Odisha news

ମଙ୍ଗଳବାରର ଏହି ଉପାୟ ସମସ୍ତ ରୋଗ ,ଭୟ ଓ ସଙ୍କଟରୁ ଦୁରେଇ ରଖିବ

ମଙ୍ଗଳବାରର ବିଶେଷ ମହତ୍ୱ ରହିଛି ,ହିନ୍ଦୁ ଦେବଦେବୀଙ୍କ ମଧ୍ୟରେ ସଙ୍କଟ ମୋଚନଙ୍କ ଦିନଟି ହେଲା ମଙ୍ଗଳବାର l ଏହିଦିନ ହନୁମାନଙ୍କୁ ପୂଜା କରିବା ଦ୍ୱାରା ଜାତକରୁ କୁଣ୍ଡଳୀ ଦୋଷ ଦୂର ହୋଇଥାଏ l ଯଦି ଆପଣଙ୍କ ଜୀବନରେ କୌଣସି ପ୍ରକାରର ବାଧା ବିଘ୍ନ ଦେଖାଦେଇଛି ତେବେ ମଙ୍ଗଳବାରଦିନ ଏହି ଉପାୟକୁ କରିବା ଦ୍ୱାରା ସମସ୍ୟା ଦୂର ହୋଇଥାଏ l

କଣ ରହିଛି ଉପାୟ –
* ଯଦି କୌଣସି ବ୍ୟକ୍ତି ସତ ମନରେ ବଜରଙ୍ଗବାଣ ପାଠ କରିଥାଏ ତେବେ ତାର ଶତ୍ରୁ ମାନଙ୍କର ବିନାଶ ହୋଇଥାଏ l କୁହାଯାଏ ଯେ ବଜରଙ୍ଗବାଣ ନକରତ୍ମକ ଶକ୍ତିକୁ ସକାରାତ୍ମକ ଶକ୍ତିରେ ପରିଣତ କରିଥାଏ l ନ ହେବା କାର୍ଯ୍ୟ ମଧ୍ୟ ହୋଇଯାଏ l

* ନିଜ ପୂଜା ସ୍ଥାନରେ ହନୁମାନ ଯନ୍ତ୍ର ସ୍ଥାପନା କରି ପୂଜା କରିବା ଦ୍ୱାରା ପରିବାରର କ୍ଳେଶ ଦୂର ହୋଇଥାଏ l ହନୁମାନ ଯନ୍ତ୍ର ଆପଣଙ୍କ ପରିବାରର ସମସ୍ତ ସମସ୍ୟାକୁ ଦୂର କରିବା ସହିତ ସଫଳତା ଦେଇଥାଏ l

* ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ଯଦି ଆପଣ ହନୁମାନ ମନ୍ଦିରରେ ସୋରିଷ ତେଲ ଦ୍ବୀପ ଓ ଗୋଟିଏ ଘିଅ ଦ୍ବୀପ ଜଳାଇ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଜୀବନର ସମସ୍ତ ସଙ୍କଟ ଦୂରହେବ l

* ମଙ୍ଗଳବାର ଦିନ ପାନ ପତ୍ର ହନୁମାନଙ୍କୁ ସମର୍ପଣ କରନ୍ତୁ ,ଏହାପରେ ସେହି ପାନପତ୍ରକୁ ପରିବାର ସଦସ୍ୟଙ୍କୁ ବାଣ୍ଟି ଦିଅନ୍ତୁ l ଏପରି କରିବା ଦ୍ୱାରା ସମସ୍ତେ ରୋଗମୁକ୍ତ ରହିବେ l

* ମଙ୍ଗଳବାର ଦିନ ବରଗଛର ଗୋଟିଏ ପତ୍ରରେ ଜୟ ଶ୍ରୀ ରାମ ଲେଖି ହନୁମାନଙ୍କ ପାଦ ନିକଟରେ ରଖନ୍ତୁ l ସନ୍ଧ୍ୟାବେଳେ ଏହି ପତ୍ରକୁ ନେଇ ନିଜ ଘର ଅଲମାରୀରେ ରଖିବା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l

Comments are closed.