ମୋଦି ସରକାରଙ୍କ ର ଏହି ୫ଟି ଯୋଜନା ଯାହା ଆପଣଙ୍କୁ ସାମାଜିକ ସୁରକ୍ଷା ର ଗ୍ୟାରେଣ୍ଟି ଦେଉଛି, ଜାଣନ୍ତୁ ଏହାର ଲାଭ ବିଷୟରେ
ନୂଆଦିଲ୍ଲୀ : ମୋଦି ସରକାରଙ୍କ ର ଏମିତିରେ ଅନେକଗୁଡ଼ିଏ କଲ୍ୟାଣକାରୀ ଯୋଜନା ର ଲୋକମାନେ ଲାଭ ଉଠାଉଛନ୍ତି ।କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ୫ଟି କଲ୍ୟାଣକାରୀ ଯୋଜନା ବିଷୟରେ କହୁଚୁ , ଯାହା ବିଷୟରେ ହୁଏତ ଖୁବ୍ କମ୍ ଲୋକ ଜାଣିଛନ୍ତି ।
* ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ପେନ୍ ସନ୍ ଯୋଜନା ଦ୍ବାରା ଦୋକାନୀ , ବ୍ୟବସାୟୀ ଓ ସ୍ଵ ନିୟୋଜିତ ବ୍ୟବସାୟୀ ମାନଙ୍କ ପାଇଁ ରାଷ୍ଟ୍ରୀୟ ପେନ୍ ସନ୍ ଯୋଜନା , ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଇତ୍ୟାଦିର ଲାଭ ବିଷୟରେ ଆସନ୍ତୁ ଜାଣିବା ।
ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ପେନସନ ଯୋଜନା –
ଲାଭର୍ଥି ମାସିକ ୫୫ ଟଙ୍କାରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ନିୟୋଜିତ କରି ପାରିବେ । ଏହି ଯୋଜନା ଅନୁସାରେ ଲଭାର୍ଥୀ ମାସିକ ୫୦ ପ୍ରତିଶତ ନିୟୋଜିତ କରିବେ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ସମାନ ପରିମାଣର ବାକି ଅଂଶ ଦିଆ ଯାଇଥାଏ ।
ବ୍ୟକ୍ତି ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ ।
ଏଥିରେ ଶ୍ରମିକ , ଫେରି ବାଲା , ଚମଡା ଉଦ୍ୟୋଗ ରେ କାମ କରୁଥିବା ବ୍ୟକ୍ତି , ମିଡ ଡେ ମିଲ୍ , ରିକ୍ସା ଓ ଅଟୋ ଚାଳକ , କୃଷକ , କେଉଟ , ବଢେଇ , ସୁଇପର ଇତ୍ୟାଦି ଅନ୍ତର୍ଭୁକ୍ତ ।
ବୟସ ସୀମା ୧୮-୪୦ ବର୍ଷ ଓ ମାସିକ ଆୟ ୧୫ ହଜାର ଟଙ୍କାରୁ କମ୍ ହୋଇଥିବା ଆବଶ୍ୟକ ।
୬୦ ବର୍ଷ ହେବା ପରେ ବ୍ୟକ୍ତି ମାସିକ ୩୦୦୦ ଟଙ୍କା ପେନ୍ ସନ୍ ପାଇବେ । ବ୍ୟକ୍ତି ଙ୍କ ର ମୃତ୍ୟୁ ପରେ ତାଙ୍କ ପରିବାର ସଦସ୍ୟ ଙ୍କୁ ୬୦୦୦ ଟଙ୍କା ମାସିକ ପେନ୍ ସନ୍ ମିଳିବ ।
ଦୋକାନୀ ଓ ବ୍ୟବସାୟୀମାନେ ରାଷ୍ଟ୍ରୀୟ ପେନସନ ଯୋଜନାର ଆୟୁ ସୀମା ଅନୁସାରେ ମାସିକ ୫୫ ରୁ ୨୦୦ ଟଙ୍କା ନିବେଶ କରି ପାରିବେ । ଏହି ଯୋଜନା ଦ୍ୱାରା ବ୍ୟକ୍ତି ୫୦ପ୍ରତିଶତ ଅଂଶ ଦାନ କରିବା ପରେ କେନ୍ଦ୍ର ସରକାର ବାକି ଅଂଶ ଦାନ କରିବେ ।
ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ । ବୟସ ସୀମା ୧୮-୪୦ ବର୍ଷ । ବାର୍ଷିକ ଟର୍ନ ଓଭର ଦେଢ଼ କୋଟିରୁ ଅଧିକ ହୋଇ ନଥିବା ଉଚିତ୍ । ବ୍ୟକ୍ତିଙ୍କୁ ୬୦ ବର୍ଷ ହେବା ପରେ ମାସିକ ୩୦୦୦ ପାଇବେ ।
ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା
୧୮-୫୦ ବର୍ଷ ହୋଇଥିବା ଉଚିତ୍ । ଭାରତୀୟ ନାଗରିକ ହୋଇଥିବା ଉଚିତ୍ । ଆଧାର ସହିତ ଜନାଧନ ଯୋଜନା ଖାତା ଥିବା ଆବଶ୍ୟକ ।
୩୩୦/- ଟଙ୍କା ପ୍ରତି ବର୍ଷ ପ୍ରିମିୟମ ଲାଭ । କୌଣସି କାରଣରୁ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କା ବୀମା ଲାଭ ।
ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା –
ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ । ୧୮-୭୦ ବର୍ଷ ବୟସ ସୀମା । ଆଧାର ସହିତ ଧନ ଜନ ଯୋଜନା ବ୍ୟାଙ୍କ୍ ଖାତା । ୧୨ଟଙ୍କାହିସାବରେ ପ୍ରତି ବର୍ଷ ପ୍ରିମିୟମ ଲାଭ ।
ଦୁର୍ଘଟଣା ରେ ମୃତ୍ୟୁ ହେଲେ ୨ଲକ୍ଷ ଓ ଆଂଶିକ ବିକଳାଙ୍ଗ ହେଲେ ୧ଲକ୍ଷ । ଏହି ଯୋଜନା ବ୍ୟାଙ୍କ୍ ଦ୍ଵାରା ଉପଲବ୍ଧ ।
ଅଟଳ ପେନ୍ ସନ୍ ଯୋଜନା –
ଭାରତୀୟ ନାଗରିକ ହୋଇଥିବା ଉଚିତ୍ । ବୟସ ସୀମା ୧୮-୪୦ ବର୍ଷ ହୋଇଥିବା ଆବଶ୍ୟକ । ବ୍ୟାଙ୍କ୍ ପାସ୍ ବୁକ୍ ଆଧାର ଲିଙ୍କ୍ ହୋଇଥିବା ଉଚିତ୍ ।
ବ୍ୟକ୍ତି ୧୦୦୦ ରୁ ୫୦୦୦ ପେନ୍ ସନ୍ ପାଇ ପାରିବେ । ମୃତ୍ୟୁ ପରେ ପେନସନ ରାଶି ମଧ୍ୟ ପାଇ ପାରିବେ । ସଞ୍ଚିତ ରାଶି ସ୍ବାମୀ ସ୍ତ୍ରୀଙ୍କୁ ମିଳି ପାରିବ ।
Comments are closed.