ହିନ୍ଦୁ ଧର୍ମର ୧୬ ଟି ସଂସ୍କାର ରହିଛି , ଯେଉଁଥିରେ ସର୍ବ ପ୍ରଥମେ ଗର୍ଭ ଧାରଣ ସଂସ୍କାର ରହିଥାଏ l ଏହି ସଂସ୍କାର ସହିତ ଜୀବନ ଆରମ୍ଭ ହୋଇଥାଏ, ଅନ୍ୟ ପକ୍ଷରେ ଷୋଡଶ ଅର୍ଥାତ ଶେଷ ସଂସ୍କାର ରେ ଆତ୍ମା ଜୀବନ ତ୍ୟାଗ କରିଥାଏ, ଏଥିରେ ଦାହ ସଂସ୍କାର ସହିତ ସ୍ମସାନ କର୍ମ ସହିତ ପିଣ୍ଡଦାନ ଓ ୧୩ ଦିନର କର୍ମ କରାଯାଇ ଥାଏ l ହିନ୍ଦୁ ପରିବାର ରେ ଯେତେବେଳେ ଘରର କୌଣସି ସଦସ୍ୟ ଙ୍କର ମୃତ୍ୟୁ ହୋଇଥାଏ ତେବେ ୧୩ ଦିନ ପର୍ଯ୍ୟନ୍ତ କର୍ମକାଣ୍ଡ ହୋଇଥାଏ l
ମୋହ ରେ ବନ୍ଧା ଆତ୍ମା –
ଗରୁଡ଼ ପୁରାଣ ଅନୁସାରେ ଜୀବନ ଓ ମୃତ୍ୟୁ ସମ୍ବନ୍ଧୀ ସମସ୍ତ କଥା ବିସ୍ତାର ରୁ ବର୍ଣ୍ଣନା କରାଯାଇ ଥାଏ, ମାରିବା ପରେ ଆତ୍ମା ର ସ୍ଥିତି କଣ ହୋଇଥାଏ, ଆତ୍ମା ର ଶାନ୍ତି ପାଇଁ ବିଭିନ୍ନ କାର୍ଯ୍ୟ କରାଯାଇ ଥାଏ, ଗରୁଡ଼ ପୁରାଣ ରେ ଏହି ସମସ୍ତ ବିଷୟ ରେ ବିସ୍ତୃତ ଭାବରେ କୁହାଯାଇଛି, ଗରୁଡ଼ ପୁରାଣ ଅନୁସାରେ ମୃତ୍ୟୁ ପରେ ମୃତ ବ୍ୟକ୍ତି ର ଆତ୍ମା ୧୩ ଦିନ ପର୍ଯ୍ୟନ୍ତ ନିଜ ଆତ୍ମୀୟ ମାନଙ୍କ ସହିତ ରହିଥାଏ, କାହିଁକିନା ଆତ୍ମା ପରିଜନ ଙ୍କ ମୋହରେ ବନ୍ଧା ହୋଇଥାଏ, ଏବଂ ଯମ ଲୋକ ଯିବାକୁ ଇଚ୍ଛା କରି ନଥାଏ, ନା ତା ମଧ୍ୟରେ ଯମ ଲୋକ ଯିବାର ଶକ୍ତି ରହିଥାଏ l
୧୩ ଦିନରେ ଏଭଳି କରି ଥାଆନ୍ତି ଯମ ଦୂତ –
୧୦ ଦିନ ପର୍ଯ୍ୟନ୍ତ ଆତ୍ମା ର ଯେଉଁ ପିଣ୍ଡଦାନ କରାଯାଇଥାଏ ଏହାଦ୍ୱାରା ଆତ୍ମା ଶକ୍ତିଶାଳୀ ହୋଇଥାଏ, ଏବଂ ସେ ଗୋଟିଏ ସୁଖଂ ଶରୀରରେ ପରିବର୍ତ୍ତନ ହୋଇଥାଏ l
୧୧ ଓ ୧୨ ଦିନ ର ପିଣ୍ଡଦାନ ଏହାକୁ ଗୋଟିଏ ନିର୍ଦ୍ଧିଷ୍ଟ ଆକାର ଦେଇଥାଏ ଏବଂ ୧୩ ଦିନରେ ସେହି ଆତ୍ମା ଏତେ ଶକ୍ତିଶାଳୀ ହୋଇଯାଇ ଥାଏ ଯେ ଯମ ଲୋକ ଯାତ୍ରା କରିବା ପାଇଁ ସମର୍ଥ ହୋଇଥାଏ l
ଏବଂ ୧୩ ଦିନରେ ଯମ ଦୂତ ଆତ୍ମାକୁ ତାର ପ୍ରିୟ ଜନ ଙ୍କ ନିକଟରୁ ଘୋଷାଡ଼ି ଘୋଷାଡ଼ି ନେଇ ଥାଆନ୍ତି l ଯାହାଦ୍ୱାରା ଆତ୍ମାକୁ ଖୁବ କଷ୍ଟ ସହିବାକୁ ପଡିଥାଏ l
୧୩ ଦିନର ର ପିଣ୍ଡଦାନ ର କଣ ରହିଛି ମହତ୍ୱ –
୧୩ ଦିନର ପିଣ୍ଡଦାନ ରେ ମୃତ ଆତ୍ମା କୁ ଗୋଟିଏ ବର୍ଷ ପାଇଁ ଭୋଜ ଦିଆଯାଇ ଥାଏ, ଯେତେବେଳେ ୧୩ ଦିନ ରେ ୧୩ ଜଣ ବ୍ରାହ୍ମଣ ଙ୍କୁ ଭୋଜନ କରିବାକୁ ଦିଆଯାଇ ଥାଏ ସେତେବେଳେ ମୃତ ବ୍ୟକ୍ତି ର ଆତ୍ମା ଶାନ୍ତି ପାଇଥାଏ l ଏବଂ ତାକୁ ପ୍ରେତ ଯୋନୀ ରୁ ମୁକ୍ତି ମିଳିଥାଏ l ଯଦି ୧୩ ଦିନରେ ବ୍ରାହ୍ମଣ ଙ୍କୁ ଭୋଜନ ଦିଆଯାଏ ନାହିଁ ତେବେ ମୃତକ ବ୍ୟକ୍ତିର ଆତ୍ମା ଉପରେ ବ୍ରାହ୍ମଣ ଙ୍କ ଋଣ ରହିଥାଏ, ଏବଂ ଆତ୍ମା କୁ ମୁକ୍ତି ମିଳି ନଥାଏ l