ଘରର ବାସ୍ତୁଶାସ୍ତ୍ରରେ ଗଛର ଅନେକ ମହତ୍ୱ ରହିଛି l ଆମେ କେତୋଟି ଗଛ ଦ୍ୱାରା ଘର ଭିତରକୁ ସକାରାତ୍ମକ ଶକ୍ତି ଆସିଥାଏ ବୋଲି ଜାଣିଛୁ l ଏଭଳି ଦେଖିବାକୁ ଗଲେ ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଗୋଟିଏ ସୁନ୍ଦର ବାତାବରଣ ମଧ୍ୟ ଆବଶ୍ୟକ l କାରଣ ସକାରାତ୍ମକ ବାତାବରଣ ଦ୍ୱାରା ଭଲ ବିଚାର ଆସିଥାଏ l ବାସ୍ତୁଶାସ୍ତ୍ରରେ କେଉଁ ଗଛର କଣ ମହତ୍ୱ ରହିଛି ଆସନ୍ତୁ ଜାଣିବା l
* ତୁଳସୀ ଗଛ ସବୁଠୁ ପୂଜନୀୟ ଅଟେ l କୁହାଯାଏ ଯେ ଏହି ଗଛ ଘରର ଶୋଭା ବଢାଇବା ସହିତ ନକାରାତ୍ମକ ଶକ୍ତିକୁ ଦୂର କରିଥାଏ l ତୁଳସୀ ଗଛ ନିକଟରେ ସନ୍ଧ୍ୟାବେଳେ ଦୀପ ଲଗାଇବା ଦ୍ୱାରା ଘରୁ ନକାରାତ୍ମକ ଉର୍ଜା ଦୁରେଇ ଯାଇଥାଏ l ପ୍ରତେକ ଷୋମବାର ଦିନ ସକାଳୁ ଗାଧୋଇ ସାରି ତୁଳସୀଙ୍କ କ୍ଷୀର ଓ ଗୁଡ଼ ଭୋଗ ଲଗାଇବା ଦ୍ୱାରା ପିଲା ମାନଙ୍କର ଉନ୍ନତି ହୋଇଥାଏ l
* ଏମିତିରେ ଦେଖିବାକୁ ଗଲେ ଡାଳିମ୍ବ ଗଛ ଅନେକ ରୋଗକୁ ନିରାକରଣ କରିଥାଏ l କିନ୍ତୁ ବାସ୍ତୁ ଦୃଷ୍ଟିରୁ ଘରେ ଡାଳିମ୍ବ ଗଛ ଲଗାଇବା ଦ୍ୱାରା ଭଲ ସ୍ୱାସ୍ଥ୍ୟର କାମନା କରାଯାଇଥାଏ l ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ରହୁ ଓ କେତୁରେ ନକାରାତ୍ମକ ପ୍ରଭାବକୁ କମ କରିବା ପାଇଁ ଡାଳିମ୍ବ ଗଛ ଲଗାଇବା ଆବଶ୍ୟକ l ଡାଳିମ୍ବ ଫୁଲକୁ ମହୁରେ ବୁଡାଇ ପ୍ରତେକ ସୋମବାର ଶିବଙ୍କୁ ଅର୍ପଣ କଲେ ସମସ୍ତ କଷ୍ଟ ଦୂର ହୋଇଥାଏ l
* ବିବାହରେ ଆସୁଥିବା ସଂକଟକୁ ଦୂର କରିବା ପାଇଁ ଓ ଘରର ସୁଖଶାନ୍ତିରେ ଅସୁବିଧା ଦେଖା ଦେଉଥିଲେ ଘରର ପଛପଟରେ କଦଳୀ ଗଛ ଲଗାଇବା ଆବଶ୍ୟକ କଦଳୀ ଗଛରେ ଭଗବାନ ବିଷ୍ଣୁ ବାସ କରନ୍ତି ଓ ଆମର ସମସ୍ତ ସମସ୍ୟା ହରଣ କରିଥାନ୍ତି l ପ୍ରତେକ ଦିନ କଦଳୀ ଗଛ ପୂଜା କରିବା ଦ୍ୱାରା ମନର ଇଛା ପୁରାଣ ହୋଇଥାଏ l
* ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଲାଗୁ କରିବା ପାଇଁ ଘରେ ଗଙ୍ଗଶିଉଳି ଗଛ ଲଗାଇବା ଉଚିତ l ଏହାର ସୁଗନ୍ଧ ଘରର ବାତାବରଣକୁ ଶୂଦ୍ଧ କରିଥାଏ ଓ ମାନସିକ ଶାନ୍ତି ଦେଇଥାଏ l ଏହି ଗଛର ସମ୍ପର୍କ ଚନ୍ଦ୍ରଙ୍କ ସହିତ ରହିଛି ସେଥିପାଇଁ ଏହି ଗଛକୁ ଘର ଅଗଣା ମଝିରେ କିମ୍ବା ଘରର ପଛପଟେ ଲଗାଇବା ଉଚିତ l