ଆମ ଭାରତୀୟ ପୁରାତନ ଆୟୁର୍ବେଦ ରେ ଦୁଗ୍ଧ ହଳଦୀ ଗୋଟିଏ ଖୁବ୍ ଉତ୍କୃଷ୍ଟ ଉପଚାର । ଏହା ଭାରତୀୟ ଆୟୁର୍ବେଦ ର ପୃଷ୍ଟ ଭୂମି କହିଲେ ଅତ୍ୟୁକ୍ତି ହେବନାହିଁ । ଇମ୍ୟୁନିଟି ବଢ଼ାଇବା, କ୍ଷତ ପୂର୍ଣ୍ଣ କରିବା , ଥକା ପଣ ଦୁର କରିବା , ସଂକ୍ରମଣ ରୁ ରକ୍ଷା କରିବା ପାଇଁ ଦୁଗ୍ଧ ହଳଦୀ ଗୋଟିଏ ଖୁବ୍ ଭଲ ଉପଚାର । କିନ୍ତୁ ଏହି ହଳଦୀ ଯୁକ୍ତ ଦୁଗ୍ଧ ରାତିରେ ପିଇବା ଦ୍ଵାରା ମିଳିଥାଏ ଶରୀରକୁ ଚମତ୍କାର ଲାଭ ।
* ଦୁଗ୍ଧ ରେ କ୍ୟାଲସିୟମ, ଆଇରନ, ପ୍ରୋଟିନ , ମିନେରାଲ ଭଳି ପୋଷାକ ତତ୍ତ୍ଵ ରହିଛି । ଯାହା ଶରୀରକୁ ଜରୁରୀ ପୋଷଣ ଦେଇଥାଏ । ସେଥିପାଇଁ ଦୁଗ୍ଧ କୁ ଗୋଟିଏ ସମ୍ପୂର୍ଣ ଆହାର ବୋଲି କୁହା ଯାଇଥାଏ । ତା ସହିତ ହଳଦୀ ଗୋଟିଏ ପ୍ରାକୃତିକ ଆଣ୍ଟି ବାୟୋଟିକ୍ ଯାହାକୁ ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ ।
ଆଜି ଆସନ୍ତୁ ଜାଣିବା ରାତିରେ ହଳଦୀ ଯୁକ୍ତ ଦୁଗ୍ଧ ପିଇବାର ଲାଭ –
୧) ଦୁଗ୍ଧ ହଳଦୀ ପିଇବା ଦ୍ଵାରା ଶରୀରରୁ ବିଷାକ୍ତ ଟକ୍ସିନ ବାହାରି ଯାଇଥାଏ । ଯାହାଦ୍ଵାରା ପେଟର ଦାଇଯେଷ୍ଟିଭ ସିଷ୍ଟମ ଠିକ୍ ରହିଥାଏ ଓ ପେଟର ସମସ୍ତ ରୋଗ ଠାରୁ ରକ୍ଷା ପାଇ ପାରିବେ ।
୨) ହଳଦୀ ଯୁକ୍ତ ଦୁଗ୍ଧ ସେବନ କଲେ ତ୍ୱଚ଼ା ରେ ଚମକ୍ ଆସିଥାଏ । କାରଣ ଏଥିରେ ଆଣ୍ଟି ସେପ୍ଟିକ୍ ଓ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଛି । ତେଣୁ ଚର୍ମ ର ବିଭିନ୍ନ ସମସ୍ୟା ଦୂର ହୋଇଥାଏ ଓ ଚମକ୍ ଆସିଥାଏ ।
୩) ଦୁଗ୍ଧ ରେ କ୍ୟାଲସିୟମ ରହିଥାଏ ଓ ଏଥିରେ ହଳଦୀ ମିଶିଯିବା ଫଳରେ ହାଡ ମଜବୁତ୍ ହେବା ସହ ହାଡ଼ର ବିଭିନ୍ନ ସମସ୍ୟା ଦୂର ହୋଇଥାଏ । ହଳଦୀ ଯୁକ୍ତ ଦୁଗ୍ଧ ପିଉଥିବା ମହିଳା ମାନଙ୍କର ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ସମସ୍ୟା ଦେଖିବାକୁ ମିଳି ନଥାଏ । ବିଶେଷଜ୍ଞ ଙ୍କ ମତରେ ନିୟମିତ ପିଇବା ଦ୍ଵାରା ଆର୍ଥାରାଇଟିସ ସମସ୍ୟା ମଧ୍ୟ ଦୁର ହୋଇଥାଏ ।
୪) ହଳଦୀ ଯୁକ୍ତ ଦୁଗ୍ଧ ମହିଳା ମାନଙ୍କ ର ନିଦ୍ରା ହୀନତା ଦୁର କରିଥାଏ । କାରଣ ଅଧିକାଂଶ ସମୟରେ ଦେଖିବାକୁ ମିଳିଥାଏ ଯେ ମାନସିକ ଚାପ୍ କାରଣରୁ ଠିକ୍ ଭାବରେ ନିଦ ରାତିରେ ହୋଇ ନଥାଏ । କିନ୍ତୁ ହଳଦୀ ଯୁକ୍ତ ଦୁଗ୍ଧ ମାନସିକ ଚାପ ଦୁର କରି ଭଲ ନିଦ କରାଇ ଥାଏ ।