Odisha news

ଜୀବନ୍ତ ଗୁଳି ଭର୍ତ୍ତି ରିଭଲବଲ୍ ଉଦ୍ଧାର କରି ପୋଲିସ ଜିମା ଦେଲେ ଯୁବକ

0
ଗୋପ : ଗତ ରବିବାର ରାତିରେ ଗୋପ ଥାନା ଅନ୍ତର୍ଗତ ଗିରିମାସ୍ଥିତ ଏକ ମନ୍ଦିର ନିକଟରୁ ଜଣେ ଯୁବକ ଜୀବନ୍ତ ଗୁଳି ଭର୍ତ୍ତି ରିଭଲବଲ୍ ପାଇ ଆଜି ଗୋପ ଥାନା ଜିମା ଦେଇଥିବା ଥାନା ପକ୍ଷରୁ ଜଣାପଡ଼ିଛି। ପୋଲିସ ଏହି ଜୀବନ୍ତ ଗୁଳି ଭର୍ତ୍ତି ରିଭଲବଲ୍ କୁ ପରୀକ୍ଷା ଲାଗି ପଠାଇବ ବୋଲି ସୂଚନା ଦେଇଛି। ସୂଚନା ମୁତାବକ ରଵିଵାର ରାତ୍ରିରେ ଗୋପ ବଣିଆସାହି ଗ୍ରାମର ସୁନିଲ୍ ପରମାଣିକ ତାଙ୍କ ହୋଟେଲରେ କାର୍ଯ୍ୟ କରୁଥିବା ମିସ୍ତ୍ରୀ କୁ ଛାଡ଼ିବା ପାଇଁ ମହଲପଡା ପଂଚାୟତ ଗିରିମା ଗ୍ରାମକୁ ଯାଇଥିଲେ। ଫେରିବା ସମୟରେ ସୁନିଲ୍ ନିଜର ଗାଡ଼ି ରଖି ମନ୍ଦିର ଠାରୁ କିଛି ଦୂରରେ ପରିସ୍ରା କରିବାକୁ ଯିବା ସମୟରେ ଗୋଟିଏ ସ୍ଥାନରେ ମଦ ବୋତଲ, ସିଗାରେଟ୍ ସହିତ ଏହି ରିଭଲବଲ୍ ଟି ଥୁଆ ହୋଇଥିଵା ଦେଖିବାକୁ ପାଇଥିଲେ । ଯୁବକ ଜଣଙ୍କ ସେହି ରିଭଲବଲ ଟିକୁ ଆଣି ଆଜି ସକାଳୁ ଗୋପ ଥାନା ରେ ପହଞି ପୋଲିସ ଜିମା ଦେଇଛନ୍ତି।
Nalco
Leave A Reply