– ଓଜନ ହ୍ରାସ କରିବାରେ ସାହାଯ୍ୟ କରେ :
ଗୁଜୁରାତି ରେ ମେଲାଟୋନିନ ଭଳି ଆବଶ୍ୟକ ପୋଷାକ ତତ୍ୱ ରହିଛି l ଯାହା ମେଟାବୋଲିଯିମ ସ୍ତରକୁ ବଢାଇବାରେ ସାହାଯ୍ୟ କରିଥାଏ l ଏହାଦ୍ୱାରା ଓଜନ ହ୍ରାସ ହୋଇଥାଏ l ତେଣୁ ନିୟମିତ ସକାଳୁ ଖାଲି ପେଟରେ ଗୁଜୁରାତି କୁ ପାଣି ରେ ଫୁଟାଇ ତାହାକୁ ଛାଣି ସେବନ କରିବା ଆବଶ୍ୟକ l
– କୋଲେଷ୍ଟ୍ରଲ ନିୟନ୍ତ୍ରଣ ହାର୍ଟ କୁ ସୁସ୍ଥ ରଖିଥାଏ :
ଗୁଜୁରାତି ଡାଏଟ୍ରି ଫାଇବର ରେ ଭରପୁର ଅଟେ l ତେଣୁ ଉଚ କୋଲେଷ୍ଟ୍ରଲ ରୋଗୀମାନେ ନିୟମିତ ଏହାକୁ ଫୁଟାଇ ଏହାର ପାଣିକୁ ସେବନ କରିବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରିତ ହୋଇଥାଏ ଓ ହାର୍ଟ ସୁରକ୍ଷିତ ରହିଥାଏ l
– ପାଟିର ଦୁର୍ଗନ୍ଧ ଦୂର କରେ :
ଗୁଜୁରାତିରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଛି ତେଣୁ ପାଟିର ଦୁର୍ଗନ୍ଧ ଦୂର କରିବା ସହିତ ଦାନ୍ତ ମାଢି କୁ ମଧ୍ୟ ସୁରକ୍ଷିତ ରଖିଥାଏ l
– ଅବସାଦ ଦୂର କରିଥାଏ :
ଗବେଷକ ଙ୍କ ମତରେ ଗୁଜୁରାତିର ସୁଗନ୍ଧ ଅବସାଦ ଦୂର କରିବାରେ ସାହାଯ୍ୟ କରିଥାଏ l କାରଣ ଗବେଷଣାରୁ ଜଣା ପଡିଛି ଯେ ଏଥିରେ ଥିବା ସୁଗନ୍ଧ ମନକୁ ଶାନ୍ତ କରିଥାଏ l ଡିପ୍ରେସନ ରୋଗୀମାନେ ନିୟମିତ ଗୁଜୁରାତି ରେ କାଢା ପ୍ରସ୍ତୁତ କରି ଷେବନ କରିବା ଦ୍ୱାରା ଅବସାଦ ଦୂର ହୋଇଥାଏ l
– ପେଟ ଜନିତ ସମସ୍ୟା ଦୂର କରିଥାଏ :
ଗୁଜୁରାତି ରେ ଫାଇବର ରହିଥାଏ l ତେଣୁ ଏହାର କାଢା କୁ ଗ୍ୟାସ ରୋଗୀମାନେ ନିୟମିତ ସେବନ କରିବା ଦ୍ୱାରା ପେଟ ର ସମସ୍ତ ସମସ୍ୟା ଦୂରେଇ ଯାଇଥାଏ l ଖାଇବା ପରେ ଗୁଜୁରାତି ଚୋବାଇ ସେବନ କରିବା ଦ୍ୱାରା ପାଚନ ଶକ୍ତି ବୃଦ୍ଧି ପାଇଥାଏ l
– ଥଣ୍ଡା ଓ କାଶ ଠାରୁ ଦୁରେଇ ରଖେ :
ଯଦି ଆପଣ ଥଣ୍ଡା ଦ୍ୱାରା ପୀଡିତ ଅଛନ୍ତି ତେବେ ଚା ସେବନ କରିବା ସମୟରେ ଗୁଜୁରାତି ସେଥିରେ ଛେଚି କି ପକାନ୍ତୁ l ଏହାଦ୍ୱାରା ଥଣ୍ଡା କାଶ ସମସ୍ୟା ଦୂରେଇଯିବ ଓ ନାକ ଯଦି ବନ୍ଦ ଥିବ ଖୋଲିଯିବ l