ଗଞ୍ଜାମ ଜିଲ୍ଳା ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିକାଶ ପରିଷଦ : ଭଞ୍ଜନଗର ଶାଖା ତରଫରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ
ଭଞ୍ଜନଗର : ଗଞ୍ଜାମ ଜିଲ୍ଳା ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିକାଶ ପରିଷଦ, ଭଞ୍ଜନଗର ଶାଖା ତରଫରୁ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସଭାଗୃହ ଠାରେ ସଭାପତି ପ୍ରଫେସର କୃତ୍ତିବାସ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ମାନ୍ୟବର ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ମୁଖ୍ୟବକ୍ତା ଭାବେ ଡ଼.କୁଳମଣି ଓଝା,ଉପ ସଚିବ, ଉଚ୍ଚ ମଧ୍ୟମିକ ଶିକ୍ଷା ପରିଷଦ, ବ୍ରହ୍ମପୁର, ସନ୍ତୋଷ କୁମାର ତିଆଡ଼ି, ସାଂସଦ ପ୍ରତିନିଧି, ବିଜ୍ଞାପିତ ପରିଷଦ, ଭଞ୍ଜନଗର, ସରୋଜକାନ୍ତ ରଥ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, ତ୍ରିନାଥ ନାୟକ, ପ୍ରତିଷ୍ଠାତା ସଭାପତି ଓ ସନ୍ତୋଷ କୁମାର ଜେନା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଯୋଗଦେଇ ଭାଷା ସାହିତ୍ୟ, କଳା ଓ ସଂସ୍କୃତି ଉପରେ ବକ୍ତବ୍ୟ ରଖିଥିଲେ l ଗାୟତ୍ରୀ ପରିବାର ବାହାଡାପଦର ତରଫରୁ ଅତିଥି ମାନଙ୍କୁ ଚିରାଚରିତ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଜ୍ୟୋସ୍ନା ଦେବୀ ସ୍ୱାଗତ ସଂଗୀତ ପରିବେଷଣ କରିଥିବା ବେଳେ ସମ୍ପାଦକ ସନ୍ତୋଷ ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଏହିଅବସରରେ ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟପାଇଁ ରୋଟାରୀ କ୍ଳବ, ଭଞ୍ଜନଗର, ବିପଦର ବନ୍ଧୁ, ଓଡିଶା, ଭଞ୍ଜନଗର, ଘୁମୁସର ଲେଖିକା ସାଂସଦ, ଲୋହାରଖଣ୍ଡି ସାହିତ୍ୟ ସାଂସଦ, ଘୁମୁସର ସମ୍ବାଦ, ବାହାଡାପଦରକୁ ମୁଖ୍ୟଅତିଥି ମାନ୍ୟବର ବିଧାୟକ ପୁରସ୍କୃତ କରି ଉତ୍ସାହିତ କରିଥିଲେ l ଅଂଚଳର କଳା, ସଂସ୍କୃତି ଓ ଗବେଷଣା ପାଇଁ ଭାରତଲୀଳାରୁ ସନ୍ତୋଷ କୁମାର ଗୌଡ଼, କୃଷ୍ଣଚନ୍ଦ୍ର ଗୌଡ଼, ସୂତାକଣ୍ଢେଇ ପାଇଁ ଅଜୟ କୁମାର ବିଷୋୟୀ, ପ୍ରହ୍ଲାଦ ନାଟକ ପାଇଁ ନିରଞ୍ଜନ ସେଠି, ସୁରେନ୍ଦ୍ର ସେଠି, ଚନ୍ଦ୍ରଧ୍ଵଜ ନାୟକ, ମୃଦଙ୍ଗ ପାଇଁ ପ୍ରକାଶ ପ୍ରଧାନ, ଗlହଣ ପାଇଁ କେଶବ ପ୍ରଧାନ, ପଶୁମୁଖା ନୃତ୍ୟ ପାଇଁ ବୁଧିଆ ଗୌଡ଼, ଚାଙ୍ଗୁ ବାଦ୍ୟ ପାଇଁ ଦିବାନ ନାଇକ, ଲୋକଵାଦ୍ୟ ପାଇଁ ଡାକ୍ତର ନାଇକ, ଲୋକସଂଗୀତ ପାଇଁ ଗୁରୁ ରବିନାରାୟଣ ଦାସ, ଓଡିଶୀ ନୃତ୍ୟ ପାଇଁ ମୋନାଲିସା ସାବତ, ଲୋକ ସଂଗୀତ ପାଇଁ ରୀତିସ୍ନିଗ୍ଧା ପ୍ରଧାନ, ପାରମ୍ପରିକ ସଂଗୀତ ପାଇଁ ବିଧାନ ନାୟକ, ପୀତବାସ ବlଡ଼ତ୍ୟ, ଗବେଷଣା ପାଇଁ ସୁରେନ୍ଦ୍ର କୁମାର ଶତପଥୀ, ନାଟ୍ୟକାର ପାଇଁ ଜୟକୃଷ୍ଟ ପଟ୍ଟନାୟକ, ନାଟ୍ୟନିର୍ଦେଶନା ପାଇଁ ଲୋକନାଥ କର ଓ ଅଞ୍ଚଳର ଜଣାଶୁଣା ଗୁରୁ ଶାନ୍ତନୁ କୁମାର ଦାସ ଙ୍କୁ ପ୍ରଶଂସା ପତ୍ର, ଉପଢୌକନ ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜଗବନ୍ଧୁ ଜେନା, ମନୁନନ୍ଦ ପତି, ସନ୍ତୋଷ କୁମାର ତିଆଡ଼ି, ସୁରେଶ ଚନ୍ଦ୍ର ସ୍ୱାଇଁ, ଅନୁପମ ବାନାର୍ଜୀ, ପ୍ରଭାତୀ ମଞ୍ଜରୀ ବେହେରା, ରିତାରାଣୀ ମହାପାତ୍ର କାର୍ଯ୍ୟକ୍ରମ ସମ୍ପର୍କେ ବକ୍ତବ୍ୟ ରଖିଥିଲେ l ଏଥିରେ ଅଂଚଳର ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ, ଶିକ୍ଷକ, ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ l
