Odisha news

ବିଜେଡି କେବଳ ଗାଁ କୁ ପ୍ରାଥମିକତା ଦେଇଥାଏ : ମନ୍ତ୍ରୀ, ବିଜେଡି ର ବାଙ୍କେଶ୍ଵର ଶୈବ ପୀଠରେ ମିଶ୍ରଣ ପର୍ବ

ଗୋପ,ତା,୧୬,୮ :  ବିଜେଡି ଦଳ ର ସୁପ୍ରିମୋ ନବୀନ ପଟ୍ଟନାୟକ କେବଳ ଗାଁ କୁ ପ୍ରାଥମିକତା ଦେଇଥାଏ । ଗ୍ରାମାଞ୍ଚଳ ରେ ରହୁଥିବା ଲୋକମାନଙ୍କ ସୁବିଧା ଲାଗି ସରକାର ସବୁବେଳେ ଓ ସବୁ ସମୟରେ ତପ୍ତର ବୋଲି ସୋମବାର ଗୋପ ବ୍ଲକ ସ୍ଥିତ ବାବା ବାଙ୍କେଶ୍ଵର ଶୈବପୀଠ ଠାରେ ବିଜେଡ଼ି ଦଳର ମିଶ୍ରଣ ପର୍ବରେ କ୍ରିଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଉପସ୍ଥିତ ସାଧାରଣ ଲୋକ ମାନଙ୍କୁ ଏହି ସୂଚନା ଦେଇଥିଲେ । ବିଜେଡି ଦଳର କୋଣାର୍କ ଏନ୍ ଏହି ସଭାପତି ଗୋପାଳ ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବ ତରକୋର ପଞ୍ଚାୟତ ର ସମିତି ସଭ୍ୟ କାଶୀନାଥ ନାୟକ,ସୁତନ ପଞ୍ଚାୟତ ର ସମିତି ସଭ୍ୟ ଭାରତୀ ଭୋଇ ଙ୍କ ସହିତ ଶତାଧିକ କଂଗ୍ରେସ କର୍ମୀ ବିଜେଡି ଦଳରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ବିଜେଡ଼ି ସାଧାରଣ ସଂପାଦକ ସତ୍ୟବ୍ରତ ପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟୀ ଦଳାଇ, ସୃତିନନ୍ଦ , ସମୀର ସାମନ୍ତରାୟ, ଅସ୍ତରଙ୍ଗ ବ୍ଲକ ସ୍ବାଧିନ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ବିଜେଡି ଦଳର ଆଭିମୁଖ୍ୟ ସଂପର୍କ ରେ ସୂଚନା ଦେଇଥିଲେ ।

Comments are closed.