ଶାସ୍ତ୍ର ଅନୁସାରେ ସନାତନ ଧର୍ମ ରେ ୧୮ ଗୋଟି ପୂରାଣ ମନଙ୍କ୍ ମଧ୍ୟରୁ ଗରୁଡ଼ ପୁରାଣ ଗୋଟିଏ l ଯେଉଁଥିରେ ଦର୍ଶା ଯାଇଥାଏ ଜୀବନ ର ପ୍ରତ୍ୟେକ ସମୟ ର ଘଟଣାବଳୀ l ଗରୁଡ଼ ପୁରାଣ ରେ ଏଭଳି ୫ କାର୍ଯ୍ୟ ମଣିଷ ଜୀବନର ଦର୍ଶା ଯାଇଛି ଯାହାକୁ କରିବା ଦ୍ୱାରା ମଣିଷ ଜୀବନ ରେ ପ୍ରତ୍ୟେକ କ୍ଷେତ୍ର ରେ ସଫଳତା ପାଇଥାଏ l
* ସକାଳୁ ଶୀଘ୍ର ଉଠନ୍ତୁ – ସକାଳର ବାତାବରଣ ସୁଧ ଅଟେ, ଏବଂ ଏହା ଗୋଟିଏ ପବିତ୍ର ସମୟ ତେଣୁ ଏହି ସମୟରେ ଯେଉଁ ବ୍ୟକ୍ତି ଶୀଘ୍ର ଶଯ୍ୟା ତ୍ୟାଗ କରିଥାଏ ସେ ଜୀବନ ରେ ଐସ୍ୱର୍ଯ୍ୟ ଲାଭ କରିଥାଏ ଏବଂ ଆୟୁ ବୃଦ୍ଧି ହୋଇଥାଏ l
* ଜୀବନ ରେ ଚେଷ୍ଟା ଜାରି ରଖନ୍ତୁ – ଗରୁଡ଼ ପୂରାଣ ଅନୁସାରେ ଯେଉଁ ଲୋକ ଜୀବନ ରେ ପ୍ରତ୍ୟେକ କ୍ଷେତ୍ରରେ ବାରମ୍ବାର ଚେଷ୍ଟା ଜାରି ରଖିଥାଏ ସେ କଦାପି ହାରି ନଥାଏ l
* ଖରାପ ସଙ୍ଗ ଦୋଷରୁ ଦୂରେଇ ରୁହନ୍ତୁ – ମଣିଷ ଜୀବନ ରେ ସଙ୍ଗ ଦୋଷ ରୁ ଖୁବ ମହତ୍ୱ ରହିଛି , ଯଦି ବ୍ୟକ୍ତି ଗୋଟିଏ ଭଲ ସଙ୍ଗ ଦୋଷ ଜୀବନ ରେ ପାଇଥାଏ ତେବେ ସଫଳତା ର ରାସ୍ତା ଆପେ ଆପେ ଚାଲି ଆସିଥାଏ l
* ମନରେ ଅହଂକାର ରଖନ୍ତୁ ନାହିଁ – ଅହଂକାର ମଣିଷ ର ବଡ଼ ଶତ୍ରୁ l ଯେଉଁ ବ୍ୟକ୍ତି ନିଜ ଧନ ଏବଂ ଜ୍ଞାନ କୁ ନେଇ ଅହଂକାର କରିଥାଏ ତାର ସର୍ବନାଶ ଘଟିଥାଏ l ତେଣୁ ଏହି ୨ ଟି ଠାରୁ ଯେଉଁ ବ୍ୟକ୍ତି ଦୂରେଇ ରହିଥାଏ ସେ ଜୀବନ ରେ ସଫଳତା ର ଶୀର୍ଷ ରେ ପହଂଚି ଥାଏ l
* ନଜକୁ ସଜାଗ ରଖନ୍ତୁ – ବ୍ୟକ୍ତି ନିଜକୁ ସବୁବେଳେ ପ୍ରତ୍ୟେକ ପରିସ୍ଥିତି ସହିତ ମୁକାବିଲା କରିବା ପାଇଁ ସତର୍କ ରହିବା ଜରୁରୀ l ଏଭଳି ବ୍ୟକ୍ତି ଜୀବନ ରେ କଦାପି ହତାଶା ଲାଭ କରିନଥାଏ l