ପୁରାତନ ଜ୍ୟୋତିଷ ଶାସ୍ତ୍ରକୁ ନେଇ ଆମ ଭାରତୀୟ ହସ୍ତରେଖା ଶାସ୍ତ୍ର ପରିଚାଳିତ l ଏହା ଅନେକ ପୁରୁଣା କାଳରୁ ରହିଛି, ଯାହା ଆମ ହିନ୍ଦୁ ମାନଙ୍କ ପାଇଁ ନିଜ ଭବିଷ୍ୟତକୁ ନେଇ ସଚେତନ କରାଇ ଥାଏ l ହାତରେ ଏପରି କିଛି ରେଖା ରହିଥାଏ ଯାହା ତାର ଆର୍ଥିକ ସ୍ଥିତିକୁ ଦର୍ଶାଏ l
ସୂର୍ଯ୍ୟ ରେଖା – ସୂର୍ଯ୍ୟ ରେଖା ଜୀବନର ଆର୍ଥିକ କୁ ଦର୍ଶାଇ ଥାଏ l ଆପଣଙ୍କ ରିଙ୍ଗ ଫିଙ୍ଗର ର ତଳେ ରହିଥିବା ଅଂଶ କୁ ସୂର୍ଯ୍ୟ ପର୍ବତ କୁହାଯାଏ l ଏହା ଆପଣଙ୍କ ଭାଗ୍ୟକୁ ଓ ଭବିଷ୍ୟତକୁ ଦର୍ଶାଇ ଥାଏ l ଏହାଦ୍ୱାରା ଆପଣ ଭବିଷ୍ୟତରେ ଧନ ଲାଭ କରିବାର ସମ୍ଭାବନା ରହିଥାଏ l ଏମାନେ ବ୍ୟବସାୟରେ ଭଲ ଧନ ଅର୍ଜନ କରି ଥାଆନ୍ତି l
ଯଦି ରହିଛି M ଆକୃତି – ହସ୍ତ ରେଖା ଶାସ୍ତ୍ରରେ କୁହାଯାଇଛି ଯେ ସେହି ଲୋକ ମାନଙ୍କୁ ବିବାହ ପରେ ଧନ ପ୍ରାପ୍ତିର ଆଶା ରହିଥାଏ ଯେଉଁ ମାନଙ୍କ ହସ୍ତ ରେ ମସ୍ତିଷ୍କ ରେଖା ରହିଥାଏ l ଏହା ଜୀବନ ରେଖା ଓ ଭାଗ୍ୟ ରେଖା ସହିତ ମିଶି M ଆକୃତିର ହୋଇଥାଏ l ଏଭଳି ଲୋକଙ୍କ ଭାଗ୍ୟ ବିବାହ ପରେ ଚମକି ଥାଏ l ମାନ୍ୟତା ରହିଛି ଯେ ଏଭଳି ଲୋକ ୩୦ ରୁ ୫୫ ବର୍ଷ ମଧ୍ୟରେ ପ୍ରଚୁର ଧନ ଅର୍ଜନ କରି ଥାଆନ୍ତି l
ଅନେକ ଉପାୟରେ ଅର୍ଜନ କରିବେ ଧନ -ଯଦି ଆପଣଙ୍କ ହାତରେ ଜୀବନ ରେଖା,ଭାଗ୍ୟରେଖା,ହୃଦୟ ରେଖା,ଭାଗ୍ୟରେଖା ଓ ମସ୍ତିସ୍କ ରେଖା ମିଶି ଆପଣଙ୍କ ହାତରେ ତ୍ରିଭୁଜ ହୋଇଛି ତେବେ ଏହା ଆପଣଙ୍କ ଭାଗ୍ୟରେ ଧନ ଉପାର୍ଜନ ର ରାସ୍ତା ରଖିଛି l ଏପରି ଲୋକ ଉଭୟ ବ୍ୟବସାୟ ଓ ଚାକିରୀ କରି ଧନ ଉପାର୍ଜନ କରିବେ l