Odisha news

ବିଶେଷଜ୍ଞ ମାନଙ୍କ ଗବେଷଣାର ଖୁଲାସା : ଏହି ୫ଟି ଜିନିଷକୁ ଖାଇବା ଦ୍ୱାରା ତୁରନ୍ତ ମିଳିଥାଏ ଗ୍ୟାସରୁ ଆରମ୍

ପେଟର ଅଧିକାଂଶ ରୋଗର ମୁଖ୍ୟ କାରଣ ହେଉଛି ଗ୍ୟାସ l ପେଟ ଖବରପା ହେବ ଦ୍ୱାରା ଗ୍ୟାସ ସମସ୍ୟା ମାଢ଼ଟା ବଢିବାକୁ ଲାଗିଥାଏ ଓ ଏହା ଦ୍ୱାରା ପେଟ ଯନ୍ତ୍ରଣା ,ଛାତି ପୋଡା ଏବଂ ହଜମ ଶକ୍ତିରେ ବାଧା ଉପୁଜି ଥାଏ l ପେଟର ସମସ୍ୟାକୁ ଆମକୁ ଅଣଦେଖା କରିବା ଉଚିତ ନୁହେଁ ,ଯାହା ଆମକୁ ଗ୍ୟାସରେ ଆକ୍ରଣ କରି ଭବିଷ୍ୟତରେ ଗଣ୍ଠି ଯନ୍ତ୍ରଣାର କାରଣ କିମ୍ବା ବାତ ରୋଗର କାରଣ ହୋଇପାରେ l ଆୟୁର୍ବେଦରେ ପ୍ରାକୃତିକ ଉପାୟରେ ଗ୍ୟାସରୁ ରକ୍ଷାପାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଇଛି l ଗବେଷକ ମାନଙ୍କ ମତରେ ଆମେ ଏପରି କିଛି ଜିନିଷକୁ ଖାଇ ଗ୍ୟାସ ସମସ୍ୟାରୁ ନିଜକୁ ଦୁରେଇ ରଖି ପାରିବା l କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଡାକ୍ତରୀ ଗବେଷକ ମାନେ କିଛି ଘରୋଇ ଉପାୟ ଦ୍ୱାରା  ଗ୍ୟାସରୁ ଦୁରେଇ ରଖା ଯାଇ ପାରିବ ବୋଲି କହିଛନ୍ତି l

* ପାନମଧୁରୀ ପେଟର ମସଲସକୁ ରିଲାକ୍ସ କରିଥାଏ ଓ କୋଷ୍ଠକାଠିନ୍ୟର ସମସ୍ୟାକୁ ମଧ୍ୟ ଦୂର କରିଥାଏ l ମସଲସ ଆରାମ ହେବା ଦ୍ୱାରା ଗ୍ୟାସ ସମସ୍ୟା ମଧ୍ୟ ଦୂର ହୋଇଥାଏ l

* ଗୁଜୁରାତିକୁ ଆମେ ଅନ୍ୟ ଜିନିଷ ସହିତ ମିଶାଇ ଖାଇଥାଉ l ନିକଟରେ ହୋଇଥିବା ଏକ ଗବେଷଣା ଅନୁସାରେ ଗୁଜୁରାତି ଅଲସର ଭଳି ଭୟଙ୍କର ପେଟ ରୋଗରୁ ଆରମ୍ଭ ଦେଇଥାଏ l

* ଜିରା ଡାଇରିଆ ଭଳି ସମସ୍ୟାକୁ ଦୂର କରିବା ପାଇଁ ରାମବାଣ ଅଟେ l ଜିରାରେ ଆଣ୍ଟିଆକ୍ସିଡେଣ୍ଟ ରହିଥିବା କାରଣରୁ ପେଟରେ ଥିବା ଜୀବାଣୁ ନଷ୍ଟ ହୋଇ ଯାଇ ଥାଆନ୍ତି l ଜିରା ପେଟର ସମସ୍ତ ସମସ୍ୟାକୁ ଦୂର କରିବା ସହିତ ଏସିଡ଼ିଟି ଭଳି ସମସ୍ୟାକୁ ମଧ୍ୟ ଠିକ କରିଥାଏ l

* ଯଦି ପେଟପାଇଁ କୌଣସି ଘରୋଇ ଜିନିଷର ସବୁଠୁ ଅଧିକ ବ୍ୟବହାର ହୋଇଥାଏ ତାହା ହେଉଛି ଜୁଆଣି l ଗୋଟିଏ ଗବେଷଣାରେ କୁହାଯାଇଛି ଯେ ଜୁଆଣି ଗ୍ୟାସ ଓ ଏସିଡ଼ିଟି ସମସ୍ୟା ସହିତ ହଜମ ଶକ୍ତି ମଧ୍ୟ ବଢାଇବାରେ ସାହାଯ୍ୟ କରିଥାଏ l ଆୟୁର୍ବେଦରେ ଜୁଆଣିକୁ ଅସଲସର ରୋଗର ଉପଚାର ପାଇଁ ବ୍ୟବହାର କରାଯାଏ l

* ହେଙ୍ଗୁ ପେଟ ପାଇଁ ଅମୃତ ଅଟେ l ଗ୍ୟାସ ଏସିଡ଼ିଟି ସହିତ ଏଥିରେ ଥିବା ଏଞ୍ଜାଇମ ହଜମ ଶକ୍ତିକୁ ବଢ଼ିବାରେ ସାହାଯ୍ୟ କରିଥାଏ l ତେଣୁ ଗ୍ୟାସ ଏସିଡ଼ିଟି ପାଇଁ ହେଙ୍ଗୁର ବ୍ୟବହାର ରାମବାଣ ଅଟେ l

Nalco

Comments are closed.