ଗୀତା ଜୟନ୍ତୀ ରେ ଘଟୁଛି ଏହି ୩ଟି ଦୁର୍ଲଭ ଯୋଗ , କରନ୍ତୁ ଏହି ୩ଟି ଉପାୟ ସନ୍ତାନ ପ୍ରାପ୍ତି ହେବା ସହ ଧନ ବୃଦ୍ଧି ହୋଇଥାଏ
ମହାଭାରତ ସମୟରେ କୁରୁକ୍ଷେତ୍ର ଯୁଦ୍ଧ ରେ ଶ୍ରୀକୃଷ୍ନ ଓ ଅର୍ଜୁନ ଙ୍କ ମଧ୍ୟରେ ହୋଇଥିବା କଥୋପକଥନ ଭଗବତ ଗୀତା କୁ ଜନ୍ମ ଦେଇଥିଲା l ଏହା ଗୋଟିଏ ଏଭଳି ଗ୍ରଂଥ ଯାହାର ଜୟନ୍ତୀ ପାଳନ କରାଯାଇ ଥାଏ l ଚଳିତବର୍ଷ ଗୀତା ଜୟନ୍ତୀ ୨୨ ଡିସେମ୍ବର ପାଳିତ ହେବ l
ଗୀତା ଜୟନ୍ତୀ ଖୁବ ପୂଜନୀୟ ଅଟେ ଓ ମାର୍ଗଶିର ମାସର ଶୁକ୍ଲପକ୍ଷ ର ମୋକ୍ଷଦା ଏକାଦଶୀ ତିଥିରେ ପାଳିତ ହୋଇଥିଲା l ମାନ୍ୟତା ରହିଛି ଯେ ଗୀତା ଜୟନ୍ତୀ କିଛି ବିଶେଷ କାର୍ଯ୍ୟ କରିବା ନିହାତି ଜରୁରୀ l ଏହାଦ୍ୱାରା ବ୍ୟକ୍ତି ମୋକ୍ଷ ପାଇବା ସହଜ ହୋଇ ଯାଇଥାଏ l
ଗୀତା ଜୟନ୍ତୀ ଦିନ ଶିବ ଯୋଗ, ସର୍ବାର୍ଥ ସିଦ୍ଧି ଯୋଗ, ରବି ଯୋଗ ର ସଂଯୋଗ ହୋଇଥାଏ l ଏହିଦିନ ବର୍ଷର ସବୁଠୁ ଛୋଟ ଦିନ ମଧ୍ୟ ହୋଇଥାଏ l ତେଣୁ ଏହିଦିନ ବିଶେଷ ଭାବରେ ପୂଜାର୍ଚନା କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ l
ଗୀତା ଜୟନ୍ତୀ ରେ କରନ୍ତୁ ଏହି କାମ –
– ଗୀତାରେ ସମୁଦାୟ ୧୮ଟି ଅଧ୍ୟାୟ ଓ ୭୦୦ ଶ୍ଳୋକ ରହିଛି, ଯାହାକି ସ୍ୱୟଂ ଭଗବାନ ଶ୍ରୀକୃଷ୍ନ ଙ୍କ ମୁଖରୁ ବାହାରିଛି l ଏହି ସମସ୍ତ ଶ୍ଳୋକ ରେ ଜୀବନ ସମସ୍ୟାର ସମାଧାନ ରହିଛି l ଗୀତା ଜ୍ଞାନୀ ଦିନ ଶ୍ରୀମଦ ଭଗବତ ଗୀତା ନିହାତି ପାଠ କରିବା ଜରୁରୀ l ଗୀତାର ଉପଦେଶ କୁ ଅନୁସରଣ କରିବା ଦ୍ୱାରା ଜୀବନ ର ସମସ୍ତ କଠିନ ସମସ୍ୟା ଦୂର ହୋଇଥାଏ l
– ଗୀତା ଜୟନ୍ତୀ ଦିନ ଶ୍ରୀକୃଷ୍ନ ଙ୍କୁ ହଳଦିଆ ରଙ୍ଗର ପୁଷ୍ପ ନିହାତି ଅର୍ପଣ କରିବା ଜରୁରୀ l ଏବଂ ଏହିଦିନ ଓଂ କ୍ଳିଙ୍ଗ କୃଷ୍ନାୟ ବାସୁଦେବାୟ ହରି ପରମାତ୍ମନେ ପ୍ରାଣତଃ କ୍ଳେଶ୍ରlଶାୟ ଗୋବିନ୍ଦାୟ ନମୋ ନମଃ ‘ ମନ୍ତ୍ରକୁ ଜପ କରନ୍ତୁ l ମାନ୍ୟତା ରହିଛି ଯେ ଏହାଦ୍ୱାରା ବଂଶ ବୃଦ୍ଧି ର ବରଦାନ ମିଳିଥାଏ l ମାନସିକ ଦୁଶ୍ଚିନ୍ତା ଦୂର ହୋଇଥାଏ l
– ଗୀତା ଜୟନ୍ତୀ ଦିନ କୌଣସି ମନ୍ଦିରରେ କଦଳୀ ଗଛ ଲଗାନ୍ତୁ ଓ ତାହାର ଦେଖାଶୁଣା କରନ୍ତୁ l ଏହିଦିନ କଦଳୀ, ଚଣା ଗଛ, ଗୀତା ଦାନ କରିବା ଖୁବ ଶୁଭ ଅଟେ, ଏହାଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ ଓ ଦରିଦ୍ରତା ଦୂର ହୋଇଥାଏ l
