Odisha news

ଗଡବାନ୍ଦ ଗୋଡ଼ା ସର୍ଦ୍ଦାରଙ୍କ ଶ୍ରଦ୍ଧାରେ ବରିଷ୍ଠ ଶିକ୍ଷାବିତ୍ ଙ୍କୁ ସମ୍ବର୍ଦ୍ଧନା 

0
   ଆନନ୍ଦପୁର : ଘଷିପୁରା ବ୍ଲକ ଅନ୍ତର୍ଗତ ଗଡ ବାନ୍ଧ ଗୋଡi ଗ୍ରାମର ସର୍ଦ୍ଦାର ଶ୍ରୀଯୁକ୍ତ ଦନାର୍ଦ୍ଦନ ଚକ୍ର ଙ୍କ ପଞ୍ଚମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଅତି ନିରାଡମ୍ବର ଭାବେ ଗତ କାଲି ଅପରାହ୍ନ ରେ ଅନୁଷ୍ଠିତ ହୋଇ ଯାଇ ଅଛି।ଏହାକୁ ତାଙ୍କ ଏକ ମାତ୍ର ପୁତ୍ର ତଥା ଆଇନଜୀବୀ ବିଚିତ୍ର କୁମାର ଚକ୍ର ସଂଯୋଜନା କରିଥିବା ବେଳେ ସନ୍ଧ୍ୟା ରେ ଆୟୋଜିତ ଏକ ସମ୍ବରଧନା ସଭା କୁ ବି ସଭାପତିତ୍ବ କରିଥିଲେ।ଏଥିରେ ଚଳିତ ବର୍ଷ ଏଇ ଶ୍ରାଦ୍ଧ ରେ ଘଷିପୁରା ବ୍ଲକ ଅନ୍ତର୍ଗତ pandua ଗ୍ରାମ ର ବିଶିଷ୍ଟ ଶିକ୍ଷାବିତ୍   ବିପିନ ବିହାରୀ ଚକ୍ର ଙ୍କୁ ବହୁ ଅତିଥି ଙ୍କ ଗହଣରେ ସମ୍ବର୍ଦ୍ଧିତ କରାଯାଇ ଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର କଲେଜ ଛାତ୍ର ସଂସଦ ର ପ୍ରଥମ ସଭାପତି ଶ୍ରୀଯୁକ୍ତ ଚିନ୍ତାମଣି ମିଶ୍ର ଙ୍କ ସମେତ ସମ୍ମାନିତ ଅତିଥି ଭାବରେ ଆନନ୍ଦପୁର କଲେଜ ର ଅଧକ୍ଷ dr ଦିଲ୍ଲୀପ କୁମାର ଦାସ ଙ୍କ ସହ ଆନନ୍ଦପୁର ବାର association ର ସଭାପତି ଦୟା ନିଧି ଦାସ ବରିଷ୍ଠ ଅଧ୍ୟାପକ ସୁଦର୍ଶନ ସାହୁ ବିଜୟ କୁମାର ସାହୁ ଓକିଲ ଓ ଓକିଲ ସଂଘ ନେତା ଅମର ମହାପାତ୍ର ଯୁବ ଆଇନଜୀବୀ ଶ୍ରୀଯୁକ୍ତ କାହେଁଇ ଚରଣ ସାହୁ ସ୍ଵାଧୀନତା ସଂଗ୍ରାମୀ ସନାତନ ଚକ୍ର ନାରୀ ପ୍ରତିଭା ଭାଗ୍ୟବତୀ ଚକ୍ର ଓ ବିଷ୍ଣୁ ପ୍ରିୟା ଚକ୍ର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ଚକ୍ର ସମାଜସେବୀ ବିଜୟ ଚକ୍ର ହରମୋହନ ପାତ୍ର ଓ ପ୍ରବୋଧ ଚକ୍ର ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ଙ୍କ ସ୍ମୃତି ଚରଣ କରିଥିବା ବେଳେ ବିପିନ ଚକ୍ର ଙ୍କୁ ପୁଷ୍ପ ଗୁଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
Leave A Reply