ଗଣିଆ,୧୩/୦୬ : ଗଣିଆ ଥାନା ଅନ୍ତର୍ଗତ କିଶୋରପ୍ରସାଦ ଗ୍ରାମ ବାଲିସାହିରେ ଗୁରୁବାର ମଧ୍ୟାହ୍ନରେ ଗ୍ରାମର ସହଦେଵ ସ୍ୱାଇଁଙ୍କ(୬୩) ମୃତ୍ୟୁ ହୋଇଛି l ମିଳିଥିବା ସୂଚନା ଅନୁଯାଇ ମଧ୍ୟାନ ସମୟରେ ସହଦେଵ ନିଜ ଗ୍ରାମ ନିକଟ ବାରାହାଗାଡ଼ିଆ ତଇଲାକୁ ଧାନ ବୁଣିବାପାଇଁ ଯାଇଥିଲେ l ମୁଣ୍ଡରେ ଝାମ୍ପି ହାତରେ ପାଣିବୋତଲ ନେଇ ଧାନ ବୁଣିବାପାଇଁ ଯାଇଥିଲେ l ଅପରାହ୍ନ ୫ ଘଂଟିକା ସମୟ ପର୍ଯ୍ୟନ୍ତ ଘରକୁ ଫେରିନଥିବାରୁ ପରିବାର ଲୋକ ସନ୍ଧେହରେ ଚାଷଜମି ନିକଟରେ ପହଂଚିଥିଲେ ସେଠାରେ ସହଦେଵ ଆଚେତ ଭାବରେ ପଡ଼ିଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ l ସଙ୍ଗେ ସଙ୍ଗେ ପରିବାର ଲୋକ ୧୦୮ ଆମ୍ବୁଲାନ୍ସ ଯୋଗେ ଗଣିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ଡାକ୍ତର ସହାଦେବଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଖବରପାଇ ଗଣିଆ ଥାନା ଅଧିକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଏକ ଅପମୃତ୍ୟ ମାମଲା ରୁଜୁ କରିବାସହିତ ଶୁକ୍ରବାର ସକାଳୁ ମୃତଦେହ ବ୍ୟବଚ୍ଛେଦ କରିବାପାଇଁ କହିଛନ୍ତି l ଶବ ବ୍ୟବଚ୍ଛେଦ ପରେ ସହଦେବ ଅଂଶୁଘାତ କିମ୍ବା ଅନ୍ୟ କୌଣସି କାରଣରୁ ମୃତ୍ୟୁ ହୋଇଛି ସ୍ପଷ୍ଟ ହେବ। ସହଦେବ ଜଣେ ଗରିବ ଚାଷୀ ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବିକରିଛନ୍ତି l