କୁହାଯାଏ ଶରୀର ନଶ୍ୱର ଅଟେ, କିନ୍ତୁ ଆତ୍ମା ଅମର ହୋଇଥାଏ ଏହା ଆମେ ଜାଣିଛୁ l ଆମ ଶରୀର ପଞ୍ଚତତ୍ତ୍ୱ ରେ ନିର୍ମିତ ହୋଇଥାଏ ଓ ମୃତ୍ୟୁ ପରେ ସେହି ପଞ୍ଚଭୂତ ରେ ମଧ୍ୟ ଲୀନ ହୋଇଯାଏ l ଭାବିଥାଉ ମୃତୁ ପରେ ତୁରନ୍ତ ଆତ୍ମା ଶରୀର ତ୍ୟାଗ କରିଦେଇ ଥାଏ l ଯମଦୂତ ମାନେ ତାର ଗଳାରେ ପାଶ ଲଗାଇ ଯମ ଲୋକ କୁ ନେଇ ଯାଇ ଥାଆନ୍ତି l ଗରୁଡ଼ ପୁରାଣ ଅନୁସାରେ ୨୪ ଘଣ୍ଟା ପରେ ଆତ୍ମା ଦ୍ଵିତୀୟ ଥର ନିଜ ପରିବାର ମଧ୍ୟକୁ ଆସିଥାଏ ଓ ୧୩ ଦିନ ପର୍ଯ୍ୟନ୍ତ ତାଙ୍କ ସହିତ ରହିଥାଏ l ଏହା ପଛର ଗୋଟିଏ ବିଶେଷ କାରଣ ରହିଛି l ମଣିଷ ର କର୍ମ ଫଳ ଅନୁସାରେ ତାର ପୁନର୍ଜନ୍ମ ର ସ୍ଥିର କରାଯାଇ ଥାଏ l
ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଆତ୍ମା ଅଜର ଓ ଅମର ଅଟେ l ଗରୁଡ଼ ପୁରାଣ ଅନୁସାରେ ଆତ୍ମା ମଣିଷ ଶରୀର ଛାଡିବାର ୨୪ ଘଣ୍ଟା ପରେ ପୁନର୍ବାର ନିଜ ପରିବାର ମଧ୍ୟକୁ ଫେରି ଆସିଥାଏ ଓ ୧୩ ଦିନ ପର୍ଯ୍ୟନ୍ତ ନିଜ ପରିବାର ମଧ୍ୟରେ ରହିଥାଏ l ଏହା ପଛରେ ଅନେକ କାରଣ ରହିଛି l
– ଆତ୍ମାର ନିଜର ପରିବାର ପ୍ରତି ମୋହ ରହିଛି l ଏଠାରେ ଆତ୍ମା ନିଜର ପରିଜନ ମଧ୍ୟରେ ୧୩ ଦିନ ପର୍ଯ୍ୟନ୍ତ ରହିବାକୁ ପସନ୍ଦ କରିଥାଏ l
– ହିନ୍ଦୁ ମାନ୍ୟତା ଅନୁସାରେ ଏହି ସମୟରେ ଆତ୍ମା କୁ ୧୦ ଦିନ ପର୍ଯ୍ୟନ୍ତ ସକାଳୁ ନେଇ ସନ୍ଧ୍ୟା ପର୍ଯ୍ୟନ୍ତ ଭୋଜନ ଓ ପାଣି ଦିଆଯାଇ ଥାଏ , ଯାହାକୁ ଆତ୍ମା ଗ୍ରହଣ କରିଥାଏ l
– ୧୧ ଦିନ ଯେଉଁ ପିଣ୍ଡ ଦାନ କରାଯାଏ ତାହା ଆତ୍ମାକୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଶକ୍ତି ଯୋଗାଇ ଥାଏ l ଯାହାଦ୍ୱାରା ତାର ଯମ ଲୋକ ପର୍ଯ୍ୟନ୍ତ ଯାତ୍ରା କରିବାରେ ଶକ୍ତି ମିଳିଥାଏ
– ୧୩ ଦିନ ରେ ଆତ୍ମା ଆଉ ଗୋଟିଏ ଶରୀର କୁ ସ୍ଥାନାନ୍ତର ହୋଇଥାଏ, ଯାହାକି ତାର ପୁନର୍ଜନ୍ମ ବୋଲି କୁହାଯାଏ l ଗରୁଡ଼ ପୁରାଣ ଅନୁସାରେ ଏହି ସମୟରୁ ଆତ୍ମା ନିଜ ପରିବାର ନିକଟକୁ ଆଉ ଆସିପାରେ ନାହିଁ l
– ହିନ୍ଦୁ ଧର୍ମରେ ଯେଉଁ ଆତ୍ମା ଙ୍କର ତାଙ୍କ ପରିବାର ସଦସ୍ୟ ପିଣ୍ଡଦାନ କରନ୍ତି ନାହିଁ, ସେମାନଙ୍କ ଆତ୍ମାକୁ ଅନେକ କଷ୍ଟ ସହ୍ୟ କରିବାକୁ ପଡିଥାଏ l