Odisha news

ସରକାରୀ ସ୍କୁଲ ଶିକ୍ଷା ସମୃଦ୍ଧି ଆହ୍ୱାନ

0

କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ : ମହାମାରୀ କରୋନା ପାଇଁ ୨୦୨୦ ମସିହା ରାଜ୍ୟ ତଥା ରାଷ୍ଟ୍ରର ଶୈକ୍ଷିକ ସ୍ୱାସ୍ଥ୍ୟ ଲାଗି ଖରାପ ବର୍ଷ ହେତୁ ବିନା ପାଠପଢାରେ ସମୟ ବିତିଗଲା । ତେବେ ଦେଶକୁ ସମୃଦ୍ଧ କରିବା ପାଇଁ ଲୋକଙ୍କୁ ସଶକ୍ତ କରିବା ସକାଶେ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବା ଜରୁରୀ । ଏଥିପାଇଁ ଅନୁଭବୀ ବୁଦ୍ଧିଜୀବୀ ଶିକ୍ଷାବିତ୍ମାନେ ପରାମର୍ଶ ଦେବା ଦରକାର । ଯଦିଓ ଆମ ରାଜ୍ୟରେ ସ୍ମରଣକୁ ଆସୁଥିବା ସ୍ୱଳ୍ପ ସଂଖ୍ୟକ ଶିକ୍ଷାନୁରାଗୀ ଶିକ୍ଷାବିତ୍ ଯଥା- ସର୍ବଶ୍ରୀ ଅବସର ବେଉରିଆ, ଡ. ଶରତ କୁମାର ବିଶ୍ୱାଳ, ମମତା ଶୁକ୍ଳା, ନୀଳକଣ୍ଠ ରଥ, ବିଶ୍ୱ ଚିନ୍ତାମଣି ଅମ୍ବିକା, ଶରତ ଚନ୍ଦ୍ର ରଥ, ସତ୍ୟକାମ ମିଶ୍ର, ପ୍ରକାଶ ଚନ୍ଦ୍ର ଷଡଙ୍ଗୀ, ଡ. ବ୍ରଜମୋହନ ମିଶ୍ର, ପଣ୍ଡିତ ଡ. ପ୍ରବୋଧ କୁମାର ମିଶ୍ର, ସସ୍ମିତା କର, ଗଙ୍ଗାଧର ସାହୁ, ସଞ୍ଜିବ କୁମାର ପଣ୍ଡା, ପ୍ରୀତିଶ ଆଚାର୍ଯ୍ୟ, ଶୁଭଶ୍ରୀ ଦାସ, ଅଭୟ ଦ୍ୱିବେଦୀ, ଡ. ଚିତ୍ତରଂଜନ ମିଶ୍ର, ଶୈଳେନ୍ଦ୍ର ଦ୍ୱିବେଦୀ, କ୍ଷୀରୋଦ ପ୍ରସାଦ ମହାନ୍ତି, ଡ. ଭାରତ ଭୂଷଣ ରଥ, ନିରଂଜନ ଶତପଥୀ, ପଦ୍ମଚରଣ ନାୟକ, ଅମରେନ୍ଦ୍ର ଦାସ, ବଳଭଦ୍ର ମାଝି, ରୁଚିର କୁମାର ପାଣିଗ୍ରାହୀ, ସୁକାନ୍ତ ମହାନ୍ତି, ପ୍ରକାଶ ତ୍ରିପାଠୀ, ମାୟାଧର ନାୟକ, ପ୍ରଫେସର ବାଉରିବନ୍ଧୁ କର, ମହାମେଘବାହନ ଖାରବେଳ ସ୍ୱାଇଁ, ହରପ୍ରସାଦ ଦାସ, ଘାସିରାମ ପଣ୍ଡା, ନରେନ୍ଦ୍ର ପ୍ରସାଦ ଦାସ, ଅଶୋକ କୁମାର ଶତପଥି, ଅଜିତ ମହାନ୍ତି, ପ୍ରଫେସର କ୍ଷିତିଭୂଷଣ ଦାସ, ଗୁରୁ ମହାନ୍ତି, ଇଂ ମାୟାଧର ସ୍ୱାଇଁ, ଜୟନ୍ତ ମହାପାତ୍ର, ମନ୍ମଥ କୁଣ୍ଡୁ, ନଟବର ଶତପଥି, ପଞ୍ଚାନନ କାନୁନ୍ଗୋ, ଡ ଗାୟତ୍ରୀବାଳା ପଣ୍ଡା, ଶରତ ଚନ୍ଦ୍ର ଶତପଥି, ଡ. ଲକ୍ଷ୍ମଣ ସାହୁ, ସୁଲୋଚନା ଦାସ, ସତ୍ୟବ୍ରତ ବାରିକ, ପ୍ରତିଭା ରାୟ, ଅରୁଣ କୁମାର ପଣ୍ଡା, ବିପୀନ ବିହାରି ମହାନ୍ତି, ପ୍ରଦୋଷ କୁମାର ପଟ୍ଟନାୟକ, ଅଭିରାମ ବିଶ୍ୱାଳ, ଡ. ନରହରି ବେହେରା, ନଗେନ୍ଦ୍ର ନାଥ ପଟ୍ଟନାୟକ, ସୁଧିର କୁମାର ନାୟକ, ନାରାୟଣ ମହାପାତ୍ର, ସୂର୍ଯ୍ୟନାରାୟଣ କର, ଶ୍ୟାମସୁନ୍ଦର ଅଗ୍ରୱାଲା, ଛାୟାକାନ୍ତ ଷଡଙ୍ଗୀ, ଡ. ମନୋରଂଜନ ପ୍ରଧାନ, ଅରବିନ୍ଦ ବେହେରା, ଡ. ସୁବାସ ଚନ୍ଦ୍ର ପାତ୍ର, ଅଧ୍ୟାପକ ହିଂମାଶୁ ଶେଖର ଆଚାର୍ଯ୍ୟ, ପ୍ରୀତିଛନ୍ଦା ଧଳ, ହରିହର ତ୍ରିପାଠୀ, ଡ. ବାସୁଦେବ ଦାସ, ଡ. ଷ୍ଟାଲିନ ମିଶ୍ର, ଡ. ଅରୁନ୍ଧତୀ ଦେବୀ, ଡ. ହରରିହର କାନୁନ୍ଗୋ, ଅକ୍ଷୟ କୁମାର ମିଶ୍ର, ଦିଗରାଜ ବ୍ରହ୍ମା, ଡ. ରାଜେନ୍ଦ୍ର ନାରାୟଣ ଦାସ, ସତ୍ୟ ନାରାୟଣ ସାହୁ, ଅମୂଲ୍ୟ କୁମାର ପଣ୍ଡା, ଅଧ୍ୟାପକ ଶରତ ଦାସ, ଡ. ଛାୟାକାନ୍ତ ଷଡଙ୍ଗୀ, ସରଳ କୁମାର ଦାସ ପ୍ରମୁଖ ବିଭିନ୍ନ ସମ୍ମାଦପତ୍ରରେ ସ୍ତମ୍ଭଲେଖା ମାଧ୍ୟମରେ ଶିକ୍ଷା ସଂସ୍କାର ପାଇଁ ଲେଖି ସମାଜକୁ ତଥା ସରକାରଙ୍କୁ ସଚେତନ କରୁଛନ୍ତି ।

ପୁଣି ସ୍ୱଳ୍ପ କେତେକ ସାମ୍ବାଦିକ ଓ ସାହିତି୍ୟକ ଅବଶ୍ୟ ସାର୍ବଜନୀନ ଶିକ୍ଷା ବିକାଶ ବିଷୟରେ ଚିନ୍ତା କରି ଶିକ୍ଷାସ୍ତମ୍ଭ ଲେଖୁଛନ୍ତି । ଆଉ କେତେକ ଅବସର ଶିକ୍ଷକ, ଅଧ୍ୟାପକ, ଅଧ୍ୟକ୍ଷ, ଶିକ୍ଷା ପ୍ରଶାସକ ଅବଶ୍ୟ ଶିକ୍ଷା ବିକାଶ ବିଷୟରେ ବେଳେବେଳେ କଲମ ଚାଳନା କରୁଛନ୍ତି । ତେବେ ଏମାନଙ୍କ ସଂଖ୍ୟା ସବୁ ମିଶିଲେ କେତେ ହେବ ? କହିବା ବାହୁଲ୍ୟ ଯେ ଚିନ୍ତା ନାୟକ ଶିକ୍ଷାବିତ୍ ଓ ବୁଦ୍ଧିଜୀବୀମାନେ ଯୈାକ୍ତିକତାକୁ ପ୍ରାଧାନ୍ୟ ଦେଇ ପ୍ରଭାବଶାଳୀ ଶିକ୍ଷାସ୍ତମ୍ଭ ଲେଖା ମାଧ୍ୟମରେ ସରକାରଙ୍କୁ ପ୍ରଭାବିତ କଲେ ସାଧାରଣ ଜନତା ଉପକୃତ ହେବେ । ମାତ୍ର ରାଜ୍ୟରେ ସାଢେ ଚାରିକୋଟିରୁ ଅଧିକ ଲୋକ ଥିଲେ ବି ହାରାହାରି ପ୍ରାୟ କୋଟିଏରେ କୋଡିଏ ବ୍ୟକ୍ତି ଶିକ୍ଷାସ୍ତମ୍ଭ ଲେଖୁ ନାହାନ୍ତି । ବହୁ ଶିକ୍ଷାବିତ୍ ଅବସର ପରେ ରାଜନୀତି କରିବା, ଠିକାଦାର କାମ କରିବା, ଏନଜିଓ କରିବା, ବ୍ୟବସାୟ କରିବା, ବାହାଘର ଭଦ୍ରଲୋକ ହେବା, ଟୁ୍ୟସନ କରିବା, ଚିକେନ ସେଣ୍ଟର ଖୋଲିବା, ହୋଟେଲ କରିବା, ତବଲା ଶିଖିବା, ତାସ ଖେଳିବା, ଗାଡିରେ କଣ୍ଡକ୍ଟର ହେବା, ଟେଣ୍ଟ ବ୍ୟବସାୟ କରିବା, ଘରୋଇ ସ୍କୁଲ ଶିକ୍ଷକ ହେବା, ଏଲଆଇସି ଏଜେଣ୍ଟ କାର୍ଯ୍ୟ କରିବା ଆଦି ସ୍ୱାର୍ଥରେ ବ୍ୟସ୍ତ ରହି ସାମାଜିକ ସମୃଦ୍ଧିକୁ ଗୈାଣ ମନେ କରୁଛନ୍ତି । ଏମାନଙ୍କ ସ୍ୱାର୍ଥପରତାରେ ସାଧାରଣ ଜ୍ଞାନର ସ୍ଥାନ ନାହିଁ । ଆଗ୍ରହ ଥିଲେ ଅଧିକ ସଂଖ୍ୟକ ବ୍ୟକ୍ତି ଦେଶର ଶୈକ୍ଷିକ ବିକାଶ ପାଇଁ ଏ ଦିଗରେ ଉଦ୍ୟମ କରୁଥାନ୍ତେ । ଅନୁଭବୀ ଶିକ୍ଷାବିତ୍ମାନେ ସାର୍ବଜନୀନ ଶିକ୍ଷାନୁରାଗୀ ହୋଇ ସହାନୁଭୂତି ରଖିଲେ ଗାନ୍ଧି ଗୋପବନ୍ଧୁଙ୍କ ସ୍ୱପ୍ନ ପୂରଣ ହୁଅନ୍ତା । ସରକାର ଏଥିପାଇଁ ଶିକ୍ଷାସ୍ତମ୍ଭ ଲେଖକମାନଙ୍କୁ ନେଇ ଶିକ୍ଷା ବିକାଶ ସମ୍ମିଳନୀ କରନ୍ତୁ । ସଠିକ୍ ସିଦ୍ଧାନ୍ତରେ ପହଞ୍ଚିବା ପନ୍ଥା ନିର୍ଣ୍ଣୟ ହେଉ । ଅବଶିଷ୍ଟ ଶିକ୍ଷାବିତ୍ ଶୋଇ ନଯାଇ ଚିକôାର କଲେ ସରକାରୀ ସ୍କୁଲ ଶିକ୍ଷା ରାଜନୀତିର ଚକ୍ରବୁ୍ୟହ ବିପଦରୁ ବଞ୍ଚିଯିବ ।
ଶରୀରର ହୃତପିଣ୍ଡ ଭଳି ସମାଜର ପ୍ରାଣକେନ୍ଦ୍ର ସରକାରୀ ସ୍କୁଲ ସୁରକ୍ଷା ପ୍ରତି ସମସ୍ତେ ସଚେତନ ହେବା ଆବଶ୍ୟକ । ଦେଶ ଓ ରାଜ୍ୟରେ ସରକାରୀ ଶିକ୍ଷାର ଗାଣାତ୍ମକ ପରିସର ବୃଦ୍ଧି ହେଲେ ଶିକ୍ଷାର୍ଥୀମାନଙ୍କର ନୂତନ ବିଷୟ ଆଲୋଚନା ଓ ଅନୁସନ୍ଧାନ ଲାଗି ଆଗ୍ରହ ସହିତ ପୂର୍ବପ୍ରସ୍ତୁତି ଶକ୍ତି ବଢିବ । ମାତ୍ର ବିଦେଶୀ ଶିକ୍ଷା ମାଧ୍ୟମରେ ଏହା ସମ୍ଭବ ହେବ ନାହିଁ । ଆଧୁନିକ ପ୍ରଗତିଶୀଳ ଭାରତ ଗଢିବା ଉଦେ୍ଦଶ୍ୟରେ ସରକାରୀ ସ୍କୁଲକୁ ସଶକ୍ତ କରିବା ପାଇଁ ଇଣ୍ଟରନେଟ ଉପଯୋଗକୁ ଆପଣାଇବା ଉଚିତ । ଦେଶର ସରକାରୀ ଶିକ୍ଷା ବ୍ୟବସ୍ଥାରେ ଜ୍ଞାନ ଲାଭ କରାଗଲେ ବିଦେଶୀ ଶିକ୍ଷାର ଭାବକୁ ବୁଝିବା ନିଶ୍ଚିତ ସହଜ ହେବ । ପୁନଶ୍ଚ ମାନବିକ ଜ୍ଞାନଲାଭ ସ୍ପଷ୍ଟ ହେବ । ଭାରତୀୟ ଶିକ୍ଷାକୁ ବାଦଦେଇ ଉକ୍ତ ଜ୍ଞାନଲାଭ କରିବା ଅସମ୍ଭବ । ଏଣୁ ଏକଦା ଉକôଳମଣି ଗୋପବନ୍ଧୁ ଦାସ ‘ସତ୍ୟବାଦୀ’ ପ୍ରଥମ ଖଣ୍ଡ ଦ୍ୱିତୀୟ ସଂଖ୍ୟାରେ ଲେଖିଥିଲେ- ‘ଛାତ୍ରମାନଙ୍କ ଶିକ୍ଷାର ଆଦର୍ଶ ବଦଳି ଯିବ, ସେମାନଙ୍କ ଜୀବନ ଭିନ୍ନ ଢାଞ୍ଚାରେ ଗଢାହେବ, ସେମାନେ ଦେଶକୁ ଚିହ୍ନିବେ ନାହିଁ, ଦେଶର ସମ୍ପଦରେ ଗୈାରବ ଅନୁଭବ କରିବେ ନାହିଁ । ଏହାହିଁ ଦେଶର ପତନର ଏକମାତ୍ର କାରଣ । ଏଥିରେ ହିଁ ଦେଶର ଜାତୀୟ ଚରିତ୍ର ନଷ୍ଟ ହୁଏ । ଆଦର୍ଶ ଖସି ଆସେ ।’ ସରକାରୀ ସ୍କୁଲ ସମାଜକୁ ଦିଗ୍ଦର୍ଶନ ସହ ଆତ୍ମନିର୍ଭର ଦେଶ ଗଠନରେ ସହାୟକ ହୋଇଥାଏ । ତତ୍ସହିତ ଜନ ସାଧାରଣଙ୍କ ଭବିଷ୍ୟତ ଆଶା ଆକାଂକ୍ଷା ପୂରଣ କରିବାରେ ମଧ୍ୟ ସହାୟକ ହୁଏ । ମାତ୍ର ସ୍କୁଲକୁ ଦୁର୍ବଳ କରିବାରେ ସୁନିୟୋଜିତ କାର୍ଯ୍ୟକ୍ରମ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିବ । ସମସ୍ତେ ଜାଣନ୍ତି ସରକାରୀ ସ୍କୁଲ ଉଦେ୍ଦଶ୍ୟ ସମୂହ ହିତସାଧନ କରିବା । ମାତ୍ର ଘରୋଇ ସ୍କୁଲ ପୁଞ୍ଜିପତିଙ୍କ ସେବାରେ ବ୍ୟସ୍ତ ରହନ୍ତି । ରାଜନେତାଙ୍କ ଦୋମୁହାଁ ନୀତି ସାର୍ବଜନୀନ ଶିକ୍ଷା ପାଇଁ ସମ୍ପ୍ରତି ଫମ୍ପା ପ୍ରତିଶ୍ରୁତି ପ୍ରଦାନ କରି ବୟାନ ବାଜି ନାଟକ ହେଉଛି । ବଞ୍ଚିରହୁ ସରକାରୀ ସ୍କୁଲ ସର୍ବଶିକ୍ଷା ପାଇଁ ଏହାର ସୁରକ୍ଷା ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ଚିନ୍ତା କରାଯାଉ ନାହିଁ । ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ଠିକ୍ କରିବା ପାଇଁ ଏବେ ଚେତିବାର ସମୟ ଆସିଛି । ସରକାରୀ ସ୍କୁଲ ଶିକ୍ଷାର୍ଥୀମାନେ ସାଧାରଣତଃ ଦରିଦ୍ର । ଏମାନେ ଦେଶର ଅଭାବ ଅସୁବିଧା ସମସ୍ୟାକୁ ଯେପରି ବୁଝିପାରିବେ ଅନ୍ୟକେହି ସେପରି ବୁଝିପାରିବେ ନାହିଁ । ଏହିମାନେ ହିଁ ଦେଶର ଭାଗ୍ୟ ବିଧାତା ଅଟନ୍ତି ।

କରୋନା ସମୟରେ ଗତ ୨୦୨୦ ସେପ୍ଟେମ୍ବର ମାସର ଖବରରୁ ଜଣାଯାଏ ଝାଡଖଣ୍ଡ ଶିକ୍ଷାମନ୍ତ୍ରୀ ଜଗନ୍ନାଥ ମହାତୋଙ୍କର ନାତୁଣୀ ରିୟା ଟୁ୍ୟସନ ଫି’ ଦେଇ ନଥିବାରୁ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ନାମ କାଟି ଦେଲେ । ଏଣୁ ସାଧାରଣ ଜନତାଙ୍କ କଥା ପଚାରେ କିଏ ? ସେହିପରି ଆମ ଓଡିଶାରେ ଗତ ୨୦୨୦ ଡିସେମ୍ବରରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସରକାରୀ ବାସଭବନ ସମ୍ମୁଖରେ ଘରୋଇ ସ୍କୁଲ ଅଭିଭାବକ ସଂଘ ଧାରଣା ଦେଇଥିଲେ । ଶୋଷଣର ଶିକାରରୁ ବଞ୍ଚିବା ପାଇଁ ଘଣ୍ଟ ବଜାଇ, ହୁଳହୁଳି ପକାଇ, ବିକ୍ଷୋଭ ପ୍ରଦର୍ଶନ କରି ଘରୋଇସ୍କୁଲ ଫି’ ସମସ୍ୟା ସମାଧାନ ଲାଗି ଦାବି କରୁଥିଲେ । ମାତ୍ର ରାଜ୍ୟରେ ଘରୋଇ ସ୍କୁଲ ଫି’ ନିର୍ଦ୍ଧାରଣ ଉପରେ ସରକାରଙ୍କ କୈାଣସି ଆଇନ ନାହିଁ ଦର୍ଶାଇବାରୁ ଏ ଘଟଣା ହାଇକୋର୍ଟରେ ମଧ୍ୟ ପହଞ୍ଚିଥିଲା । ତେବେ ୧୯୯୬ ସେପ୍ଟେମ୍ବର ୨୩ରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଘରୋଇ ସ୍କୁଲ ଗୁଡିକର ଫି’ ନିୟନ୍ତ୍ରଣ ପାଇଁ ସରକାରଙ୍କର କ୍ଷମତା ରହିଛି । କରୋନା ସମୟରେ ସ୍କୁଲ ବନ୍ଦ ବେଳେ ଫି’ ଆଦାୟ ସମ୍ପର୍କରେ ଗଠିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଚଉଦ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇ ସ୍ଥିରିକୃତ ବ୍ୟବସ୍ଥାରେ ବାର୍ଷିକ ୬୦୦୦ରୁ କମ ଟୁ୍ୟସନ ଫି’ ପାଇଁ ଶୂନ ଶତକଡା ଛାଡ, ୬୦୦୧ରୁ୧୨୦୦୦ ପାଇଁ ୭.୫% ଛାଡ, ୧୨୦୦୧ରୁ୨୪୦୦୦ ପାଇଁ ୧୨% ଛାଡ, ୨୪୦୦୧ରୁ୪୮୦୦୦ ପାଇଁ ୧୫% ଛାଡ, ୪୮୦୦୧ରୁ ୭୨୦୦୦ ପାଇଁ ୨୦% ଛାଡ, ୭୨୦୦୧ରୁ ଏକ ଲକ୍ଷ ପାଇଁ ୨୫% ଛାଡ ଏବଂ ଏକ ଲକ୍ଷରୁ ଅଧିକ ଲାଗି ୨୬% ଛାଡ କରିବାକୁ ୭ଟି ସ୍ଲାବରେ ସ୍ଥିର ହୋଇଥିଲା । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ସିଦ୍ଧାନ୍ତ ନିଆଯାଇଥିଲା । ମାତ୍ର କାର୍ଯ୍ୟକାରୀ ହୋଇ ପାରି ନଥିଲା । ଏହି ପ୍ରସ୍ତାବରେ ମଧ୍ୟ ଛାତଛାତ୍ରୀମାନଙ୍କର କ୍ଷତି ନିଶ୍ଚିତ ଏବଂ ଅଭିଭାଭବମାନେ ଶୋଷଣର ଶିକାର ହେବା ସମ୍ଭାବନା ଅଧିକ ଅଛି । ତେଣୁ ପ୍ରସ୍ତାବର ବିପରୀତ ଶତକଡା ହିସାବରେ ଛାଡ ହେବା ଉଚିତ ନ୍ୟାୟ ନୁହେଁ କି ? ଏଣୁ କରୋନା ସମୟରେ ସ୍କୁଲ ବନ୍ଦବେଳେ ଫି’ ଛାଡ ପ୍ରସଙ୍ଗରେ ରାଜ୍ୟ ସରକାର ନିଷ୍ପତ୍ତି ନେବାକୁ ହାଇକୋର୍ଟ ତା୦୭-୦୧-୨୧ରେ ରାୟ ଦେଇଛନ୍ତି । ମାତ୍ର ଶିକ୍ଷା ବିଭାଗ ଟାଳଟୁଳ ନୀତିରେ ହାଇକୋର୍ଟ ରାୟକୁ ତର୍ଜମା ପାଇଁ ଆଇନଗତ ବିଶାରଦଙ୍କ ମତ ଲୋଡୁଛନ୍ତି । ଏହାପରେ ପଦକ୍ଷେପ ନିଆଯିବ ଯାହା ଜଣାପଡୁଛି ସରକାର ଘରେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ସପକ୍ଷରେ ସହାନୁଭୂତି ରଖି କାର୍ଯ୍ୟ କରୁଛନ୍ତି । ପୁଣି ଏହି ହାଇକୋର୍ଟ ରାୟରେ ଉଲ୍ଲେଖ କରାଯାଇଛି ଯେ ଏକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ବେଳେ ଉଦେ୍ଦଶ୍ୟ ଲାଭ ହେବା ଉଚିତ ନୁହେଁ । ଘରୋଇ ସ୍କୁଲ ଉପରେ ସରକାରଙ୍କ କତ୍ତୃତ୍ୱ ରହିଥିବାରୁ ଫି’ କମାଯାଇ ପାରିବ ।

ସରକାରଙ୍କ ନିଦେ୍ର୍ଦଶ ନମାନିଲେ ଏନଓସି ପ୍ରତ୍ୟାହାର କରିପାରିବେ । ସର୍ବୋପରି ସର୍ବ ସାଧାରଣ ପିଲାଙ୍କ ପାଠପଢା ଭବିଷ୍ୟତ ସମ୍ପର୍କରେ ବିଶ୍ୱାସ ସୃଷ୍ଟି କରିବା ଅପରିହାର୍ଯ୍ୟ । ଏହି ଦୃଷ୍ଟିରୁ ବିଭାଗ ପକ୍ଷରୁ ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା ଏବଂ ଆଡଭୋକେଟ ଜେନେରାଲଙ୍କ ପରାମର୍ଶ କ୍ରମେ ପ୍ରଶାସନ ପକ୍ଷରୁ ଜାନୁଆରୀ ୧୯ରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହି ସ୍ଥିରିକୃତ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନକୁ ପରାମର୍ଶ ଦିଆଯାଇଛି । ମାତ୍ର ସରକାରୀ ବିଜ୍ଞପ୍ତି ବିରୋଧରେ ଅସନ୍ତୋଷ ଅଭିଭାବକ ସଂଘ ପକ୍ଷରୁ ଦାୟର ମାମଲା ଶୁଣାଣି କରି ଆଇନ ଅନୁସାରେ ନିଷ୍ପତ୍ତି ନେବାକୁ ତା୦୩-୦୨-୨୧ରେ ହାଇକୋର୍ଟ ସରକାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଯଦି ନିଷ୍ପତ୍ତି ଗ୍ରହଣ ନ ହୁଏ ମାମଲା ଦାୟର ପାଇଁ କହିଛନ୍ତି । ତେବେ ସ୍କୁଲ ନ ଖୋଲିବା ପର୍ଯ୍ୟନ୍ତ ଆକ୍ଟିଭିଟ ଫି’, ଲଣ୍ଡି୍ର ଫି’, ଏକ୍ସଟର୍ନାଲ ଏକଜାମ ଫି’, ୟୁନିଫର୍ମ ଫି’, କନଭେୟାନ୍ସ ଫି’, ରିଆଡିମିଶନ ଫି’, ଡେଭଲପମେଣ୍ଟ ଫି’, ଆନୁଆଲ ଫି’ ଆଦାୟ ନ କରିବାକୁ କୁହାଯାଇଛି । ଅନ୍ୟ ରାଜ୍ୟରେ ଘରୋଇ ସ୍କୁଲ ଉପରେ ସରକାରଙ୍କ ଅଙ୍କୁଶ ଥିଲାବେଳେ ଓଡିଶାରେ କାହିଁକି ନାହିଁ ବୋଲି ଅଭିଭାବକ ସଂଘ ପ୍ରଶ୍ନ କରିଛି । ଦିଲ୍ଲୀରେ ଅଳ୍ପ ସମୟରେ ଆପ୍ ସରକାର ବିହିତ ପଦକ୍ଷେପ ନେବାରୁ ସରକାରୀ ସ୍କୁଲରେ ଶିକ୍ଷା ବିକାଶ ଘଟିଛି । ମାତ୍ର ବର୍ତ୍ତମାନର ଓଡିଶା ସରକାର ଦୀର୍ଘ ବର୍ଷ ଶାସନ କଲେ ମଧ୍ୟ ତାହା ସମ୍ଭବ ହେଉ ନାହିଁ । ଫଳରେ ଘରୋଇ ସ୍କୁଲର ଚାହିଦା ବଢୁଛି । ସଠିକ ପଦକ୍ଷେପ ନେବାରେ ସମସ୍ୟା ଉପୁଜୁଛି ।

ଶିକ୍ଷା ବେପାରୀଙ୍କ କବଜାକୁ ରାଜ୍ୟ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ଚାଲି ଗଲାଣି । ଅଧିକ ଯିବା ପାଇଁ ମଧ୍ୟ ସରକାର ଯୋଜନା କରୁଛନ୍ତି । ବେଧଡକ ଘରୋଇ ଶିକ୍ଷା ଯୋଗୁ ଓଡିଶାର ସରକାରୀ ଶିକ୍ଷା ଶ୍ରୀହୀନ ହେବାକୁ ଯାଉଛି । ହଜାର ହଜାର ସରକାରୀ ସ୍କୁଲ ବନ୍ଦ ହେଉଛି । ପ୍ରଶାସନର ଭୂମିକାକୁ ନେଇ ସମୂର୍ଣ୍ଣ ସନେ୍ଦହ କରାଯାଉଛି । ଗଣବିଦ୍ୟାଳୟ ଦୁର୍ବଳ ହେବା ପାଇଁ ବିଭାଗୀୟ ଷଡଯନ୍ତ୍ର ସର୍ବଦା ଚାଲିଛି । ସରକାରୀ ଶିକ୍ଷାକୁ ସବୁଦିଗରୁ ଭଲ ଭାବରେ ତର୍ଜମା କରି ସୁବ୍ୟସ୍ଥିତ କରାଯାଉ । ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଇ ବିହିତ ପଦକ୍ଷେପ ନିଅନ୍ତୁ । ଏହି ଆହ୍ୱାନ ପାଇଁ ଜନସାଧାରଣ ସମସ୍ତେ ସଚେତନ ହୁଅନ୍ତୁ । ଗଣବିପ୍ଳବ ମାଧ୍ୟମରେ ସରକାରୀ ବିଦ୍ୟାଳୟକୁ ବଞ୍ଚାନ୍ତୁ । ସରକାରୀ ସ୍କୁଲକୁ ସୁରକ୍ଷିତ ରଖିବା ଏବଂ ସଶକ୍ତ କରିବା ଦାୟିତ୍ୱ ସମସ୍ତଙ୍କର ରହୁ । ସରକାରୀ ଶିକ୍ଷା ସମସ୍ୟା ଦୂର ନହେଲେ ସମାଜରେ ଅସମାନତାର ଭୂତାଣୁ ବଢିବା ସମ୍ଭାବନା ନିଶ୍ଚିତ । ଏଣୁ ବିଶେଷତଃ ଶିକ୍ଷାବିତ୍ମାନଙ୍କ ମରୁ ମନର ୱେସିସ୍ ଦୃଶ୍ୟ ଲେଖା ପ୍ରକାଶ ପ୍ରସାର ହେଲେ ସରକାରୀ ଶିକ୍ଷା ବ୍ୟବସ୍ଥାର ବହୁତ ବହୁତ ବ୍ୟଥା ଦୂର ହୋଇ ପାରନ୍ତା । ଏହାଦ୍ୱରା ଅଧୁନାତନ ଅସମାହିତ ଅଭିଷ୍ଟ ତଥା ଉତ୍ତର ଓଡିଶା ଅପରିପୂର୍ଣ୍ଣ ଅଭିପ୍ସା ସାକାର ହେଉ ।
ବରିଷ୍ଠ ସ୍ତମ୍ଭକାର,
ଭଣ୍ଡାରିପୋଖରୀ, ଭଦ୍ରକ ।
ମୋ: ୯୮୫୩୫୮୯୯୮୯

Leave A Reply