ଗଞ୍ଜାମ ତହସିଲଦାରଙ୍କୁ ହଟାଇବା ନେଇ ତାତିଲେ ଅଞ୍ଚଳବାସୀ : ଗଞ୍ଜାମ ବନ୍ଦ ସହ ବ୍ଲକ ଅଫିସ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ ସଭା
ଗଞ୍ଜାମ ୧୨.୭.୨୨ : ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକଙ୍କ ଦବଙ୍ଗଗିରି ଓ ମାଫିଆପ୍ରୀତିନେଇ ଅଞ୍ଚବସି ତାତିଛନ୍ତି। ତାଙ୍କୁ ତୁରନ୍ତ ହଟାଇବା ନେଇ ଆଜି ଗଞ୍ଜାମ ସହର ବନ୍ଦ କରାଯିବା ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ ସହ ପ୍ରତିବାଦ ସଭାଅନୁଷ୍ଠିତ ହୋଇଯାଇଛି। ଯାହାକୁ ନେଇ ଦିନ ତମାମ ଉତେଜନା ଲାଗିରହିଥିଲା। ଶାନ୍ତିଶୃଙ୍ଖଳାକୁ ଦେଖି ଗଞ୍ଜାମ ଥାନାର ସବ ଇନିଷପେକ୍ଟର ଅଜିତ ପରିଡାଙ୍କ ତତ୍ତ୍ୱାବଧାନରେ ପୋଲିସ ଫୋର୍ସ ଜଗିରହିଥିଲେ।
ତହସିଲଦାର ନାୟକ କେବେ କାହାକୁ ଉଠୁବସ କରାଉଛନ୍ତି ତ କେବେ କାହାକୁ ଚାପୁଡ଼ା ମାରୁଛନ୍ତି।ଏମିତି କି ଗରିବ ଖଟିଖିଆ ଙ୍କୁ ଜୁଲମ କରିବାକୁ ପଛାଇ ନାହାନ୍ତି ।ଯାହାକୁ ନେଇ ଆଜି ସହରବାସୀ ଅତିସ୍ତ ହୋଇ ଦବଙ୍ଗ ତହସିଲଦାର ନାୟକଙ୍କ ମନମୁଖୀ କାର୍ଯ୍ୟରେ ଅତିଷ୍ଠ ହୋଇ ୧୨ଘଣ୍ଟିଆ ଗଞ୍ଜାମ ସହର ବନ୍ଦ ଡାକରା ଡେଇଥିଲେ। ଜଣେ ତହସିଲଦାରଙ୍କୁ ହଟାଇବା ପାଇଁ ସହର ବନ୍ଦ ରାଜ୍ୟରେ ପ୍ରଥମ ଏବଂ ବିରଳ ଘଟଣା । ଆଜି ବଡ଼ବଜ଼ାର ଠାରୁ ଏକ ଶୋଭାଯାତ୍ରାରେ ଅଞ୍ଚଳବାସୀ ବାହାରି
ସହର ପରିକ୍ରମା କରିବା ସହ ବ୍ଲକ କାର୍ଯ୍ୟଳୟ ଆଗରେ ଧାରଣା ଦେଇଥିଲେ। ଏଥିରେ ଗଞ୍ଜାମ ସହର ଏବଂ ବ୍ଳକର ଶହ ଶହ ଲୋକ ସାମିଲ ହୋଇଥିଲେ।
ପରେ ଗଣଧାରଣା ସ୍ଥଳରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।
ଏହି ସଭାରେ ବରିଷ୍ଠ ଆଇନଜୀବୀ ଦିଲ୍ଲୀପ କୁମାର ପଟ୍ଟନାୟକ(ଅଜୁ), ପୁର୍ବତନ ଉପାଧ୍ୟକ୍ଷ ତଥା ବିଜେଡ଼ି ନେତା ଲକ୍ଷ୍ମୀଚରଣ ପାଢ଼ୀ, ବିଜେପି ନଗର ସଭାପତି ସୁଦାମ ଜେନା, ନଗର କଂଗ୍ରେସ ସମ୍ପାଦକ ଟୁନାଶତପଥୀ, ଆଇନଜୀବୀ ବିଷ୍ଣୁ ବେହେରା, ଗଞ୍ଜାମ ପ୍ରେସକ୍ଲବର ବରିଷ୍ଠ ସଭ୍ୟ ବଟକୃଷ୍ଣ ରାଉଳ, ସିପିଆଇ ନେତା ବିଶୁ ବିଶ୍ୱାଳ, ବିଜେପି ନେତା ସୁମନ ଦାସ କାଉନସିଲର ଅରୁଣ କୁମାର ପଣ୍ଡା, ଗ୍ରାସୀମ ଶ୍ରମିକ ସଙ୍ଘଠନ ସଭାପତି ସୀମାଞ୍ଚଳ ପଲେଇ, ସମ୍ପାଦକ ପ୍ରତାପ ବିଶ୍ୱାଳ, ବରିଷ୍ଠନାଗରିକ ପ୍ରଭାକର ପାଣିଗ୍ରାହୀ, ଝଡ଼ିଆଦଳେଇ, ଅଭିଗୌଡ଼,ସନ୍ତୋଷ ଗୌଡ଼, ଆର.କେ.ପ୍ରଧାନ, ଯୁବନେତା ପପୁ ମହାନ୍ତି, ପପି ମହାଙ୍ଗୁଡ଼, ପର୍ଶୁରାମ ପରିଡା, ଚିରଂଜିବି ମହାନ୍ତି, ପରମହାଙ୍ଗୁଡ଼, ଭଗବାନ ପ୍ରଧାନ, ନିରଞ୍ଜନ ତରାଇ, ପ୍ରକାଶ ରାଉଳ, ଅର୍ଜୁନ ଜେନା, ପ୍ରମୁଖ ସାମିଲ ଥିଲେ। ପରେ ଏକ ସ୍ମାରକପତ୍ର ବିଡ଼ିଓଙ୍କୁ ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ ତ୍ରିବେଣୀ ଛକଠାରେ କନ୍ଧ ଶତପଥୀ ସତୁରୀ ବର୍ଷ ଧରି ରହିଆସୁଥିବା ଏକ ଘରକୁ ବେଆଇନ ଦର୍ଶାଇ ଉଛେଦ କରିବା ନେଇ ତହସିଲଦାର ନାୟକ ଯାଇ ଆଇନଜୀବୀଙ୍କ ସହ ପାଟିତୁଣ୍ଡ ହୋଇଥିଲା।ତହସିଲଦାରଙ୍କ ବିରୁଦ୍ଧରେ ଜନତାଙ୍କ ମଧ୍ୟ ମାଳ ମାଳ ଅଭିଯୋଗ।
ଏମିତିକି ବଡ଼ବଡ଼ିଆ କୁ ଛାଡି ଗରିବ ଲୋକଙ୍କୁ ଭିନ୍ନ ନଜର ରେ ଦେଖୁଥିବା ଅଭିଯୋଗ ହୋଇଛି ବାବୁ ତହସିଲଦାରଙ୍କ ନାମରେ। ଖାଲି ଏତିକି ନୁହଁ ଗଞ୍ଜାମ ବ୍ଳକର ବିଭିନ୍ନ ସ୍ଥାନରୁ ବାଲି ଚୋରା ଚାଲାଣ ହେଉ କିମ୍ବା ମାଟି ଚୋରାଚଚାଲାଣ ସବୁଥିରେ ତହସିଲଦାର ଙ୍କ ସମ୍ପୃକ୍ତ ରହିଛି ବୋଲି ଅଭିଯୋଗ କରିଛନ୍ତି ଲୋକେ କିଛି ମାଫିଆ ଙ୍କୁ ସାଙ୍ଗରେ ନେଇ ମନମୁଖୀ କାର୍ଯ୍ୟ କରୁଛନ୍ତି ତହସିଲଦାର । ତେବେ ପୂର୍ବରୁ ତହସିଲଦାର ହଟାଅ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ କିଛି ଦିନ ପୁର୍ବେ ଆଇନଜୀବୀଙ୍କ ସହ ହୋଇଥିବା ପାଟିତୁଣ୍ଡ ଏହି ନିଆଁ କୁ ଆହୁରି କୁହେଳେଇଥିଲା । ତହସିଲଦାରଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ କାର୍ଯ୍ୟନୁଷ୍ଠାନ ନ ହେବାରୁ ଆଜି ବନ୍ଦ ଡାକରା ଦେଇଛନ୍ତି ଗଞ୍ଜାମ ସହର ବାସୀ କେବଳ ମେଡିସିନ ଦୋକାନ କୁ ଛାଡିଦେଲେ ସହରର ସମସ୍ତ ଦୋକାନ ବଜାର ସନ୍ଧ୍ୟା ପର୍ଯ୍ୟନ୍ତ ବନ୍ଦ ରହିଥିଲା ।
