ଶ୍ରୀମଦ୍ଭଗବତଗୀତା ରେ ଭଗବାନ କୃଷ୍ଣଙ୍କ ଉପଦେଶ ବିଶେଷ ଭାବରେ ବର୍ଣନା ହୋଇଛି l ଗୀତାର ଉପଦେଶ ରେ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧ ସମୟରେ ଅର୍ଜୁନ ଙ୍କୁ ଦେଇଥିଲେ l ଗୀତାରେ ଦିଆଯାଇଥିବା ଉପଦେଶ ଆଜି ମଧ୍ୟ ସେତିକି ପ୍ରାସଙ୍ଗିକ ଅଟେ ଓ ମନୁଷ୍ୟ କୁ ଜୀବନ ବଞ୍ଚିବାର ଉଚିତ ମାର୍ଗ ଦେଖାଇଥାଏ
ଗୀତା ଗ୍ରନ୍ଥ ଯାହାକି ମାନବ କୁ ବଂଚିବାର ଢଙ୍ଗ ଶିଖାଇ ଥାଏ l ଗୀତା ଜୀବନ ରେ ଧର୍ମ, କର୍ମ ଓ ପ୍ରେମ ର ଶିକ୍ଷା ଦେଇଥାଏ l ଗୀତ ରେ ଶ୍ରୀକୃଷ୍ନ କହିଛନ୍ତି ଯେ କିଭଳି ଲୋକ ତାଙ୍କର ପ୍ରିୟ ଅଟନ୍ତି l
* ଗୀତା ବାଣୀ ରେ ଶ୍ରୀକୃଷ୍ଣ କହିଛନ୍ତି ଯେ ଯେଉଁ ବ୍ୟକ୍ତି କେବେ ନା ଦ୍ୱେଷ କରିଥାଏ, ନା ଶୋକ କରିଥାଏ, ନା କାମନା ରଖିଥାଏ ଶୁଭ ଓ ଅଶୁଭ ସମ୍ପୂର୍ଣ କର୍ମ କୁ ତ୍ୟାଗ କରିଥାଏ – ସେଭଳି ଭକ୍ତିଯୁକ୍ତ ମନୁଷ୍ୟ ମୋର ପ୍ରିୟ ଅଟେ l
* ଗୀତାରେ ଲେଖା ଯାଇଛି ଯେ ଯେତେବେଳେ କୌଣସି ବ୍ୟକ୍ତିର ମନରେ ଅହଂକାର, ଇର୍ଷା ଓ ଦ୍ୱେଷ ର ଭାବନା ଆସିଥାଏ ସେଭଳି ବ୍ୟକ୍ତିର ପତନ ସୁନିଶ୍ଚିତ ଅଟେ l ଏହିସବୁ ଖରାପ ପ୍ରକୃତି ମନୁଷ୍ୟକୁ ଭିତରୁ ନଷ୍ଟ କରି ଦେଇଥାଏ l
* ଶ୍ରୀକୃଷ୍ଣ କହିଛନ୍ତି ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ଦୁଖୀ କରୁଛି ନା ତାକୁ ହଇରାଣ କରନ୍ତୁ କିମ୍ବା ତା ସହିତ କୌଣସି ଖରାପ ବ୍ୟବହାର କରନ୍ତୁ ନାହିଁ l ଏଭଳି ଲୋକଙ୍କୁ ଖାଲି ତାଙ୍କ ଅବସ୍ଥାରେ ଛାଡି ଦେବା ଉଚିତ l ସମୟ ଆସିଲେ ସେ ତାର ପରିଣାମ ଭୋଗ କରିବ l
* ଶ୍ରୀକୃଷ୍ନ କହିଛନ୍ତି ପ୍ରେମ ଜୀବନ ର ଆଧାର , ସେ କହିଛନ୍ତି ଯାହାର ମନରେ ପ୍ରେମ ଥାଏ ତାର ମନରେ ସର୍ବଦା ଶାନ୍ତି ରହିଥାଏ l ଯଦି ଜୀବନ ରେ ପ୍ରେମ ନଥିବ ତେବେ ଆପଣ କୌଣସି ଥିରେ ସନ୍ତୁଷ୍ଟ ହେବେ ନାହିଁ l
* ଗୀତାରେ କୁହାଯାଇଛି କି ଇନ୍ଦ୍ରିୟ ପ୍ରଭାବ ପକାଏ ବୁଦ୍ଧି ଉପରେ, ବୁଦ୍ଧି ପ୍ରଭାବ ପକାଇଥାଏ ମନ ଉପରେ, ମନ ପ୍ରଭାବ ପକାଏ ଆତ୍ମା ଉପରେ l ଅର୍ଥାତ ଆତ୍ମା ହେଉଛି ଶ୍ରେଷ୍ଠ, ବିନା ଆତ୍ମାରେ କୌଣସି କାର୍ଯ୍ୟ ହୋଇ ନଥାଏ , ଶିକ୍ଷା ଏମିତି ହେବା ଆବଶ୍ୟକ ଯାହାକି ଚରିତ୍ରର ନିର୍ମାଣ କରିଥାଏ l
