Odisha news

ମଙ୍ଗଳବାର ଦିନ ଲବଙ୍ଗ ରେ କରନ୍ତୁ ଏହି ଉପାୟ ଚମକି ଉଠିବ ଭାଗ୍ୟ ଓ ମିଳିବ ହନୁମାନଙ୍କ ଆଶୀର୍ବାଦ

କୁହାଯାଏ ଯେ ଯାହା ଉପରେ ହନୁମାନଙ୍କ ଆଶୀର୍ବାଦ ରହିଛି ତାର ସବୁ ବିପଦ ଦୂରେଇ ଯାଇଥାଏ । ଯଦି ଆପଣ ମଧ୍ୟ ପ୍ରଭୁ ଶ୍ରୀରାମ ଓ ହନୁମାନ ଙ୍କ କୃପା ଲାଭ କରିବାକୁ ଚାହୁଁଛନ୍ତି ତେବେ ଆପଣ ମଧ୍ୟ ଏହିସବୁ ଉପାୟ କୁ ଅପଣନ୍ତୁ ।
* ନିଜ ଜୀବନରେ ଆସୁଥିବା ବାଧା ବିଘ୍ନ କୁ ଦୁର କରିବା ପାଇଁ ମଙ୍ଗଳବାର ଦିନ ସୁଦ୍ଧ ସୋରିଷ ତେଲରେ ଦ୍ଵିପ ଜାଳନ୍ତୁ ଓ ଏଥିରେ ଦୁଇଟି ଲବଙ୍ଗ ପକାଇ ଦିଅନ୍ତୁ । ଦେଖିବେ ଆପଣଙ୍କ ର ସମସ୍ତ ବିଘ୍ନ ଦୁର ହୋଇଯିବ ।
* ଯଦି ଆପଣଙ୍କର କୌଣସି କାର୍ଯ୍ୟ ଦୀର୍ଘ ସମୟ ଧରି ଅଟକି ରହିଛି ଓ ଫଳପ୍ରଦ ହେଉ ନାହିଁ ତେବେ ମଙ୍ଗଳବାର ଦିନ ହନୁମାନଙ୍କ ମନ୍ଦିରରେ ଗୋଟିଏ ନଡ଼ିଆ ଚଢ଼ାନ୍ତୁ ଓ ସେହି ନଡ଼ିଆ ଉପରେ ସ୍ଵସ୍ତିକ ଚିହ୍ନ କରି ଦିଅନ୍ତୁ ଅଟକି ଥିବା କାର୍ଯ୍ୟ ପୁରା ହେବ ।
* ହନୁମାନଙ୍କ କୃପା ଲାଭ କରିବା ପାଇଁ ଶ୍ରୀ ଗଣେଶ ଙ୍କୁ ପୂଜା କରନ୍ତୁ । ମଙ୍ଗଳବାର ଦିନର ପ୍ରଥମ ରୁଟି ଗାଈ କୁ ଖାଇବାକୁ ଦିଅନ୍ତୁ । ଯାହାଦ୍ଵାରା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିବ ।
* ଯଦି ଆପଣ ବୈଭବ ଶାଳୀ ହେବାକୁ ଚାହୁଁଛନ୍ତି ତେବେ ମଙ୍ଗଳବାର ଦିନ ହନୁମାନଙ୍କୁ ନାଲି ସିନ୍ଦୂର , ନାଲି ଗାମୁଛା ଓ ନାଲି ଫଳ ଅର୍ପଣ କରନ୍ତୁ ।
* ଯଦି ଆପଣ ନିଜର ଆର୍ଥିକ ସ୍ଥିତି ସୁଧାରିବାକୁ ଚାହୁଁଛନ୍ତି ତେବେ ମଙ୍ଗଳବାର ଦିନ ବଜରଙ୍ଗ ବାଣ ପାଠ କରନ୍ତୁ ସମସ୍ତ ଅସୁବିଧା ଦୂରେଇ ଯିବ ।
* ଯଦି ନିଜ ପରିବାରକୁ ସମସ୍ତ ବିପଦ ରୁ ରକ୍ଷା କରିବାକୁ ଚାହୁଁଛନ୍ତି ତେବେ ଘରର ଉତ୍ତର ଦିଗରେ ଉଡୁଥିବା ହନୁମାନଙ୍କ ଫଟୋ ଲଗାନ୍ତୁ । ଦେଖିବେ ବିପଦ ଦୂରେଇ ଯିବ ।
* ଯଦି ଦାମ୍ପତ୍ୟ ଜୀବନରେ କୌଣସି ବାଧା ବିଘ୍ନ ଦେଖା ଯାଉଛି ତେବେ ମଙ୍ଗଳବାର ଦିନ ହନୁମାନଙ୍କୁ ମିଠା ଜିନିଷ ଅର୍ପଣ କରିବା ଉଚିତ୍ ଯାହା ଦ୍ଵାରା ସମସ୍ତ ସମାଧାନ ହୋଇଯିବ ।
* ସମାଜରେ ମାନ ସମ୍ମାନ ପାଇବା ପାଇଁ ମଙ୍ଗଳବାର ଦିନ ହନୁମାନ ମନ୍ଦିରରେ ନାଲି ପତାକା ଚଢାନ୍ତୁ ।

Comments are closed.