ଗଞ୍ଜାମ ବ୍ଲକ ଅଧିନସ୍ଥ ପଲୁର ଜନକ୍ସନ ଠାରେ ଥିବା ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ଠାରେ ଗୁରୁ ଦିବସ ମହା ଆଡ଼ମ୍ବରରେ ଏବଂ ଭକ୍ତି ର ସହ ପାଳନ କରାଯାଇଅଛି। ରମ୍ଭା କ୍ଳଷ୍ଟର ସି.ଆର.ସି ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ପଣ୍ଡା ସଭା ରେ ଯୋଗ ଦେଇ ସଭାର ଶୋଭା ପରିପୂର୍ଣ୍ଣ କରିଥିଲେ । ପ୍ରଥମେ ସଭା ରେ ଭାରତ ର ଦ୍ଵିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ, ମୁଖ୍ୟ ଅତିଥି ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ପ୍ରାରମ୍ଭ କରାଯାଇଥିଲା। ଉକ୍ତ ସଭା ରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ସ୍ମୃତିଚାରଣ କରି ଗୁରୁ-ଶିଷ୍ୟ ପରମ୍ପରା ବିଷୟରେ ବକ୍ତବ୍ୟ ମାଧ୍ୟମ ରେ ଅବଗତ କରାଇଥିଲେ । ବିଦ୍ୟାଳୟ ର ପ୍ରଧାନ ଅଚାର୍ଯ୍ୟା ସସ୍ମିତା ମହାରଥି ଗୁରୁ ଦିବସ ର ମହତ୍ତ୍ଵ ଏବଂ ପାଳନ କରିବାର ଉଦ୍ଦେଶ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇ ଗୁରୁ ର ଅର୍ଥ – ଗୁ” ମାନେ ଅନ୍ଧାର ଏବଂ ର” ମାନେ ଆଲୋକ ଅର୍ଥାତ୍ ଯେଉଁ ମହାପୁରୁଷ ଅନ୍ଧାର ରୁ ଆଲୋକ ଆଡ଼କୁ ପଥ ଗାମୀ କରାଇଥାନ୍ତି ସେ ମହାପୁରୁଷ ଗୁରୁ ଅଟନ୍ତି ବୋଲି ନିଜ ବକ୍ତବ୍ୟ ମାଧ୍ୟମ ରେ ସେ ସୁଚେଇ ଥିଲେ । ଏବଂ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ପଣ୍ଡା ବାପା ଓ ମା ଙ୍କୁ ପ୍ରଥମ ଗୁରୁ ର ଦର୍ଜା ଦେବା ସହ ଜଣେ ଶିଷ୍ୟ ର ନିଜ ବାପା ଓ ମାଆ ଙ୍କ ପ୍ରତି ବ୍ୟବହାର ଓ ଆଚରଣ କିପରି କରିବା ଆବଶ୍ୟକ ଯଥା ପ୍ରତିଦିନ ବାପା ଓ ମା ଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରିବା , ବାପା ଓ ମାଆ ଙ୍କ ପ୍ରତ୍ୟେକ କଥା ଶୁଣିବା ଇତ୍ୟାଦି ନିଜ ବକ୍ତବ୍ୟ ମାଧ୍ୟମ ରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ ।
ଛାତ୍ର ଛାତ୍ରୀ ମାନେ ମଧ୍ୟ ଗୁରୁ ଦିବସ ର ମହତ୍ତ୍ଵ ଧ୍ୟାନ ର ସହ ଶୁଣି ନିଜ ଜୀବନ ରେ ଗୁରୁଙ୍କ ସ୍ଥାନ ସ୍ଵତନ୍ତ୍ର ବୋଲି ହୃଦବୋଧ କରିଥିଲେ । ଉକ୍ତ ସଭା ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ର ପ୍ରତିଷ୍ଠାତା ଶ୍ରୀ ଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଙ୍କ ସଂଯୋଜନା ରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ର ଦୀପ ଗୁରୁମା , ସ୍ବପ୍ନ ରାଣୀ ଗୁରୁମା,ଗୁରୁବାରି ଗୁରୁମା ଉକ୍ତ ସଭା କାର୍ଯ୍ୟ କୁ ପରିଚାଳନା କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ବକ୍ତବ୍ୟ ମାଧ୍ୟମ ରେ ଉପଦେଶ ଦେଇଥିଲେ ।ସଭା ଶେଷ ରେ ପ୍ରମୋଦ ଗୁରୁଜୀ ସମସ୍ତ ଅତିଥି ,ଗୁରୂମା ଗୁରୁଜୀ ବୃନ୍ଦ ,ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
