କେଶ ଝଡ଼ିବା ମଣିଷ ଜୀବନରେ ଗୋଟିଏ ସାଧାରଣ ସମସ୍ୟା l କିନ୍ତୁ କିଛି ଲୋକଙ୍କର ଖୁବ କମ ବୟସରୁ କେଶ ଝଡ଼ିବା ଦେଖିବାକୁ ମିଳିଥାଏ l ଏହି ସମସ୍ୟା ମହିଳା ଙ୍କ ନିକଟରେ ଅଧିକ ଦେଖିବାକୁ ମିଳିଥାଏ କିନ୍ତୁ ଏହା ବେଳେବେଳେ ପୁରୁଷ ମାନଙ୍କର ନିକଟରେ ଅଧିକ ଦେଖିବାକୁ ମିଳିଥାଏ l ଏହି କେଶ ଝଡିବାର ଅନେକ କାରଣ ରହିଛି ଆସନ୍ତୁ ଜାଣିବା l
କଣ କହୁଛି ଗବେଷଣା ?
* ଅନୁବଂଶିକ କାରଣ – ପୁରୁଷ ମାନଙ୍କ ନିକଟରେ କମ ବୟସରେ ବାଳ ଝଡ଼ିବା ଅଧିକାଂଶ ସମୟରେ ଜେନେଟିକ ହୋଇଥାଏ l ଯଦି ପିତାମାତା ଙ୍କ ମଧ୍ୟରେ ଚଂଦା ପଣ ସମସ୍ୟା ରହିଥାଏ ତେବେ ତାହା ଝିଅ ଅପେକ୍ଷା ପୁଅ ନିକଟରେ ଦେଖିବାକୁ ମିଳିଥାଏ l
* ଏଲୋପେଶୀୟ ଏରିୟାଟା – ଏହା ଗୋଟିଏ ପ୍ରକାରର ରୋଗ ଅଟେ l ଏହି ରୋଗ କାରଣରୁ କେଶ ଝଡ଼ିବା ଓ ପାଚିବା ସମସ୍ୟା ଦେଖା ଦେଇଥାଏ l ଏହି ରୋଗ ଦ୍ୱାରା ଶରୀରରେ ସୁସ୍ଥ କୋଷିକା ର ବିକାଶ ହୋଇ ନଥାଏ ଓ କେଶ ଝଡ଼ିବା ସମସ୍ୟା ଦେଖାଦିଏ l
* ଶରୀରରେ ପୋଷାକ ତତ୍ୱ କମିବା – ଯଦି ପୁରୁଷ ମାନଙ୍କ ଶରୀରରେ ପୋଷାକ ତତ୍ୱ କମି ଥାଏ ତେବେ କେଶ ଝଡ଼ିବା ସମସ୍ୟା ଅଧିକ ଦେଖା ଦେଇଥାଏ l ତେଣୁ କେଶ ପାଇଁ ମଧ୍ୟ ସନ୍ତୁଳିତ ଭୋଜନ ଓ ପୋଷାକ ତତ୍ୱର ଆବଶ୍ୟକତା ରହିଛି l
* ଥାଇରଏଡ – ଯଦି କୌଣସି ବ୍ୟକ୍ତି ଙ୍କର ଥାଇରଏଡ ସମସ୍ୟା ରହିଥାଏ ତେବେ ସେମାନଙ୍କ ନିକଟରେ କେଶ ଝଡ଼ିବା ସମସ୍ୟା ଦେଖିବାକୁ ମିଳିଥାଏ l ଥାଇରଏଡ ଦ୍ୱାରା ହର୍ମୋନ ର କମ ଉତ୍ପାଦନ କିମ୍ବା ଅଧିକ ଉତ୍ପାଦନ ଦ୍ୱାରା କେଶ ଝଡ଼ିବା ଦେଖିବାକୁ ମିଳିଥାଏ l