାନ ଚାଳିଶା ପାଠ କରିବା ସମୟ ରେ ମନ ସମ୍ପୂର୍ଣ ପବିତ୍ର ଥିବା ଜରୁରୀ l
– ହନୁମାନ ଚାଳିଶା ପାଠ କରୁଥିବା ବ୍ୟକ୍ତି ମାଂସ ଓ ମଦ ଠାରୁ ଦୁରେଇ ରହିବା ଆବଶ୍ୟକ l