Odisha news

ହିଞ୍ଜିଳିରୁ ଆରମ୍ଭ ହେଲା “ଡୋର ଟୁ ଡୋର” ସ୍କ୍ରିନିଂ ପ୍ରକ୍ରିୟା

0
(ହିଞ୍ଜିଳିକାଟୁ-୦୯/ଏପ୍ରିଲ/୨୦୨୦) କରୋନା ସଂକ୍ରମଣ ପ୍ରସଙ୍ଗରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଆଜି ହିଞ୍ଜିଳିରୁ ଡୋର ଟୁ ଡୋର ସ୍କ୍ରିନିଂ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଗୁରୁବାର ସକାଳେ ଗଞ୍ଜାମ ଜିଲ୍ଲାପାଳ ହିଞ୍ଜିଳି ବ୍ଲକର ସାରୁ ଗ୍ରାମରୁ ଏହାକୁ ଆରମ୍ଭ କରିଥିଲେ। କରୋନା ସଂକ୍ରମଣ କୁ ପ୍ରତିହତ କରିବା ପାଇଁ ଘରକୁ ଘର ବୁଲି ପ୍ରଶାସନିକ ଅଧିକାରୀ ଏବଂ କର୍ମଚାରୀ ମାନେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଲୋକମାନଙ୍କ ଟ୍ରାଭେଲ ହିଷ୍ଟ୍ରି ସମ୍ବନ୍ଧରେ ସର୍ଭେ କରାଯାଇଥିଲା। ଏହି ଅଭିଯାନରେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶେଖର ସ୍ୱାଇଁ, ହିଞ୍ଜିଳି ତହସିଲଦାର ଗୋପୀନାଥ କୁଅଁର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରକଳ୍ପ ଅଧିକାରୀ ଶୁଭଶ୍ରୀ ପାତ୍ର ପ୍ରମୂଖଙ୍କ ସମେତ ବିଭିନ୍ନ ସରକାରୀ କର୍ମଚାରୀ ସାମିଲ ହୋଇଥିଲେ। ସମଗ୍ର ଗଞ୍ଜାମ ଜିଲ୍ଲାରେ କରାଯିବାକୁ ଥିବା ଏହି ସ୍କ୍ରିନିଂ ପ୍ରକ୍ରିୟାକୁ ଆଜିଠାରୁ ଆରମ୍ଭ କରାଯାଇଛି।
Nalco
Leave A Reply