ଆମ ହିନ୍ଦୁ ଧର୍ମରେ ଗଙ୍ଗା ନଦୀ କୁ ଖୁବ୍ ପବିତ୍ର ଭାବରେ ଗ୍ରହଣ କରାଯାଇ ଥାଏ । ଯେ କୌଣସି ପୂଜା ପାଠ ରେ ଗଙ୍ଗା ସ୍ନାନ ଓ ଗଙ୍ଗା ଜଳକୁ ଖୁବ୍ ଗୁରୁତ୍ଵ ଦିଆଯାଇଥାଏ । ତେଣୁ ସମସ୍ତ ହିନ୍ଦୁ ଘରେ ଗଙ୍ଗା ଜଳ ରହିଥାଏ । ଯାହାକି ଖୁବ୍ ଗୁରୁତ୍ୱପୂର୍ଣ୍ଣ ଅଟେ ।
* ଘରେ ଗଙ୍ଗା ଜଳ ରଖିବା ଦ୍ଵାରା ନକାରାତ୍ମକ ଶକ୍ତି ଦୂରେଇ ଯାଇଥାଏ ଓ ସକାରାତ୍ମକ ଶକ୍ତି ଜାଗ୍ରତ ହୋଇଥାଏ ।
* ଗଙ୍ଗାଜଳ କୁ ସର୍ବଦା ସଫା ସୁତୁରା ଜାଗାରେ ରଖିବା ଉଚିତ୍ । ଗଙ୍ଗା ଜଳ ସବୁବେଳେ ପୂଜା ଘରେ ରହିବା ଆବଶ୍ୟକ ।
* ଗଙ୍ଗାଜଳ ଖୁବ୍ ସୁଧ ହୋଇଥିବା ସହ ପବିତ୍ର ମଧ୍ୟ ହୋଇଥାଏ । ତେଣୁ ଏହାକୁ କୌଣସି ସୁଧ ପାତ୍ର ଯେପରି ଚାନ୍ଦି କିମ୍ବା ତମ୍ବା ପାତ୍ରରେ ରଖିବା ଉଚିତ୍ । ଏହାଦ୍ବାରା ଦେବ ଆଶୀର୍ବାଦ ମିଳିଥାଏ । ଯଦି ଆମେ ପ୍ଲାଷ୍ଟିକ ପତ୍ରରେ ରଖିବା ତେବେ ଏହା ପାପ ସଦୃଶ।
* ଗଙ୍ଗା ଜଳକୁ ଯେତେବେଳେ ବି ପ୍ରୟୋଗ କରିବେ ହାତ ଧୋଇ କରିବା ଆବଶ୍ୟକ । ତା ସହିତ ଗଙ୍ଗା ମାତାଙ୍କୁ ଧ୍ୟାନ କରିବା ଉଚିତ୍ ।
* ସକାଳୁ ଗାଧୋଇ ସାରି ସାରା ଘରେ ଗଙ୍ଗା ଜଳ ଚିଞ୍ଚିବା ଉଚିତ୍ । ଯେଉଁ କାରଣରୁ ଘରର ବାତାବରଣ ରେ ସୁଧତ୍ତା ଆସିଥାଏ ଓ ଦେବତାଙ୍କ ଆଶୀର୍ବାଦ ମିଳିଥାଏ ।
Comments are closed.