ପୁରୁଷୋତ୍ତମପୁର ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ନୀତି ରେ ଲିପ୍ତ ଥିବା ଅଭିଯୋଗ ନେଇ ବୁଦ୍ଧିଜିଵୀ ମାନେ ଜିଲ୍ଲାପାଳଙ୍କୁ ଭେଟିଲେ
ଛତ୍ରପୁର, 08/06: : ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଏ. ନାଗେଶ୍ୱର ରାଓ ଙ୍କ ବିରୋଧରେ ଦୁର୍ନୀତିରେ ଲିପ୍ତ ଥିବା ପୁରୁଷୋତ୍ତମପୁର ଅଞ୍ଚଳ ର ବୁଦ୍ଧିଜୀବୀ ଓ ଆଇନଜୀବୀ ଅଭିଯୋଗ କରିଛନ୍ତି l ପ୍ରକାଶ ଥାଉକି ଗତ ନଭେମମ୍ବର ଦୁହିଁହଜାର ସତର ମସିହାରେ କାଶୀପୁର ଏନଏସି ରୁ ଟ୍ରାନ୍ସଫର ହୋଇ ପୁରୁଷୋତ୍ତମପୁର ର ଏନଏସି ରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଭାର ସମ୍ଭାଳି ବାର ମାତ୍ର 60 ଦିନର ପୁଣି ଅନ୍ୟତ୍ର ଟ୍ରାନ୍ସଫର ହୋଇଥିବା କାରଣ ରୁ ଇଓ କୋର୍ଟ ର ଆଶ୍ରୟ ନେଇଁ ରହିଥାଦେଶ ଆଣି ପୁଣି କାର୍ଯ୍ୟ ଭାର ସମ୍ଭାଳିବା ଦିନ ଠାରୁ ଆଜିପଯ୍ୟନ୍ତ ପ୍ରାୟ ଅଢେଇ ବର୍ଷ ହେବ l
କିନ୍ତୁ କାର୍ଯ୍ୟନିର୍ବାହୀ ଭାବେ ପଦ ସମ୍ଭାଳିବାର ଦିନଠାରୁ ଆଜିପ୍ରଯ୍ୟନ୍ତ ଅନେକ ଦୁର୍ନୀତି ରେ ଲିପ୍ତ ଥିବା ପୁରୁଷୋତ୍ତମପୁର ଅଞ୍ଚଳ ର ବୁଦ୍ଧିଜୀବୀ ଯୁବ ବିଜେଡି ଆଇଟି ସେଲ ର ଗଞ୍ଜାମ ଜିଲ୍ଲା ସଂଯୋଜକ ଅଶୋକ କୁମାର ମହାଙ୍କୁଡ. ଆଇନଜୀବୀ ରମାରଞ୍ଜନ ଦାସ.ପ୍ରକାଶ ଚନ୍ଦ୍ର ମହାପାତ୍ର, କାମ୍ପ ଗୌଡ଼ ପ୍ରମୁଖ ଗଞ୍ଜାମ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିବା ସହ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି l ସେମାନେ କହିବା ଅନୁସାରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ପୁରୁଷୋତ୍ତମପୁର ଏନଏସି ରେ ଯୋଗ ଦେବା ଦିନ ଠାରୁ କେଵେ ଵି ଗୋଟାଏ ଦିନ ମଧ୍ୟ ହେଡକ୍ଵାଟର ରେ ନ ରହିଥିବା ବେଳେ ଅଢେଇ ବର୍ଷ ର ସମସ୍ତ ଘର ଭଡା ଟଙ୍କା ଉଠାଇ ଅଭିଯୋଗ ହୋଇଛି l କିନ୍ତୁ ଗତ ମାର୍ଚ୍ଚ 2020 ରେ ଯୋଉଁ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ବ୍ୟାପୁଥିବା ଯୋଗୁ କେନ୍ଦ୍ର. ଓ ଓଡିଶା ସରକାରଙ୍କ ସଟଡାଉନ ଓ ଲକଡାଉନ ଘୋଷଣା କରିବା ଦିନ ଠାରୁ ବର୍ତମାନ ସେ ସରକାରୀ କଲ୍ୟାଣ ମଣ୍ଡପ ରେ ଗୋଟାଏ ରୁମ ରେ ରହୁଥିବା ଜଣା ପଡିଛି l
ଏହା ସହିତ ଏନଏସିର କିଛି ଅବସରପ୍ରାପ୍ତ କର୍ମଚାରୀଙ୍କ ନିଜର ପେନସନ ସହିତ ବର୍ତମାନ ସରକାରୀ 7th ପେ ର ଏରିଅର ଟଙ୍କା ଦେବା ପାଇଁ ସମସ୍ତ ଙ୍କ ଠାରୁ କିଛି ଅର୍ଥ ଦାବୀକରୀ ଥିଲେ ଇଓ. ସେଠୁ ସମସ୍ତ ଅବସର କର୍ମଚାରୀ ଏକତ୍ରିତ ହୋଇ ଟଙ୍କା କାଲେକସେନ କରି ଜଣକ ଜରିଆରେ ଟଙ୍କା ପୈଠ କରିବା ପରେ. ନିଜର ପେନସନ ଓ 7th ପେ ଏରିଅର ପାଇଥିଲେ l ଇଓ ଙ୍କ ଆଉ ନିଜ ପଦର ଅପବ୍ୟବହାର କରି 7th ପେ ଏରିଅର 50 ପ୍ରତିଶତ ଟଙ୍କା ଉଠାଇବା କଥା କିନ୍ତୁ 100 ପ୍ରତିଶତ ଏରିଅର ଟଙ୍କା ଉଠେଇଥିବା ଅଭିଯୋଗ ହୋଇଅଛି l ଓ ଅନ୍ୟ ନିୟମିତ କର୍ମଚାରୀ ମାନେ ବର୍ତମାନ ସୁଦ୍ଧା 7th ପେ ର ଏରିଅର ଟଙ୍କା ନେଇଁନଥିବା କର୍ମଚାରୀ ମାନେ କହିଛନ୍ତି l ଏଣୁ ଏହି ଦୁର୍ନୀତି ର ଫୁଙ୍କାନ ଫୁଙ୍କ ତଦନ୍ତ କରିବା ପୂର୍ବରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଅନ୍ୟତ୍ର ବଦଳି କରି ଉଚ୍ଚସ୍ତରୀୟ ତଦନ୍ତ କରି ବିହିତ କାର୍ଯ୍ୟଅନୁଷ୍ଠାନ କରିବା ପାଇଁ ପୁରୁଷୋତ୍ତମପୁର ବୁଦ୍ଧିଜୀବୀ ଓ ଆଇନଜୀବୀ ମାନେ ଦାବୀ କରିଛନ୍ତି l ଏହାର ଅବିକଳ ନକଲ ଛତ୍ରପୁର ଠାରେ ପ୍ରିନସିପାଲ ସେକେଟ୍ରାରୀ ଜି. ମାଥିଭାତନାନ ଙ୍କୁ ମଧ୍ୟ ଭେଟି ଏକ ଦାବୀ ପ୍ରଦାନ କରିଛନ୍ତି ପୁରୁଷୋତ୍ତମପୁର ର ବୁଦ୍ଧିଜୀବି ମାନେ