ଆଜିକାଲି ପ୍ରାୟ ସମସ୍ତେ ଛୋଟ ଛୋଟ ରୋଗରେ ତୁରନ୍ତ ସମସ୍ତେ ଆଣ୍ଟିବାୟୋଟିକ ସେବନ କରିବା ଆରମ୍ଭ କରି ଦେଉଛନ୍ତି, କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହା ଆପଣଙ୍କ ଅନ୍ତ ରେ ଥିବା ଭଲ ବ୍ୟାକ୍ଟେରିଆ କୁ ମଧ୍ୟ ନଷ୍ଟ କରିଦେଇଥାଏ l ଗୁଡ଼ ବ୍ୟାକ୍ଟେରିଆ ଆମ ପାଚନ ତନ୍ତ୍ର କୁ ଠିକ ରଖିବାରେ ସାହାଯ୍ୟ କରିଥାଏ, ଏବଂ ଇମ୍ୟୁନ ସିଷ୍ଟମ କୁ ମଧ୍ୟ ମଜବୁତ କରିଥାଏ, ଏବଂ ଶରୀର କୁ ସୁସ୍ଥ ରଖିବାରେ ସାହାଯ୍ୟ ମଧ୍ୟ କରିଥାଏ l
ସେଥିପାଇଁ କିଛିଟା ଖାଦ୍ୟ କୁ ନିହାତି ନିଜ ଖାଦ୍ୟ ରେ ସାମିଲ କରିବା ଜରୁରୀ l ଯାହାକି ଆମ ଶରୀରରେ ଗୁଡ଼ ବ୍ୟାକ୍ଟେରିଆ କୁ ସନ୍ତୁଳିତ ରଖିବ l ‘
– ଦହି – ଦହି ରେ ଲାକ୍ଟେବେଶୀଲସ ଓ ବିଫିଡୋବ୍ୟାକ୍ଟେରିୟମ ଭଳି ପ୍ରୋବାୟୋଟିକ ବ୍ୟାକ୍ଟେରିଆ ରହିଥାଏ , ଯାହାକି ପେଟରେ ଭଲ ବ୍ୟାକ୍ଟେରିଆ କୁ ବଢାଇବା ରେ ସାହାଯ୍ୟ କରିଥାଏ, ପ୍ରତିଦିନ ଯଦି ଆଣ୍ଟି ବାୟୋଟିକ ସେବନ କରୁଛନ୍ତି ତେବେ ନିହାତି ପ୍ରତିଦିନ ଗୋଟିଏ ଗିନା ଦହି ନିଜ ଭୋଜନ ରେ ସାମିଲ କରନ୍ତୁ l ଯାହାକି ଆପଣଙ୍କ ପାଚନ ତନ୍ତ୍ର କୁ ମଜବୁତ କରିବା ସହିତ ଇମ୍ୟୁନ ସିଷ୍ଟମ ମଧ୍ୟ ମଜବୁତ ହୋଇଥାଏ l
– ଘୋଳ ଦହି – ଘୋଳ ଦହି ଆୟୁର୍ବେଦ ରେ ଗୋଟିଏ ଭଲ ପାଚନ ସୁଧାରକଃ ଅଟେ, ଏଥିରେ ଥିବା ପ୍ରବାୟୋଟିକ ପେଟରେ ଗୁଡ଼ ବ୍ୟାକ୍ଟେରିଆ ସନ୍ତୁଳନ ରଖିବାରେ ସାହାଯ୍ୟ କରିଥାଏ l ଏବଂ ଶରୀର କୁ ହାଇଡ୍ରେଟ ମଧ୍ୟ ରଖିଥାଏ l
– ଆଚାର – ଘରେ ପ୍ରସ୍ତୁତ ହେଉଥିବା ଆଚାର ସବୁବେଳେ ସୁଧ ଜିନିଷ ରେ ପ୍ରସ୍ତୁତ ହୋଇଥାଏ, ଏହା ଅନ୍ତ ରେ ଭଲ ବ୍ୟାକ୍ଟେରିଆ କୁ ସୁରକ୍ଷିତ ରଖିଥାଏ l ଏବଂ ପାଚନ ତନ୍ତ୍ର ମଧ୍ୟ ସୁରକ୍ଷିତ ହୋଇଥାଏ l
– କେଫିର – କେଫିର ଯାହାକି ଦେଖିବାକୁ ଦହି ଭଳି ଜିନିଷ ଟିଏ , ଏହା ଗୋଟିଏ ଫାର୍ମେଣ୍ଟେଡ ଡ୍ରିଂକ୍ସ ଅଟେ, ଏହା ପେଟରେ ଗୁଡ଼ ବ୍ୟାକ୍ଟେରିଆ ବୃଦ୍ଧି କରିଥାଏ, ପାଚନ ରେ ସୁଧାର ଆଣିଥାଏ, ଏବଂ ଇମ୍ୟୁନିଟି ମଜବୁତ କରିଥାଏ l
– ଫାଇବର ଯୁକ୍ତ ଫଳ ଓ ପରିବା -କଦଳୀ, ରସୁଣ, ପିଆଜ, ଶତାବରୀ ଓ ଦଳିଆ ଭଳି ଖାଦ୍ୟ ପ୍ରବାୟୋଟିକ ରେ ଭରପୁର ହୋଇଥାଏ, ଯାହାକି ପେଟରେ ଭଲ ବ୍ୟାକ୍ଟେରିଆ ର ବିକାଶ କରିଥାଏ ଏହାକୁ ପ୍ରତିଦିନ ସେବନ କରିବା ଦ୍ୱାରା ପ୍ରତିଦିନ ଏଭଳି ଖାଦ୍ୟ ଖାଇବା ଜରୁରୀ l