ଉତ୍ତରାଖଣ୍ଡ : ୭.୧ ଫୁଟ ଉଚ୍ଚର ଧନିଆ ଗଛ ପାଇଁ ଜଣେ ଭାରତୀୟ କୃଷକଙ୍କୁ ଗିନିଜ୍ ୱଲïର୍ ରେକର୍ଡ଼ରେ ସମ୍ମାନିତ କରାଯାଇଛି । ଉତ୍ତରାଖଣ୍ଡର ଗୋପାଳ ଦତ୍ତ ଉପ୍ରେତି (୪୭) କହିଛନ୍ତି, ମୁଁ ଅଲମୋଡ଼ା ଜିଲ୍ଲାର ବିଲକେଶରେ ସେଓ ବଗିଚାରେ ବଡ଼ ଧନିଆ ଗଛ ଲଗାଇବା ପାଇଁ ପାରମ୍ପରିକ ହିମାଳୟ ଫାର୍ମିଂର ଟେକ୍ନୋଲଜି ପ୍ରୟୋଗ କରିଥିଲି । ମୋର ଆଶା ଏହି ଅଭିଜ୍ଞତା ଅନ୍ୟ କୃଷକଙ୍କୁ ପ୍ରେରଣା ଦେବ । ପୂର୍ବ ରେକର୍ଡ଼ ଧାରକଙ୍କ ଗଛର ଉଚ୍ଚତା ଥିଲା ୫.୯ ଫୁଟ ।