Odisha news

ଆଜି ହେଉଛି ଗୁରୁ ଦିବସ : ପରାଧୀନ ଭାରତରେ ଡକ୍ଟର ରାଧାକ୍ରୀଷ୍ଣନ ପାଇଥିଲେ ୮ ରୁ ଉର୍ଧ୍ଵ  ଡିଗ୍ରୀ

0

ଭାରତରେ ଗୁରୁଙ୍କର ସମ୍ମାନ ଖୁବ ଉପରେ, ସେଥିପାଇଁ ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଜନ୍ମ ତିଥିକୁ  କୁ ଭାରତୀୟ ମାନେ ପାଳନ କରିଥାଆନ୍ତି  ଗୁରୁଦିବସ ଭାବରେ , ଯେତେବେଳେ ଭାରତ ପରାଧିନତା ର କଷ୍ଟ ରେ ନିଷ୍ପେସିତ ହେଉଥିଲା ସେତିକି ବେଳେ ସେହି ପରାଧୀନ ଭାରତରେ ସର୍ବପଲ୍ଲୀ ରାଧାକୃଷ୍ଣନ ୮ ରୁ ଉର୍ଧ୍ଵ ଡିଗ୍ରୀ ଲାଭ କରିଥିଲେ l

ସେ ଜଣେ ଭଲ ଏଭଳି ବିଚାରକ , ଶିକ୍ଷାବିତ ଏବଂ ରାଜନେତା ଥିଲେ, ଯିଏକି ଭାରତର ଶିକ୍ଷା ଏବଂ ଦର୍ଶନ କୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ପରିଚୟ ଦେଇଥିଲେ, ସର୍ବପଲ୍ଲୀ ରାଧାକୃଷ୍ଣନ ୫ ସେପ୍ଟେମ୍ବର ୧୮୮୮ ରେ ତାମିଲନାଡୁ ର ତିରୁସ୍ତାନୀ ରେ ହୋଇଥିଲା , ସେ ତେଲୁଗୁ ଭାଷୀ ବ୍ରାହ୍ମଣ ପରିବାର ରେ ଜନ୍ମିତ ହୋଇଥିଲେ l ତାଙ୍କ ପିତା ସର୍ବପଲ୍ଲୀ ବିରସ୍ବାମୀ ସ୍ଥାନୀୟ ଜମିଦାର ଙ୍କ ଅଧୀନରେ ରାଜସ୍ବ ଅଧିକାରୀ ଥିଲେ, ରାଧାକୃଷ୍ଣନ ନିଜର ପ୍ରାରମ୍ଭିକ ଶିକ୍ଷା ତିରୁସ୍ତାନୀ ର କେ.ବି. ହାଇସ୍କୁଲ ପ୍ରାପ୍ତ କରିଥିଲେ, ଏହାପରେ ସେ ହରମସାଂଵର୍ଗ ଇବେଞ୍ଜିଳିକାଳ ଲୁଠରନ ମିଶନ ରେ ଶିକ୍ଷା ଗ୍ରହଣ କରିଥିଲେ, ଆଗାମୀ ଶିକ୍ଷା ଗ୍ରହଣ ପାଇଁ ସେ ଚେନ୍ନାଇ ଯାତ୍ରା କରିଥିଲେ, ମାତ୍ର ୧୭ ବର୍ଷ ଆୟୁର ମାଡ୍ରାସ ଖ୍ରୀଷ୍ଟିଆନ କଲେଜ ରେ ପ୍ରବେଶ କଲେ, ଏବଂ ୧୯୦୬ ରେ ସ୍ନାତୋକ ପାସ କଲେ l

ଡକ୍ଟର ରାଧାକ୍ରୀଷ୍ଣନ ଜଣେ ଶିକ୍ଷିତ ଏବଂ ଜ୍ଞାନୀ ବ୍ୟକ୍ତିଥିଲେ, ଏହାପରେ ସେ MA କରିଥିଲେ, ଏବଂ D .Litt .ପାସ କରିଥିଲେ, ଏହାପରେ ଲଲାଡ଼, DCL ,DL ,FRSL , FBA ଭଳି ପ୍ରତିଷ୍ଠିତ ଡିଗ୍ରୀ ହାସଲ କରିଥିଲେ, ତାଙ୍କୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ରେ ଫେଲୋସିପ କରିଥିଲେ l ୧୯୫୪ ରେ ଡକ୍ଟର ରାଧାକ୍ରୀଷ୍ଣନ ଙ୍କୁ ଭାରତ ରତ୍ନ ଦ୍ୱାରା ସମ୍ମାନିତ କରାଯାଇଥିଲା , ଅପ୍ରେଲ ୧୭ , ୧୯୭୫ ରେ ଡକ୍ଟର ରାଧାକ୍ରୀଷ୍ଣନ ଙ୍କ ମୃତ୍ୟୁ ହୋଇଥିଲା, କିନ୍ତୁ ଭାରତରେ ବୋୖଦିକ ଓ ଶୈକ୍ଷିକ ପରିଦୃଶ୍ୟ ର ଆକାର ଦେବାରେ ତାଙ୍କର ମହତ୍ଵପୁର୍ଣ ଭୂମିକା ରହିଛି, ଯାହାକି ଆଜି ପର୍ଯ୍ୟନ୍ତ ଭାରତବାସୀ ଙ୍କ ର ମନେ ରହିଛି l ସେଥିପାଇଁ ତାଙ୍କ ଜନ୍ମ ଦିବସ କୁ ଗୁରୁ ଦିବସ ଭାବରେ ପାଳନ କରାଯାଉଛି l

Leave A Reply