Odisha news

ତିନି  ଅନ୍ତଃରାଜ୍ୟ ଡକାୟତ ଗିରଫ : ଡକାୟତି ରେ ବ୍ୟବହୁର୍ତ କାର ବନ୍ଧୁକ ଗୁଳି ମରଣାଅସ୍ତ୍ର ଜବତ 

0
ରଣପୁର….ନୟାଗଡ ଆରକ୍ଷୀ ଅଧିକ୍ଷକ  ରାହୁଲ ଜୈନ ଙ୍କ ତତ୍ୱାବଧାନରେ  ରେ ରଣପୁର ପୋଲିସ ର   ତତ୍ପରତା ପ୍ରକାଶ ପାଉଛି… ଗତ କିଛି ଦିନରେ ବଡ ବଡ଼ ଘଟଣା ରେ ପୋଲିସ କୁ  ମିଳିଛି ସଫଳତା… ରଣପୁର ଆଇ ଆଇ ସି ନିହାର ରଞ୍ଜନ ମହାନ୍ତି ଙ୍କ କାର୍ଯ୍ୟଦକ୍ଷତା କୁ ନେଇ ରଣପୁର ପୋଲିସ କୁ  ସଫଳତା ମିଳୁଥିବା ଜଣାପଡିଛି .ଗତ ମଙ୍ଗଳବାର   ଦୁଇଟି ବଡ଼ ଘଟଣା କୁ ନେଇ ନୟାଗଡ  ଏସପି ରାହୁଲ ଜୈନ ରଣପୁର ଥାନା ରେ ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ଗୁରବାର ପୁନଃ ଏକ ସାମ୍ବାଦିକ ସମ୍ମିଳନୀ କରି ଡକାୟତି ଘଟଣା ର ପର୍ଦାଫାଶ କରିଛି ରଣପୁର ପୋଲିସ..  ତିନି ଜଣ ଅନ୍ତଃ ରାଜ୍ୟ ଡକାୟତ ଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ଡକାୟତି ରେ ବ୍ୟବହୁର୍ତ କାର. ବନ୍ଧୁକ ଗୁଳି. ଚୋରି ହୋଇଥିବା ଇଲେକ୍ଟ୍ରି ସାମଗ୍ରୀ  ସହିତ ବିଭିନ୍ନ ମରଣାସ୍ତ୍ର ଜବତ କରାଯାଇଛି.. ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ  l ଚଳିତ ମାସ ୩ ତାରିଖ ରାତି 1ଟା  କାଣ୍ଡପଡା ସରପଞ୍ଚ ବିଜୟ କୁମାର  ବେହେରା ନିଜ ଘରେ ଖାଇ ପିଇ ଶୋଇଥିବା ବେଳେ ସେହି ଗ୍ରାମ ର କିଛି ଯୁବକ ସରପଞ୍ଚ ଙ୍କୁ  ଫୋନ କରି କହିଥିଲେ ଯେ ପଞ୍ଚାୟତ ଅଫିସ ଆଗରେ ଏକ ଧଳା ରଙ୍ଗ ର କାର ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଜଣାଇଥିଲେ. ଏହା ଜାଣିବା ପରେ ସାଙ୍ଗେ ସାଙ୍ଗେ ସରପଞ୍ଚ କିଛି ଗ୍ରାମବାସୀ  ଙ୍କ ସହିତ ପଞ୍ଚାୟତ ଅଫିସ ରେ ଯାଇ ପହ୍ଞ୍ଚିଥିଲେ . ଲୋକ ପହଞ୍ଚିବାରେ ଦେଖି କାର ଡ୍ରାଇଭର ଦ୍ରୁତ ଗତିରେ କାର ଟିକୁ ନେଇ ପଳେଇ ଯିବା କୁ ଚେଷ୍ଟା କରିବାରୁ କାର ଟି ଭାରସ୍ୟାମ ହରାଇ ରାସ୍ତା କଡ଼ କୁ ଖସି ପଡିଥିଲା ଫଳରେ ଘଟଣା ସ୍ଥଳ ରେ କାର କୁ ଛାଡି ଡ୍ରାଇଭର ଦୌଡ଼ି ପଳେଇବା ବେଳେ ଲୋକ ମାନେ ତାର ପିଛା କରିବାରୁ କାର ଭିତରେ ଥିବା ଆଉ ଜଣେ ଡକାୟତ ବନ୍ଧୁକ ଦେଖାଇ ଭୟଭୀତ କରାଇ ଫେରାର ହୋଇଯାଇଥିଲା ପରେ ଲୋକ ମାନେ କାର ପାଖକୁ ଯାଇ ଖୋଲି ଦେଖିବା ପରେ କିଛି ଦାମୀ ଇଲେକ୍ଟ୍ରି ଉପକରଣ ଯଥା ଗୋଟେ ଏଲିଡି ଟିଭି ଗୋଟେ ଇନଭୋଟର ସହିତ ଅନ୍ୟାନ ସାମଗ୍ରୀ ମହଜୁତ ଥିଲା.. ଏହାପରେ ସରପଞ୍ଚ ରଣପୁର ଥାନା ରେ ଅଭିଯୋଗ କରିବା ପରେ ରଣପୁର ପୋଲିସ 211/24ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ରଣପୁର ସବଇନ୍ସପେକ୍ଟର ରାଜେଶ କୁମାର ଶ୍ରୀଚନ୍ଦନ ଏହି ଘଟଣା ର ତଦନ୍ତ କରୁଥିବା ବେଳେ. ପରେ ବିଶେଷ ସୂତ୍ରରୁ    ପୋଲିସ ଖବର ପାଇଥିଲା ପୁରୀ ଜ଼ିଲ୍ଲା ବାସେଳୀସାହି ଥାନା ମଣିସୁଆର ବଗିଚା ରେ ଡକାୟତ  ମାନେ ଅଡ୍ଡା ଜମେଇଥିବା ନେଇ ଖବର ପାଇବା ପରେ  l ସେହି ସ୍ଥାନରେ ପୋଲିସ ଅଚାନକ ଚଢ଼ାଉ କରି ତିନି ଜଣ ଡକାୟତ  କୁ ଧରିଥିଲେ l ଡକାୟତ  ମାନେ ହେଲେ ରଞ୍ଜନ କୁମାର (19) ଘର ବିହାର ରାଜ୍ୟ, ବଙ୍କା ଜିଲ୍ଲା ପଠାନ ଗ୍ରାମରେ ହୋଇଥିବା ବେଳେ କଟକ ଜିଲ୍ଲା ର ରାମଚଣ୍ଡୀ ଗ୍ରାମ ର ଶଙ୍କର ସ୍ୱାଇଁ   (24)  ରତଗଡ଼ ଗ୍ରାମ ର ଅଶୋକ ବାରିକ (34)କୁ ଗିରଫ କରାଯାଇଛି l ତେବେ ମୁଖ୍ୟ ଆସାମୀ ବାଙ୍କୀ ଅଞ୍ଚଳ ର ସୁଶାନ୍ତ ପାତ୍ର (ଓରଫ ବାଣ୍ଟି  )ଫେରାର ଅଛି l ଡକାୟତ ମାନେ ମୁଖ୍ୟତଃ ବନ୍ଦ   ରହୁଥିବା  ଘରକୁ ଟାର୍ଗେଟ କରୁଥିଲେ l ସେମାନଙ୍କ ଠାରୁ ଏକ ବନ୍ଧୁକ, 14 ରାଉଣ୍ଡ ଗୁଳି, କଟର ମେସିନ, ଇନଭୋଟର, LEd ପ୍ରଭୁତି ଜବତ ହୋଇଛି l ସରଣକୁଳ ଏସ.ଡି. ପିଓ  ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି. ତେବେ ଗିରଫ ଡକାୟତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି

Leave A Reply